ranu
ମୁମ୍ବାଇ: ଫିଲ୍ମ 'ସରୋଜିନୀ'କୁ ନେଇ ଅଭିନେତ୍ରୀ ଦୀପିକା ଚିଖଲିଆ ଟୋପିଓ୍ୱାଲା ଖୁବ୍ ଚର୍ଚ୍ଚାରେ। ଏହା ଏକ ବାୟୋପିକ୍ ହୋଇଥିବା ବେଳେ ଫିଲ୍ମରେ ସେ ମୁଖ୍ୟ ଚରିତ୍ର ସରୋଜିନୀ ନାଇଡୁଙ୍କ ଭୂମିକାରେ ନଜରକୁ ଆସିବେ। ଏବେ ପୁଣି ଏହି ଫିଲ୍ମ ଚର୍ଚ୍ଚାକୁ ଆସିଛି। କିନ୍ତୁ ଏଥର ସୋଶାଲ ମିଡିଆ ଫେମ୍ ରାନୁ ମଣ୍ଡଳଙ୍କ ପାଇଁ।
ଫିଲ୍ମ ସରୋଜିନୀରେ ରାନୁ ଗୀତ ଗାଇଛନ୍ତି। ଏନେଇ ଖୋଦ୍ ଦୀପିକା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏକ ଟ୍ୱିଟ୍ କରି ଦୀପିକା ଜଣାଇଛନ୍ତି ଯେ, "ମୋ ଫିଲ୍ମ ସରୋଜିନୀରେ ଧୀରଜ ମିଶ୍ରଙ୍କ ସଂଳାପରେ ରାନୁ ମଣ୍ଡଳ ଗୀତ ଗାଇଛନ୍ତି।" ଏହାସହ ଦୀପିକା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଫିଲ୍ମରେ ରାନୁ ସମସ୍ତ ଗୀତ ଗାଇଛନ୍ତି ବୋଲି ଭିଡିଓରେ କହୁଛନ୍ତି।
ସୂଚନା ଯେ, ଏହି ସରୋଜିନୀ ନାଇଡ଼ୁଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ମାଣ କାର୍ଯ୍ୟ ଲକଡାଉନ କଟକଣା ଯୋଗୁ ଆଗକୁ ବଢ଼ିପାରିନି। ଲକଡାଉନ କଟକଣା ଉଠିବା ପରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ। ଅନ୍ୟପଟେ ରେଲଓ୍ୱେ ଷ୍ଟେସନରେ ଗୀତ ଗାଇ ଚଳୁଥିବା ରାନୁ ମଣ୍ଡଳଙ୍କ ଭିଡିଓ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର୍ ହୋଇଗଲେ। ପରେ ପରେ ସେ ହିମେଶ ରେଶମିୟାଙ୍କ ସହ ମଧ୍ୟ ଗୀତ ଗାଇବାର ସୁଯୋଗ ପାଇଥିଲେ। ଆଜି ସେ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/ranu.jpg)