Advertisment

ଦୈତାରୀ ଓ ବାପି ପଣ୍ଡା BJDରେ ମିଶିଲା ପରେ ନାଁ ନନେଇ ବହେ ଧୋଇଲେ ରାନୀ

‘ମୋ ଭାବନାରେ ଆପଣ ଶ୍ରୀକୃଷ୍ଣ ହେଲେ ମୁଁ ଆପଣଙ୍କ ରାଧା। ମୁଁ ଆପଣଙ୍କ ମୀରା। ଏଥିରୁ ଭାବୁଥିବେ ମୁଁ ଆପଣଙ୍କୁ କେତେ ଭଲପାଏ’

author-image
Manoranjan Sial
Rani Panda

Rani Panda

ଯଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡା ବିଜେଡିରେ ମିଶିଛନ୍ତି। ଖାଲି ସେ ଏକା ମିଶି ନାହାନ୍ତି, ଅଭିନେତା ବାପି ପଣ୍ଡା ଓ ସୁବାସ ବେହେରାଙ୍କ ସମେତ ୨୯ ଜଣ କଳାକାର ସୋମବାର ଶଙ୍ଖ ଭବନକୁ ଯାଇ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବିଜେଡିରେ ସାମିଲ୍‌ ହେବା ପରେ ସେମାନଙ୍କୁ ବହେ ଧୋଇଛନ୍ତି ଆଇଟମ୍‌ ଡ୍ୟାନ୍ସର ରାନୀ ପଣ୍ଡା। ଆଉ ସେ କହିଛନ୍ତି, କେତୁଟା ଅନାଜ୍ୟ ରାନୀ ପଣ୍ଡାଠାରୁ ବଞ୍ଚିବା ପାଇଁ ନବୀନବାବୁଙ୍କ ଦଳରେ ପଶିଲେଣି। ରାନୀଙ୍କ ଏହି ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ସୋଶାଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ରାନୀ କହିଛନ୍ତି, ଭୀମଙ୍କୁ ଧରି ପାପି ଦୁର୍ଯ୍ୟୋଧନ ଯାଇ ଲକ୍ଷ୍ମୀଙ୍କ କୋଳରେ ପଶି ଯାଇଥିଲେ। ଭାବିଥିଲେ ଭୀମ ଆଉ ତାଙ୍କର କିଛି କରିପାରିବେ ନାହିଁ। ଠିକ୍‌ ସେମିତି ବର୍ତ୍ତମାନ କେତୋଟା ଅନାଜ୍ୟ ରାନୀ ପଣ୍ଡାଠାରୁ ବଞ୍ଚିବା ପାଇଁ ନବୀନବାବୁଙ୍କ ଦଳରେ ଯାଇ ପଶି ସାରିଲେଣି ବୋଲି ରାନୀ କହିଛନ୍ତି।

ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ସାରଙ୍କୁ ମୋର ଭୂମିଷ୍ଟ ପ୍ରମାଣ ଜଣାଉଛି। ସାର୍‌ ମୁଁ ଆପଣଙ୍କୁ ହୃଦୟରୁ ବହୁତ ଭଲ ପାଉଛି। ବହୁତ ସମ୍ମାନ କରୁଛି। ବହୁତ ଭକ୍ତି ମଧ୍ୟ କରେ। କେବଳ ମୁଁ ନୁହେଁ, ଓଡ଼ିଶାର ପ୍ରାୟ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି। କାରଣ ଆପଣଙ୍କ ଚରିତ୍ର ଏକ ନମ୍ୱର। ମୋ ଭାବନାରେ ଆପଣ ଶ୍ରୀକୃଷ୍ଣ ହେଲେ ମୁଁ ଆପଣଙ୍କ ରାଧା। ମୁଁ ଆପଣଙ୍କ ମୀରା। ଏଥିରୁ ଭାବୁଥିବେ ମୁଁ ଆପଣଙ୍କୁ କେତେ ଭଲପାଏ ବୋଲି ରାନୀ କହିଛନ୍ତି।

Advertisment

ରାନୀ ପଣ୍ଡା ଆହୁରି କହିଛନ୍ତି, ଆପଣଙ୍କ ଦଳ ପ୍ରତି ଓଡ଼ିଶାରେ ଗୋଟିଏ ଇଜ୍ଜତ ରହିଛି। ଆପଣଙ୍କୁ ସମସ୍ତେ ଭଲ ପାଉଛନ୍ତି। ଆପଣ(ନବୀନ) ଜଣେ ଚରିତ୍ରବାନ ବ୍ୟକ୍ତି। ଆପଣଙ୍କ ପାଇଁ ସମସ୍ତେ ପାଗଳ। ହେଲେ ଆପଣ କେତେକ ଚରିତ୍ରହୀନ ଲୋକଙ୍କୁ ନିଜ ଦଳରେ ମିଶାଇଛନ୍ତି। ଯେଉଁମାନେ ପର ଘର ଭାଙ୍ଗିଛନ୍ତି। ଯେଉଁମାନେ ପର ସ୍ତ୍ରୀମାନଙ୍କୁ ଜବରଦସ୍ତି ଆଣି ନିଜ ପାଖରେ ଶୁଆନ୍ତି। ମଞ୍ଚ ଉପରେ ରେପ୍‌ କରନ୍ତି। ନୀରିହ ଝିଅଙ୍କ ଜୀବନ ବରବାଦ କରନ୍ତି। କାହିଁକି ଆପଣ ଏପରି ଅନାର୍ଜ୍ୟମାନଙ୍କୁ ନିଜ ଦଳରେ ସାମିଲ୍‌ କରାଇଲେ? ସେମାନଙ୍କୁ ଦଳରେ ମିଶାଇ କାହିଁକି ଆପଣ ନିଜର ଇଜ୍ଜତକୁ ତଳେ ପକାଉଛନ୍ତି ବୋଲି ରାନୀ କହିଛନ୍ତି।

ସେ ଆହୁରି କହିଛନ୍ତି, ହଇରେ ପଣ୍ଡେ, ଗେଣ୍ଡେ ମୋର ତୁମେ କିଛି କରିପାରିଲ ନାହିଁ। ଭାବିଛ ରାଜନୀତି ଦଳରେ ମିଶି ମୋତେ ସାବାଡ଼ କରିବ। ହେଲେ ତୁମେମାନେ ମୋର କିଛି କରିପାରିବ ନାହିଁ। କାରଣ ରାଜନୈତିକ ଦଳ ସହିତ ମୋର କୌଣସି ଶତ୍ରୁତା ନାହିଁ ବୋଲି ରାନୀ କହିଛନ୍ତି।

ତେବେ ରାନୀଙ୍କ ଅଭିଯୋଗ ନେଇ ଦୈତାରୀ ପଣ୍ଡା ବା ବାପି ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାରୁ ପ୍ରକାଶ, ସୋମବାର ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ମିଶ୍ର ପର୍ବ। ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ନୟକ ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ହୃଶିକେଶ ମିଶ୍ର, ଆକେ ହୀରାଲାଲ, ଶିବରାମ ପଣ୍ଡାଙ୍କ ସମେତ ୨୯ ଜଣ କଳାକାର ଆଜି ଆନୁଷ୍ଠାନିକ ଭାବେ ବିଜେଡି ଯୋଗଦେଇଛନ୍ତି।

BjD Jollywood Jatra Artiste