ଷ୍ଟେଜ୍‌ରେ ଗୀତ ଭୁଲିଗଲେ ରାନୁ

ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇଥିବା ତଥା ଫ୍ୟାନ୍‌ଙ୍କ ସହ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ରହିଥିବା ରାନୁ ଏବେ ଅନ୍ୟ ଏକ ଖରାପ କାରଣ ପାଇଁ ଆଲୋଚନାର ପରିସରକୁ ଆସିଛନ୍ତି। ଏମିତିକି ତାଙ୍କୁ ଏଥିପାଇଁ ସୋଶାଲ୍ […]

ranu4

Chinmayee Roy
  • Published: Tuesday, 03 December 2019
  • , Updated: 03 December 2019, 03:00 PM IST

ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇଥିବା ତଥା ଫ୍ୟାନ୍‌ଙ୍କ ସହ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ରହିଥିବା ରାନୁ ଏବେ ଅନ୍ୟ ଏକ ଖରାପ କାରଣ ପାଇଁ ଆଲୋଚନାର ପରିସରକୁ ଆସିଛନ୍ତି। ଏମିତିକି ତାଙ୍କୁ ଏଥିପାଇଁ ସୋଶାଲ୍ ମିଡିଆରେ ଟ୍ରୋଲ୍ ମଧ୍ୟ କରାଯାଉଛି।

https://www.instagram.com/p/B5dtBR4nvCD/?utm_source=ig_web_copy_link

ସୋଶାଲ୍‌ ମିଡିଆରେ ରାନୁଙ୍କର ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେଉଛି। ଏଥିରେ ସେ ଗୀତ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ନିକଟରେ ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇଥିଲେ ରାନୁ। ସେଠାରେ ତାଙ୍କୁ ଏକ ଗୀତ ଗାଇବା ପାଇଁ କୁହା ଯାଇଥିଲା। ହିମେଶ ରେଶମିୟାଁଙ୍କ ସହିତ ଗାଇଥିବା ଏକ ଗୀତ ଗାଇବାକୁ ମାଇକ୍‌ ଧରି ଥିଲେ ରାନୁ। ତେବେ ଏହା ପରେ ସେ କିଛି ସମୟ ଚୁପ୍‌ ରହିଥିଲେ।  ତା’ପରେ ସେ କହିଥିଲେ, ‘ଓଃ ମାଇଁ ଗଡ୍‌, ଆଇ ଫର୍ଗେ‌ଟ୍‌ ଇଟ୍‌’। ରାନୁଙ୍କର ଏହି ଭିଡିଓ ଏବେ ସୋଶାଲ୍‌ ମଡିଆରେ ଟ୍ରୋଲ୍ ହେଉଛି।

https://twitter.com/mvmeet/status/1191290722026057728

ସୋଶାଲ୍‌ ମିଡିଆରେ ରାନୁ ଲଗାତାର ଭାବେ ଟ୍ରୋଲ୍‌ ହେବା ପରେ ତାଙ୍କ ଝିଅ ଏଲିଜାବେଥ୍‌ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମୁଁ ଅନେକ ଥର ମା’କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେବାର ଦେଖିଲିଣି। ଏଥିରେ ମୁଁ ଦୁଃଖିତ। ମାଁ’ଙ୍କର ଆରମ୍ଭରୁ ହିଁ ଟିକେ ଆଟିଟ୍ୟୁଡ୍‌ ପ୍ରୋବ୍ଲେମ୍‌ ରହିଛି, ଯେଉଁଥିପାଇଁ ସେ ସବୁବେଳେ ଅସୁବିଧାରେ ପଡ଼ନ୍ତି। ଏହା ବହୁତ ଦୁଃଖର କଥା।”

Related story