Advertisment

ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଲ

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ଗାୟକ ପଦ୍ମଶ୍ରୀ ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ। ଆଉ ଏହି ଗୀତର ମେକିଂ ଭିଡିଓକୁ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଭିଡିଓରେ ରାନୁ ଏକ ରୋମାଣ୍ଟିକ ଟ୍ରାକ୍‌ ‘କେହ୍‌ ରହି ହୈ ନଜଦିକିୟାଁ’ ଗାଉଛନ୍ତି। ଏହି ଗୀତକୁ ରାନୁ ଓ ଉଦିତ୍‌ ନାରାୟଣଙ୍କ ସହ ହିମେଶ ଓ ପାୟଲ ଦେବ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି। ଭିଡିଓଟିକୁ ହିମେଶ […]

ଅଦ୍ୟତନ ହୋଇଛି
ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଲ

ranu

Advertisment

ମୁମ୍ବାଇ: ୯୦ ଦଶକର ଲୋକପ୍ରିୟ ଗାୟକ ପଦ୍ମଶ୍ରୀ ଉଦିତ୍‌ ନାରାୟଣଙ୍କ ସହ ଗୀତ ଗାଇଲେ ରାନୁ ମଣ୍ଡଳ। ଆଉ ଏହି ଗୀତର ମେକିଂ ଭିଡିଓକୁ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଏହି ଭିଡିଓରେ ରାନୁ ଏକ ରୋମାଣ୍ଟିକ ଟ୍ରାକ୍‌ ‘କେହ୍‌ ରହି ହୈ ନଜଦିକିୟାଁ’ ଗାଉଛନ୍ତି। ଏହି ଗୀତକୁ ରାନୁ ଓ ଉଦିତ୍‌ ନାରାୟଣଙ୍କ ସହ ହିମେଶ ଓ ପାୟଲ ଦେବ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି।

Advertisment

ଭିଡିଓଟିକୁ ହିମେଶ ଗତକାଲି ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଜନ୍ମଦିନରେ ହିଁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। କାରଣ ରାନୁ ମଣ୍ଡଳ ଲତାଙ୍କୁ ଅନୁକରଣ କରିଥା’ନ୍ତି ଓ ଲତା ହିଁ ତାଙ୍କର ପ୍ରେରଣା ବୋଲି କହନ୍ତି। ସୋଶାଲ୍ ମିଡିଆରେ ଏହି ମେକିଂ ଭିଡିଓଟିକୁ ମାତ୍ର ୨୪ ଘଣ୍ଟା ଭିତରେ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

https://www.instagram.com/p/B28PHCtjEjO/?utm_source=ig_web_copy_link

ସୂଚନାଯୋଗ୍ୟ, ରାନୁ ମଣ୍ଡଳ ନାଁଟି ଏବେ ଘରେ ଘରେ ପରିଚିତ। କୋଲକାତାର ରାନାଘାଟ୍ ରେଳ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ଏବେ ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ହୋଇଗଲେଣି। ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମ ‘ହାପି ହାର୍ଡ଼ି ହିର୍‌’ରେ ଗୀତ ଗାଇବାକୁ ସୁଯୋଗ ଦେଇ ତାଙ୍କ ପ୍ରତିଭାକୁ ଘରେ ଘରେ ପହଞ୍ଚାଇଛନ୍ତି। ତାଙ୍କ କଣ୍ଠରେ ହିମେଶ ୪ଟି ଗୀତ ରେକର୍ଡ କରି ସାରିଲେଣି।

Advertisment

https://www.instagram.com/p/B2R3tZpj6FF/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe