Advertisment

ଏମିତି ହୋଇଥିଲା ରାନୁଙ୍କ ମେକଅପ୍‌

ମୁମ୍ବାଇ: ରେଲୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ ନିକଟରେ ମେକ୍ଅପ୍ ନେଇ କାନପୁରର ଏକ ଇଭେଣ୍ଟରେ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏହି ମେକ୍ଅପ୍ ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଫଟୋରେ ରାନୁ ପୂରାପୂରି ହେଭି ମେକ୍ଅପ୍ ନେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ ହେବାକୁ ପଡ଼ିଥିଲା। ୟୁଜର୍‌ ତାଙ୍କୁ କମେଣ୍ଟ କରିବା ସହିତ ଖୁବ୍‌ ମଜାକ୍‌ ଉଡ଼ାଇଥିଲେ। ତେବେ […]

ଏମିତି ହୋଇଥିଲା ରାନୁଙ୍କ ମେକଅପ୍‌

ranu4

Advertisment

ମୁମ୍ବାଇ: ରେଲୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ ନିକଟରେ ମେକ୍ଅପ୍ ନେଇ କାନପୁରର ଏକ ଇଭେଣ୍ଟରେ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଏହି ମେକ୍ଅପ୍ ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଫଟୋରେ ରାନୁ ପୂରାପୂରି ହେଭି ମେକ୍ଅପ୍ ନେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ ହେବାକୁ ପଡ଼ିଥିଲା। ୟୁଜର୍‌ ତାଙ୍କୁ କମେଣ୍ଟ କରିବା ସହିତ ଖୁବ୍‌ ମଜାକ୍‌ ଉଡ଼ାଇଥିଲେ।

Advertisment

ତେବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ରାନୁଙ୍କ ଏହି ମେକ୍ଅପ୍ ଫଟୋ ଫେକ୍ ବୋଲି ମେକ୍ଅପ୍ ଆର୍ଟିଷ୍ଟ୍ ସନ୍ଧ୍ୟା କହିଛନ୍ତି। ସେ ରାନୁଙ୍କର ଅରିଜିନାଲ୍ ମେକ୍ଅପ୍ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍ କରିଛନ୍ତି। ଏହାସହ ରାନୁଙ୍କର ଏହି ଫଟୋକୁ ନେଇ ଟ୍ରୋଲ୍ କରିଥିବା ଲୋକଙ୍କୁ ମଧ୍ୟ ସେ କଡ଼ା ଜବାବ ଦେଇଛନ୍ତି।

https://www.instagram.com/tv/B4-T3k_gwIY/?utm_source=ig_web_copy_link

ସନ୍ଧ୍ୟା ଫେକ୍ ଓ ରିଅଲ୍ ଫଟୋକୁ ପୋଷ୍ଟ କରି ଲେଖିଛନ୍ତି, ‘ଆପଣ ଉଭୟ ଫଟୋକୁ ଭଲ ଭାବରେ ଦେଖନ୍ତୁ। ଗୋଟିଏ ଫଟୋ, ଯାହା ରିଅଲ୍… ଆମେ ପରିଶ୍ରମ କରି ତାଙ୍କୁ ମେକ୍ଅପ୍ ଦେଇଥିଲୁ। ଅନ୍ୟ ଏକ ଫଟୋ ଏଡିଟ୍ କରାଯାଇଛି। ଜଣଙ୍କୁ ଆଘାତ ପହଞ୍ଚାଇ ହସାଇବା ଭୁଲ୍। ଏବେ ଆପଣମାନେ ବୁଝି ପାରୁଥିବେ ଅରିଜିନାଲ୍ ଓ ଫେକ୍ ଫଟୋ ମଧ୍ୟରେ କ’ଣ ପରିବର୍ତ୍ତନ।’
ନିକଟରେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ରାନୁ ସୁନ୍ଦର ଲେହେଙ୍ଗା ପିନ୍ଧି ମେକଅପ୍ ନେଇଥିବା ନଜର ଆସିଥିଲା। ତାଙ୍କର ଏହି ଲୁକ୍‌କୁ ଲୋକେ ପସନ୍ଦ କରିନଥିଲା। କାହିଁକି ନା ଲୋକଙ୍କୁ ରାନୁଙ୍କ ଅଧିକ ମେକଅପ୍ ଭଲ ଲାଗି ନ ଥିଲା। ଯେଉଁଥିପାଇଁ ତାଙ୍କୁ କିଏ ଜୋକର, ତ ଆଉ କିଏ ଆଶୀର୍ବାଦ ଅଟା, ବ୍ୟାଟ୍ ମ୍ୟାନ୍, ମୁଲତାନ୍‌ ମିଟ୍ଟି, ଏବଂ ଅଧିକ ବିୟୁଟି ପ୍ଲସର ବ୍ୟବହାର କରିଛନ୍ତି କହି ଟ୍ରୋଲ୍ କରିଥିଲେ।

Advertisment

https://www.instagram.com/p/B4-XJDqAju5/?utm_source=ig_web_copy_link

ପ୍ରଶଂସା ସାଉଁଟିବା ପରେ ରାନୁ ଏବେ କିଛି ଦିନ ହେବ ଟ୍ରୋଲ୍‌ର ଶିକାର ହେଉଛନ୍ତି। ନିକଟରେ ଜଣେ ମହିଳା ପ୍ରଶଂସକ ତାଙ୍କୁ ସେଲ୍ଫି ମାଗିବା ନେଇ ଅପମାନିତ ହୋଇଥିଲେ। ଯେଉଁଥିପାଇଁ ରାନୁଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେ ବ୍ୟବହାର ଶିଖନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେ ଘଟଣାକୁ ନେଇ ରାଗ ଥମି ନଥିବା ବେଳେ ଏବେ ରାନୁଙ୍କ ମେକ୍ଅପ୍ ଫଟୋକୁ ନେଇ ଟ୍ରୋଲ୍ ଆରମ୍ଭ ହୋଇଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe