Advertisment

ରାନୁଙ୍କ ଆଉ ଏକ ଗୀତ ଭାଇରାଲ୍‌

ନୂଆଦିଲ୍ଲୀ: ପ୍ଲାଟ୍‌ଫର୍ମରେ ଗୀତ ଗାଇ ରାତାରାତି ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି।  ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗାଉଥିବା ଦେଖିବାକୁ ମିଳିଛି। https://www.instagram.com/p/B4FOB1bhHEd/?utm_source=ig_web_copy_link ଏହି ଭିଡିଓଟି ବଙ୍ଗାଳି ଟେଲିଭିଜନ୍‌ ଶୋ’ ‘କମେଡି ଷ୍ଟାର୍‌ସ’ର ବୋଲି ଜଣାପଡ଼ିଛି। ନିକଟରେ […]

ଅଦ୍ୟତନ ହୋଇଛି
ରାନୁଙ୍କ ଆଉ ଏକ ଗୀତ ଭାଇରାଲ୍‌

ranu2

Advertisment

ନୂଆଦିଲ୍ଲୀ: ପ୍ଲାଟ୍‌ଫର୍ମରେ ଗୀତ ଗାଇ ରାତାରାତି ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି।  ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

ଏହି ଭିଡିଓରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗାଉଥିବା ଦେଖିବାକୁ ମିଳିଛି।

https://www.instagram.com/p/B4FOB1bhHEd/?utm_source=ig_web_copy_link

ଏହି ଭିଡିଓଟି ବଙ୍ଗାଳି ଟେଲିଭିଜନ୍‌ ଶୋ’ ‘କମେଡି ଷ୍ଟାର୍‌ସ’ର ବୋଲି ଜଣାପଡ଼ିଛି। ନିକଟରେ ରାନୁ ଏହି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ଷ୍ଟେଜ୍‌ରେ ଏହି ଗୀତ ଗାଇଥିଲେ। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକମାନେ ବେଶ୍ ଖୁସି ହୋଇଯାଇଥିଲେ। ଏହି ଭିଡିଓଟିକୁ ‘ଡେଲିହଣ୍ଟ’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ଶେଆର୍‌ କରାଯାଇଛି।

Advertisment

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେଶକରଙ୍କର ଗୀତ ଗାଇ ରାନୁ ସୋଶାଲ୍‌ ମିଡିଆରେ ସୁପର୍‌ଷ୍ଟାର୍‌ ବନି ଯାଇଥିଲେ। ଆଉ ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇ ହିମେଶ ରେଶମିଆ ତାଙ୍କୁ ନିଜ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ରାନୁ ତିନୋଟି ଗୀତ ଗାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe