Advertisment

ଆସିଲା ‘ରାଣ୍ଡିପୁଅ ଅନନ୍ତା’ର ଫାଷ୍ଟ୍‌ ଲୁକ୍‌; ୨୫ କେଜି ଓଜନ ବଢ଼ାଇଲେ ସବ୍ୟ

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ନେଇ ଅନେକ ଟେଲି ଫିଲ୍ମ ନିର୍ମାଣ ହୋଇଛି। ହେଲେ ପ୍ରଥମ ଥର ପାଇଁ ଏହା ଚଳଚ୍ଚିତ୍ରର ରୂପ ନେଉଛି। ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ କହିଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।

ଅଦ୍ୟତନ ହୋଇଛି
Film

Film

Advertisment

ଆସିଲା ‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ରର ଫାଷ୍ଟ୍‌ ଲୁକ୍‌। ଆଜି ରିଲିଜ ହେଲା ଫିଲ୍ମର ପୋଷ୍ଟର। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ର ରୂପ ନେଉଛି। ଏଥିରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ସବ୍ୟସାଚୀ ମିଶ୍ର। ଶୁଣିବାକୁ ମିଳୁଛି, ଅନନ୍ତା ଚରିତ୍ରରେ ଆସୁଥିବା ସବ୍ୟସାଚୀ ଏଥିପାଇଁ ନିଜର ଓଜନ ୧୦୦ କେଜି କରିଛନ୍ତି। ପୋଷ୍ଟରରେ ତାଙ୍କ ପୃଥଳକାୟ ପେଟ ସମସ୍ତଙ୍କୁ ନିଶ୍ଚିତ ହସର ଖୋରାକ ଯୋଗାଇବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ମହାନ୍‌ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।

Advertisment

‘ରାଣ୍ଡିପୁଅ ଅନନ୍ତା’ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌ ନେଇ ସବ୍ୟସାଚୀ ମିଶ୍ର ସୋଶାଲ୍‌ ମିଡ଼ିଆ Xରେ ଲେଖିଛନ୍ତି, “ବୋଧେ ମୋ ଭାଗ୍ୟରେ ଥିଲା ବୋଲି ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବଳିଷ୍ଠ କାହାଣୀ ଉପରେ ଚଳଚ୍ଚିତ୍ର କରିବାର ସୁଯୋଗ ପାଇଲି। ଆଉ ତାହା ପୁଣି ଅନେକ ନ୍ୟାସନାଲ୍‌ ପୁରସ୍କାର ଓଡ଼ିଶାକୁ ଆଣିଥିବା ଆମ ପ୍ରିୟ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ମହାପାତ୍ର ମହୋଦୟଙ୍କଠାରୁ।”

ସେ ଆହୁରି ଲେଖିଛନ୍ତି, ମୋ ନୂଆ ସିନେମା ମୋ ନୂଆ ପରିଚୟ ହେଉ, ସେତିକି ପ୍ରାର୍ଥନା। ଏହି ଅନନ୍ତା ଚରିତ୍ର ପାଇଁ ଅନେକ ମାସରୁ ପେଟ ବଢାଉ ଥିଲି ଓ ପେଟ ଭିତରେ ଏହି ସିନେମା ବିଷୟ ଲୁଚେଇ ରଖିଥିଲି। ଆପଣଙ୍କୁ ଜଣାଇନଥିଲି। ଏକାଥରେ ଫାଷ୍ଟ ଲୁକ୍‌ରେ ଆପଣଙ୍କୁ Surprise ଦେବାର ଇଚ୍ଛା ଥିଲା। ଆଶା ଆପଣଙ୍କୁ ମୋ ଲୁକ୍‌ ମାଧ୍ୟମରେ surprise ଦେଇ ପାରିଛି ବୋଲି ସବ୍ୟସାଚୀ ଲେଖିଛନ୍ତି।

Advertisment

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଏହି କାଳଜୟୀ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’କୁ ନେଇ ଅନେକ ଟେଲି ଫିଲ୍ମ ନିର୍ମାଣ ହୋଇଛି। ହେଲେ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ରୂପ ନେଉଛି। ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ କହିଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଏଥିରେ ରାଜି ହୋଇଥିଲେ ସବ୍ୟସାଚୀ। ଆଉ ତା’ପରେ ସବ୍ୟ ନିଜର ଓଜନ ବଢ଼ାଇବାରେ ଲାଗିଲେ। ସବ୍ୟଙ୍କ ଓଜନ ଥିଲା ୭୫ କେଜି। ହେଲେ ଗତ ୨୬ ତାରିଖରେ ପୋଷ୍ଟ କରିଥିବା ଭିଡିଓରେ ସବ୍ୟ ନିଜର ଓଜନ ୯୭.୩୫ କେଜି ହୋଇଥିବା ଦେଖାଇଥିଲେ। ଆଜି ‘ରାଣ୍ଡିପୁଅ ଅନନ୍ତା’ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି। ଏଥିରେ ସବ୍ୟଙ୍କ ପୃଥଳକାୟ ପେଟ ଦେଖିବାକୁ ମିଳିଛି।

Entertainment Odia Film
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe