ଦୀପା ଓ ବିଜୟ ମହାନ୍ତିଙ୍କୁ ଭେଟିଲେ ରାନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଦୀପା ସାହୁଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଯାତ୍ରା ଜଗତର  ଆଇଟମ୍‌ ଗର୍ଲ ରାନୀ ପଣ୍ଡା। ଗତ ଶନିବାର ଦିନ ଦୀପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୀପା ପ୍ରାୟ ବର୍ଷେ ହେବ ଜରାୟୁ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଥିଲା। କେମୋ ଥେରାପି ଚାଲିଥିଲା। ହେଲେ ତିନିରୁ ଚାରି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ […]

rani-panda

Biswobandita Swain
  • Published: Tuesday, 23 June 2020
  • , Updated: 23 June 2020, 08:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ଦୀପା ସାହୁଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଯାତ୍ରା ଜଗତର  ଆଇଟମ୍‌ ଗର୍ଲ ରାନୀ ପଣ୍ଡା। ଗତ ଶନିବାର ଦିନ ଦୀପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୀପା ପ୍ରାୟ ବର୍ଷେ ହେବ ଜରାୟୁ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଥିଲା। କେମୋ ଥେରାପି ଚାଲିଥିଲା। ହେଲେ ତିନିରୁ ଚାରି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଅବସ୍ଥା ଅଧିକ ବିଗିଡ଼ିବାରୁ ଶନିବାର ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ଦୀପାଙ୍କ ଚିକିତ୍ସା ଚାଲିଥିବା ବେଳେ ନିକଟରେ ରାନୀ ପଣ୍ଡା ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାର ଫଟୋ ରାନୀଙ୍କର ଏକ ଫ୍ୟାନ୍‌ ପେଜ୍‌ରୁ ଶେଆର କରାଯାଇଛି। ଏଥିରେ ସେ ଦୀପାଙ୍କ ସହ ଏକ ସେଲ୍‌ଫି ନେଇଛନ୍ତି। ହସ୍ପିଟାଲ୍‌ ବେଡ୍‌ରେ ଦୀପା ଶୋଇଥିବା ବେଳେ ତାଙ୍କଠୁ ଟିକେ ଦୂରରେ ରହି ରାନୀ ସେଲଫି ନେଇଥିବାର ଦେଖିବାକୁ ମିଳିଛି। ରାନୀ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିବା ଜଣାପଡ଼ିଛି।

କେବଳ ଦୀପାଙ୍କୁ ନୁହେଁ, ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବିଜୟ ମହାନ୍ତିଙ୍କୁ ମଧ୍ୟ ରାନୀ ଭେଟିଥିବା ଜଣାପଡ଼ିଛି।  ମେ’ ୨୭ ତାରିଖରେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌କୁ ଚେକ୍‌ଅପ୍ ପାଇଁ ଯାଇଥିବା ବେଳେ ହୃଦ୍‌ଘାତର ଶିକାର ହୋଇଥିଲେ। ତେବେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଚଳିତ ମାସ ୧୫ ତାରିଖରେ ତାଙ୍କୁ ଭୁବନେଶ୍ୱର ଅଣାଯାଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରାନୀ ସେଠାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାର ଏକ ଫଟୋ ରାନୀଙ୍କର ଫ୍ୟାନ୍‌ ପେଜ୍‌ରେ ଶେଆର କରାଯାଇଛି। ଫଟୋରେ ସେ ବିଜୟ ମହାନ୍ତିଙ୍କ ଧର୍ମପତ୍ନୀ ତନ୍ଦ୍ରା ରାୟଙ୍କ ସହିତ ଠିଆ ହୋଇଛନ୍ତି।

ରାନୀ ଦୁଇ ଅସୁସ୍ଥ କଳାକାରଙ୍କୁ ଭେଟିଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି।

 

 

 

Related story