rangilababa
[caption id="attachment_29271" align="alignleft" width="300"]
ସୋନିକା ରାୟ[/caption]
ସାଲେପୁର: ରାଶେଶ୍ୱରୀ ଏଣ୍ଟର୍ଟେନ୍ମେଣ୍ଟ ବ୍ୟାନରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗିଲା ବାବା’ର ଶୁଭ ମହୁରତ କଟକ ଜିଲ୍ଲା ସାଲେପୁର ପାଗା ନିକଟସ୍ଥ ଶିରିଡି ସାଇବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଫିଲ୍ମରେ ବାବା ଭୂମିକାରେ ଅଛନ୍ତି କୁନା ତ୍ରିପାଠୀ। ଫିଲର ନାୟକ ଓ ନାୟିକା ଭୂମିକାରେ ଅଛନ୍ତି ଚନ୍ଦନ ଓ ନବାଗତା ସୋନିକା ରାୟ। ତେବେ ଫିଲ୍ମଟିରେ କୌଣସି ନିର୍ଦ୍ଦିଷ୍ଟ ବାବାଙ୍କୁ ଚିତ୍ରଣ କରାଯାଇନାହିଁ ବରଂ ଏ ଫିଲ୍ମଟି ସମ୍ପୁର୍ଣ୍ଣ କମର୍ସିଆଲ୍ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।
ଫିଲ୍ମରେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି ମନ୍ମଥ ମିଶ୍ର। ଫିଲ୍ମରେ ତିନୋଟି ଗୀତ ଅଛି ଏବଂ ଗୀତ ଗୁଡ଼ିକ ବହୁତ୍ ଲୋକପ୍ରିୟ ହେବ ବୋଲି କହିଛନ୍ତି ଦିବ୍ୟପ୍ରିୟଦର୍ଶିନୀ ଦାସ୍।
ଫିଲ୍ମଟି ଅକ୍ଟୋବର ୨ ତାରିଖରେ ରିଲିଜ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/vlcsnap-2015-09-03-16h44m31s436.png)