ran
ମୁମ୍ୱାଇ: କରୋନା ଭାଇରସ୍ ଲକଡାଉନ ପାଇଁ ଅନେକ ବ୍ୟବସାୟୀଙ୍କୁ ଏବେ କ୍ଷତି ସହିବାକୁ ପଡୁଛି। ହେଲେ ଲକଡାଉନରେ ପାର୍ଲେ-ଜି ବିସ୍କୁଟ୍ର ବିକ୍ରି ଅଧିକ ହୋଇଛି। ପାର୍ଲେ-ଜି ବିକ୍ରି ଗତ ୮୨ ବର୍ଷର ରେକର୍ଡ ଭାଙ୍ଗିଛି। ଅଧିକ ବିକ୍ରି ପାଇଁ ପାର୍ଲେ-ଜି ବିସ୍କୁଟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ତେଣୁ ଏହାକୁ ନେଇ ବଲିଉଡ୍ ଅଭିନେତା ରଣଦୀପ୍ ହୁଡ୍ଡା ପାର୍ଲେ-ଜି କମ୍ପାନୀକୁ ଏକ ନିବେଦନ କରିଛନ୍ତି।
ସୋଶାଲ ମିଡିଆରେ ଏକ ଟ୍ୱିଟ୍ କରି ରଣଦୀପ୍ କହିଛନ୍ତି, ମୋର ପୂରା କ୍ୟାରିଅର୍ ଓ ଥିଏଟର୍ ଦିନଗୁଡ଼ିକ ପାର୍ଲେ-ଜି ଓ ଚାହା ସହିତ ଜଡ଼ିତ। ଥରେ ଚିନ୍ତା କରନ୍ତୁ ଯଦି ପାର୍ଲେ-ଜି ନିଜ ପ୍ୟାକିଙ୍ଗରେ ବାୟୋଡିଗ୍ରେଡେବଲ୍ ମ୍ୟାଟେରିଆଲ୍ ବ୍ୟବହାର କରେ, ତେବେ କେତେ ମାତ୍ରାରେ ପ୍ଲାଷ୍ଟିକର ବ୍ୟବହାର କମ୍ ହେବ ? ଏବେ ବିକ୍ରି ମଧ୍ୟ ଅଧିକ ଅଛି, ଆଗାମୀ ଭବିଷ୍ୟତକୁ ସୁସ୍ଥ କରିବା ପାଇଁ ଏହା ଏକ ଯୋଗଦାନ।
ସୂଚନାଯୋଗ୍ୟ, ଅଭିନେତା ରଣଦୀପ୍ ହୁଡ୍ଡା ଜଣେ ପ୍ରକୃତିପ୍ରେମୀ ଭାବେ ପରିଚିତ। ସର୍ବଦା ତାଙ୍କୁ ପ୍ରକୃତି ସହିତ ଫଟୋ ଓ ଭିଡିଓ ଶେଆର୍ କରୁଥିବା ଦେଖିବାକୁ ମିଳିଥାଏ। ଏହା ପୂର୍ବରୁ ମଧ୍ୟ ସେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ଉପରେ ଆରମ୍ଭ ହୋଇଥିବା କ୍ୟାମ୍ପେନରେ ସାମିଲ ହୋଇଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ୨୦୨୨ ଭିତରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା।
ନିକଟରେ ରଣଦୀପ୍ଙ୍କୁ ହଲିଉଡ୍ ୱେବ୍ ସିରିଜ୍ ‘ଏକ୍ସଟ୍ରାକ୍ସନ୍’ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ସେ ସଲମାନ୍ ଖାନ୍ଙ୍କ ଫିଲ୍ମ ‘ରାଧେ’ରେ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/ran.jpg)