Advertisment

‘କରୋନା’ ପାଇଁ ରାନୀ ଦେଲେ ୫୦ ହଜାର ଟଙ୍କା

ଭୁବନେଶ୍ୱର(ଓଡିଶା ରିପୋର୍ଟେର): ମହାମାରୀ ‘କରନା’ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନି ମାସର ଦରମା ଦେଇଥିବା ବେଳେ ଵଲିଉଡ଼ ଓ ଟଲିଉଡ଼ କଳାକାରମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ସମୟରେ ଯଲିଉଡ୍‌ରେ ବିବାଦୀୟ ହୋଇପଡ଼ିଥିବା ଆଇଟମ୍‌ ଡ୍ୟାନ୍ସର ତଥା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ରାନୀ ସୋଶାଲ ମିଡ଼ିଆରେ […]

author-image
Biswobandita Swain
‘କରୋନା’ ପାଇଁ ରାନୀ ଦେଲେ ୫୦ ହଜାର ଟଙ୍କା

ranipanda

ଭୁବନେଶ୍ୱର(ଓଡିଶା ରିପୋର୍ଟେର): ମହାମାରୀ ‘କରନା’ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ତିନି ମାସର ଦରମା ଦେଇଥିବା ବେଳେ ଵଲିଉଡ଼ ଓ ଟଲିଉଡ଼ କଳାକାରମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ସମୟରେ ଯଲିଉଡ୍‌ରେ ବିବାଦୀୟ ହୋଇପଡ଼ିଥିବା ଆଇଟମ୍‌ ଡ୍ୟାନ୍ସର ତଥା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ରାନୀ ସୋଶାଲ ମିଡ଼ିଆରେ ଭିଡିଓ ଶେଆର କରି କହିଛନ୍ତି।

Advertisment

publive-imageଭିଡିଓରେ ରାନୀ କହୁଛନ୍ତି,  ମୁଁ ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ଏପରି ଘଡିସନ୍ଧି ମୁହୂର୍ତ୍ତରେ ମୁଁ ‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱ ଇଚ୍ଛାରେ ୫୦,୦୦୦ ଟଙ୍କା ଦାନ କରିଛି। ଏ ଟଙ୍କା ମୋ’ ଓଡ଼ିଶାର ଅଗଣିତ ଜନତାଙ୍କ ପାଇଁ ଓ ମୋ ଦର୍ଶକବନ୍ଧୁଙ୍କ ପାଇଁ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତି। ସରକାରଙ୍କ ନିୟମ ମାନି ଚଳନ୍ତୁ। ପୁଲିସ ସହ ଝଗଡା ନକରି ତାଙ୍କୁ ସହଯୋଗ କରନ୍ତୁ। ମୁଁ ଆଶା କରୁଛି, ଆମେ ନିୟମ ମାନି ଚାଲିିଲେ  ‘କରୋନା’ ଦାଉରୁ ରକ୍ଷା ପାଇପାରିବା।”

ସୂଚନାନୁଯାୟୀ, 'କରୋନା’ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଆଜି ସୁଦ୍ଧା ସମଗ୍ର ଦେଶରେ ‘କରୋନା’ରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହିଛନ୍ତି। ଏଥିରେ ଓଡ଼ିଶାରୁ ୩ ଜଣ ଅଛନ୍ତି। ତେବେ ଅନେକ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ସ୍ଥିତି ଭୟଙ୍କର ହେବା ଆଶଙ୍କା କରି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

Advertisment