Advertisment

ଟ୍ରୋଲ୍‌ ହେଲେ ରାନୁ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡ୍‌। ଏମିତି ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ରାନୁ ମଣ୍ଡଳଙ୍କର। କାରଣ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ପାଇଁ ଏ ସବୁ ଯେମିତି ଆକାଶ କଇଁଆ ଚିଲିକା ମାଛ ପରି ଥିଲା। ସେ କେବେ ଚିନ୍ତା କରିନଥିଲେ ଯେ ଗୀତ ଗାଇ ସେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯିବେ। ରାନୁଙ୍କର ଗୀତ ଗାଇବାର ଗୋଟିଏ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।  ଏହାପରେ […]

ଟ୍ରୋଲ୍‌ ହେଲେ ରାନୁ

ranu

Advertisment

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡ୍‌। ଏମିତି ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ରାନୁ ମଣ୍ଡଳଙ୍କର। କାରଣ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ପାଇଁ ଏ ସବୁ ଯେମିତି ଆକାଶ କଇଁଆ ଚିଲିକା ମାଛ ପରି ଥିଲା। ସେ କେବେ ଚିନ୍ତା କରିନଥିଲେ ଯେ ଗୀତ ଗାଇ ସେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯିବେ। ରାନୁଙ୍କର ଗୀତ ଗାଇବାର ଗୋଟିଏ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।  ଏହାପରେ ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେଶମିୟା ତାଙ୍କୁ ଫିଲ୍ମରେ ଗୀତ ଗାଇବାର ଅଫର୍‌ ମଧ୍ୟ ଦେଇଥିଲେ। ସେ ଗାଇଥିବା ଗୀତ ‘ତେରି ମେରି କାହାନୀ’ ମଧ୍ୟ ଭାଇରାଲ୍ ହେବା ସହ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

Advertisment

ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍‌ର ଶିକାର ହେଉଛନ୍ତି। ନିକଟରେ ଜଣେ ମହିଳା ପ୍ରଶଂସକ ତାଙ୍କୁ ସେଲ୍‌ଫି ମାଗିବା ନେଇ ଅପମାନିତ ହୋଇଥିଲେ। ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେ ଘଟଣାକୁ ନେଇ ରାଗ ଥମି ନଥିବା ବେଳେ ଏବେ ରାନୁଙ୍କୁ ନେଇ ପୁଣି ଟ୍ରୋଲିଂ ଆରମ୍ଭ ହୋଇଯାଇଛି।

https://twitter.com/sapnamadan/status/1195883721171226624

ସୋଶାଲ୍‌ ମିଡିଆରେ ରାନୁଙ୍କର କିଛି ଫଟୋ ଭାଇରାଲ୍‌ ହେଉଛି। ଫଟୋରେ ରାନୁଙ୍କୁ ରାମ୍ପରେ ମେକଅପ୍‌ ନେଇ ଚାଲିବାର ଦେଖିବାକୁ ମିଳିଛି। ସୁନ୍ଦର ଲେହେଙ୍ଗା ପିନ୍ଧି ରାନୁ ମେକଅପ୍ ନେଇଥିବା ବେଳେ ଦର୍ଶକଙ୍କୁ ତାଙ୍କ ଲୁକ୍‌ ଆଦୌ ପସନ୍ଦ ଆସିନାହିଁ। ଲୋକଙ୍କୁ ରାନୁଙ୍କ ଅଧିକ ମେକଅପ୍ ଭଲ ଲାଗିନାହିଁ। ଯେଉଁଥିପାଇଁ ଦର୍ଶକମାନେ ତାଙ୍କୁ ଜୋକର, ଆଶିର୍ବାଦ ଅଟା, ବ୍ୟାଟ୍‌ ମ୍ୟାନ୍‌, ମୁଲ୍‌ତାନ୍‌ ମିଟ୍ଟି, ଏବଂ ଅଧିକ ବିୟୁଟି ପ୍ଲସ୍‌ର ବ୍ୟବହାର କରିଛନ୍ତି କହି ଟ୍ରୋଲ୍‌ କରିଛନ୍ତି।

Advertisment

https://twitter.com/blindspot2707/status/1195889975901872130

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe