Advertisment

ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜ୍‌କୁ ହତ୍ୟା ପରେ ଅଜଣା ଲୋକମାନଙ୍କୁ ଧନ୍ୟବାଦ ଜଣାଇଲେ ରଣଦୀପ ହୁଡ୍ଡା

୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସରବଜିତ’ରେ ସରବଜିତ ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ ରଣଦୀପ ହୁଡ୍ଡା।

Randeep Hooda

Randeep Hooda

Advertisment

ପାକିସ୍ତାନର ଲାହୋରରେ ରବିବାର ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜ୍‌କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ଆମୀରକୁ ହତ୍ୟା କରାଯାଇଥିବା ଖବର ଜାଣିବା ପରେ ଉକ୍ତ ଅଜ୍ଞାତ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା। କାରଣ ଆମୀର ସରଫରାଜ ହେଉଛି ସେହି ବ୍ୟକ୍ତି, ଯିଏ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ସରବଜିତ ସିଂହଙ୍କୁ ହତ୍ୟା କରିଥିଲା।

Advertisment

ରଣଦୀପ ତାଙ୍କ Xରେ ଲେଖିଛନ୍ତି, କର୍ମ... ଅଜଣା ଲୋକମାନଙ୍କୁ ଧନ୍ୟବାଦ। ମୋ ଭଉଣୀ ଦଲବୀର କୌରଙ୍କୁ ମନେ ପକାଉଛି ଓ ସ୍ୱପ୍ନଦୀପ ଏବଂ ପୁନମଙ୍କୁ ମୋ ଭଲ ପାଇବା ଜଣାଉଛି। ସହିଦ ସରବଜିତ ସିଂହଙ୍କୁ ଆଜି କିଛି ପରିମାଣରେ ନ୍ୟାୟ ମିଳିଛି।

୨୦୧୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସରବଜିତ’ରେ ସରବଜିତ ସିଂହଙ୍କ ଚରିତ୍ରରେ ଅଭିନୟ କରିଥିଲେ ରଣଦୀପ ହୁଡ୍ଡା। ସରବଜିତଙ୍କ ଭଉଣୀ ଦଲବୀର କୌରଙ୍କ ଭୂମିକାରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟା ରାୟ।

Advertisment

ସରବଜିତ ସିଂହ ପଞ୍ଜାବର ବାସିନ୍ଦା ଥିଲେ। ୧୯୯୦ରେ ସେ ଭୁଲରେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ବୋମା ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ସରବଜିତ ସିଂହଙ୍କ ହାତ ଥିବା ସେଠାକାର ସେନା ଦର୍ଶାଇଥିଲା। ତା’ସହିତ ସେ ଗୁଇନ୍ଦାଗିରି କରୁଥିଲେ ଦର୍ଶାଇ ତାଙ୍କୁ ଗିରଫ କରାଯାଇଥିଲା। ସରବଜିତଙ୍କ ପରିବାର ତଥା ଭାରତ ସରକାରଙ୍କ ପକ୍ଷରୁ ଏସବୁ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ହେଁ ସରବଜିତଙ୍କୁ ପାକିସ୍ତାନ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ତାଙ୍କୁ ସେଠାରୁ ମୁକ୍ତ କରି ଆଣିବା ପାଇଁ ତାଙ୍କ ଭଉଣୀ ଦଲବୀର କୌର ବହୁ ପ୍ରୟାସ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରୟାସ କରାଯାଇଥିଲା। ତେବେ ୨୦୧୩ରେ ସରବଜିତଙ୍କୁ ଜେଲ୍‌ରେ ଆକ୍ରମଣ କରାଯାଇଥିଲା। କିଛି କଏଦୀ ତାଙ୍କୁ ପିଟି ପିଟି ମାରି ଦେଇଥିଲେ। ଆଇଏସ୍‌ଆଇର ଇସାରାରେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜ ଏହି କାଣ୍ଡ ଭିଆଇଥିବା କୁହାଯାଏ।

ଅନ୍ୟପକ୍ଷରେ ଅଣ୍ଡରୱାର୍ଲ୍ଡ ଡନ୍ ଆମୀର ସରଫରାଜର ମୃତ୍ୟୁ ଖବର ପାଇଥିଲେ ବି ଖୁସି ନାହାନ୍ତି ସରବଜିତ ସିଂହଙ୍କ ଝିଅ ସ୍ୱପ୍ନଦୀପ। ସେ କହିଛନ୍ତି, ଏହି ଖବର ପାଇଁ ପ୍ରଥମେ ମୁଁ ଖୁସି ଥିଲି। କିନ୍ତୁ ପରେ ଅନୁଭବ କଲି ଏହା ନ୍ୟାୟ ନୁହେଁ।

ଏକ ସାକ୍ଷାତକାରରେ ସ୍ୱପ୍ନଦୀପ କହିଥିଲେ ଯେ ତାଙ୍କ ବାପା ସରବଜିତ ସିଂହଙ୍କ ମୃତ୍ୟୁ ନେଇ ସେମାନେ ନ୍ୟାୟ ଚାହୁଁଥିଲେ। କାହିଁକି ତାଙ୍କୁ ହତ୍ୟା କରାଗଲା ଓ କେଉଁମାନେ ଏହା ପଛରେ ରହିଥିଲେ, ତାହା ଜାଣିବାକୁ ଚାହୁଁଥିଲେ। ଏହି ମାମଲାରେ କୋର୍ଟରେ ଶୁଣାଣି କରାଯାଇ ନ୍ୟାୟ ଦିଆଯାଉ ବୋଲି ସେମାନେ ଚାହୁଁଥିଲେ।

Randeep Hooda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe