Advertisment

‘ମୁଁ ତାଳି କିମ୍ୱା ଗାଳିକୁ ପରୱା କରେନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଁ ହିରୋଇନ୍‌ ନୁହେଁ, ଜଣେ ଆଇଟମ୍‌ ଡ୍ୟାନ୍ସର। ତେଣୁ ମୋ ହିସାବରେ ହିଁ ନାଚିବି। ଏସବୁ ତୁଚ୍ଛା ଆଲୋଚନା। ଆଇଟମ୍‌ ଡ୍ୟାନ୍ସର କୌଣସି ସୀମା ନାହିଁ। ଆଇଟମ୍‌ ଗୀତରେ ଦେହ ଘୋଡ଼େଇ ନୁହେଁ, ଦେହ ଦେଖେଇ ନୃତ୍ୟ କରାଯାଇଥାଏ। ପ୍ରତ୍ୟେକ କଳାକାରଙ୍କୁ ଗାଳି ପଡ଼ିଥାଏ। ଲୋକମାନେ ସାମ୍ନାରେ ଭଲ କୁହନ୍ତି, କିନ୍ତୁ ପଛରେ ଖରାପ କୁହନ୍ତି। ତେଣୁ ମୁଁ ତାଳି କିମ୍ୱା ଗାଳିକୁ ପରୱା କରେନି।” ନିକଟରେ ଓଟିଭିର ‘ଖୋଲାକଥା’ କାର୍ଯ୍ୟକ୍ରମରେ ଯୋଗ […]

ଅଦ୍ୟତନ ହୋଇଛି
‘ମୁଁ ତାଳି କିମ୍ୱା ଗାଳିକୁ ପରୱା କରେନି’

rani2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମୁଁ ହିରୋଇନ୍‌ ନୁହେଁ, ଜଣେ ଆଇଟମ୍‌ ଡ୍ୟାନ୍ସର। ତେଣୁ ମୋ ହିସାବରେ ହିଁ ନାଚିବି। ଏସବୁ ତୁଚ୍ଛା ଆଲୋଚନା। ଆଇଟମ୍‌ ଡ୍ୟାନ୍ସର କୌଣସି ସୀମା ନାହିଁ। ଆଇଟମ୍‌ ଗୀତରେ ଦେହ ଘୋଡ଼େଇ ନୁହେଁ, ଦେହ ଦେଖେଇ ନୃତ୍ୟ କରାଯାଇଥାଏ। ପ୍ରତ୍ୟେକ କଳାକାରଙ୍କୁ ଗାଳି ପଡ଼ିଥାଏ। ଲୋକମାନେ ସାମ୍ନାରେ ଭଲ କୁହନ୍ତି, କିନ୍ତୁ ପଛରେ ଖରାପ କୁହନ୍ତି। ତେଣୁ ମୁଁ ତାଳି କିମ୍ୱା ଗାଳିକୁ ପରୱା କରେନି।” ନିକଟରେ ଓଟିଭିର ‘ଖୋଲାକଥା’ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଶ୍ଳୀଳ ନୃତ୍ୟ ପରବେଷଣ ଉପରେ ପ୍ରତିକ୍ରିୟା ରଖି ଏମିତି କହିଥିଲେ ଯଲିଉଡ୍‌ର ଆଇଟମ୍ କୁଇନ୍‌ ରାନୀ ପଣ୍ଡା।

Advertisment

ସେ କହିଥିଲେ, “ମୁଁ ଜଣେ ମଲ୍ଟି ଆର୍ଟିଷ୍ଟ। ବର୍ତ୍ତମାନ ମୋ ନାଟକ ‘ଆଇଟମ୍ ଗର୍ଲ ରାନୀ ପଣ୍ଡା’ରେ ମୁଁ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁନାହିଁ, ତଥାପି ଲୋକ ଦେଖିବା ପାଇଁ ଆସୁଛନ୍ତି। ମୁଁ ମୋ ଶାଳୀନତା ଭିତରେ ଠିକ୍‌ ଅଛି। ଓଡ଼ିଶାରେ ଦ୍ୱିତୀୟ ରାନୀ ପଣ୍ଡା କେହି ଜନ୍ମ ହେବେନି। ସବୁ ହିରୋଇନ୍‌ ମଞ୍ଚ ଉପରେ ମୋ ପରି ଆଇଟମ୍‌ ନାଚି ପାରିବେ ନାହିଁ।”

ରାନୀ କହିଥିଲେ, “ଖଣ୍ଡଗିରି ଯାତ୍ରାରେ ଯାହା ହୋଇଥିଲା ତାହା ଏକ ଦୁର୍ଘଟଣା। ଯେ ପର୍ଯ୍ୟନ୍ତ ମୋ ଫିଗର୍‌ ରେଡି ଅଛି, ମୁଁ ସେପର୍ଯ୍ୟନ୍ତ ଆଇଟମ୍ ଡ୍ୟାନ୍ସ ଜାରି ରଖିବି।”

Advertisment

ସୂଚନାଯୋଗ୍ୟ, ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ରାତାରାତି ସାରା ରାଜ୍ୟରେ ଜଣାଶୁଣା ହୋଇଯାଇଥିଲେ ରାନୀ। ରାତାରାତି ଜଣେ ଛୋଟ କଳାକାରରୁ ରାନୀ ବନି ଯାଇଥିଲେ ସୁପରଷ୍ଟାର୍‌। କିଏ ତାଙ୍କୁ ଓଡ଼ିଶାର ରାକ୍ଷୀ ସାୱନ୍ତ କହୁଛନ୍ତି ତ ଆଉ କିଏ ହଟ୍‌ ସନ୍ନି ଲିଓନି ବୋଲି କହୁଛନ୍ତି। ୟା ଭିତରେ ତାଙ୍କ ଜୀବନକୁ ନେଇ ମଧ୍ୟ ଯାତ୍ରାଟିଏ ହୋଇସାରିଲାଣି। ଆଉ ଏଥିରେ ସେ ନିଜେ ଲିଡ୍ ରୋଲ୍‌ରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe