Advertisment

ପୁଣି ଭଂଶାଲୀଙ୍କ ସହ ରଣବୀର ଓ ଦୀପିକା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏବେ ଅନ୍ୟତମ ହିଟ୍‌ ଯୋଡ଼ି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ। ଏହି ଯୋଡ଼ିକୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ଏହି ହିଟ୍ ଯୋଡ଼ିକୁ ନେଇ ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏକ ଫିଲ୍ମ କରୁଥିବା ଜଣାପଡ଼ିଛି। ୨୦୧୮ରେ ‘ପଦ୍ମାବତ୍‌’ରେ ଏ ଦୁହେଁ ଭଂଶାଲୀଙ୍କ ସହ କାମ କରିଥିଲେ। ଅବଶ୍ୟ ଏ ଫିଲ୍ମରେ ରଣବୀର ଓ ଦୀପିକା ପରସ୍ପର ବିପକ୍ଷରେ ଅଭିନୟ କରି ନଥିଲେ। କିନ୍ତୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
ପୁଣି ଭଂଶାଲୀଙ୍କ ସହ ରଣବୀର ଓ ଦୀପିକା

dipika

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏବେ ଅନ୍ୟତମ ହିଟ୍‌ ଯୋଡ଼ି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ। ଏହି ଯୋଡ଼ିକୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ଏହି ହିଟ୍ ଯୋଡ଼ିକୁ ନେଇ ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏକ ଫିଲ୍ମ କରୁଥିବା ଜଣାପଡ଼ିଛି। ୨୦୧୮ରେ ‘ପଦ୍ମାବତ୍‌’ରେ ଏ ଦୁହେଁ ଭଂଶାଲୀଙ୍କ ସହ କାମ କରିଥିଲେ। ଅବଶ୍ୟ ଏ ଫିଲ୍ମରେ ରଣବୀର ଓ ଦୀପିକା ପରସ୍ପର ବିପକ୍ଷରେ ଅଭିନୟ କରି ନଥିଲେ। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ।

Advertisment

https://www.instagram.com/p/B3I82S5hs1e/?utm_source=ig_web_copy_link

ନିକଟରେ ରଣବୀରଙ୍କୁ ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା। ଭଂଶାଲୀ ତାଙ୍କୁ ଦେଖା କରିବା ପାଇଁ ଡକାଇଥିଲେ। ଆଉ ସେହି ଦିନଠାରୁ ସମସ୍ତେ ସମସ୍ତେ ଅନ୍ଦାଜ ଲଗାଇବା ଆରମ୍ଭ କରି ଦେଇଥିଲେ ଯେ ରଣବୀର ନିଶ୍ଚିତ ଭଂଶାଲୀଙ୍କ ଆଗାମୀ ଫିଲ୍ମରେ କାମ କରିବେ। ଏହା ପୂର୍ବରୁ ଦୀପିକାଙ୍କୁ ମଧ୍ୟ ଭଂଶାଲୀ ଦେଖା କରିବାକୁ ଡକାଇଥିଲେ। ସେ ମଧ୍ୟ ଗଣମାଧ୍ୟମର ଫଟୋଗ୍ରାଫରଙ୍କଠୁ ଲୁଚି ପାରି ନ ଥିଲେ। ଏଣୁ ଏ ଦୁଇ ଜଣଙ୍କୁ ନେଇ ଭଂଶାଲୀ କିଛି ବଡ଼ ପ୍ରୋଜେକ୍ଟ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

deepika