Advertisment

ପୁଣି ଏକାଠି ଆସିବେ ପ୍ରିୟଙ୍କା ଓ ରଣବୀର

ମୁମ୍ବାଇ: ‘ଗୁଣ୍ଡେ’, ‘ବାଜିରାଓ ମସ୍ତାନୀ’ ଓ ‘ଦିଲ୍‌ ଧଡକନେ ଦୋ’ ଭଳି ଫିଲ୍ମରେ ଏକାଠି କାମ କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଷ୍ଟାଇଲିଶ୍ ବୟ ରଣବୀର ସିଂହ ପୁଣି ଥରେ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ବଲିଉଡ୍‌ର ଷ୍ଟାର୍ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ଆଗାମୀ ଫିଲ୍ମ ‘ବୈଜୁ ବାୱାରା’ରେ ଏ ଦୁହେଁ ଲିଡ୍ ରୋଲ୍‌ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଛଅ ଦିନ ତଳେ ଦୀପାବଳି ଅବସରରେ ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହାର ଅଫିସିଆଲ୍ […]

ଅଦ୍ୟତନ ହୋଇଛି
ପୁଣି ଏକାଠି ଆସିବେ ପ୍ରିୟଙ୍କା ଓ ରଣବୀର

priyanka-ran

Advertisment

ମୁମ୍ବାଇ: ‘ଗୁଣ୍ଡେ’, ‘ବାଜିରାଓ ମସ୍ତାନୀ’ ଓ ‘ଦିଲ୍‌ ଧଡକନେ ଦୋ’ ଭଳି ଫିଲ୍ମରେ ଏକାଠି କାମ କରିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଷ୍ଟାଇଲିଶ୍ ବୟ ରଣବୀର ସିଂହ ପୁଣି ଥରେ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ବଲିଉଡ୍‌ର ଷ୍ଟାର୍ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ଆଗାମୀ ଫିଲ୍ମ ‘ବୈଜୁ ବାୱାରା’ରେ ଏ ଦୁହେଁ ଲିଡ୍ ରୋଲ୍‌ରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

Advertisment

ଛଅ ଦିନ ତଳେ ଦୀପାବଳି ଅବସରରେ ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହାର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏହି ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଏହା ସଞ୍ଜୟ ଲୀଲା ଭଂଶାଲୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ବୋଲି ଏଥିରେ ଲେଖାଯାଇଥିଲା। ଏହା ସହିତ ଫିଲ୍ମଟି ୨୦୨୧ ଦୀପାବଳିରେ ରିଲିଜ୍ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ଏଥିରେ କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟଙ୍କ ସମ୍ପର୍କରେ କିଛି ଲେଖା ଯାଇ ନଥିଲା।

https://www.instagram.com/p/B4HP6brpj3A/?utm_source=ig_web_copy_linkମ

ଭଂଶାଲୀ ପ୍ରଡକ୍ସନ୍ସ ପକ୍ଷରୁ ଏହି ନୂଆ ଫିଲ୍ମ ସମ୍ପର୍କରେ ସୂଚନା ଦିଆଯିବାର ବେଶ୍ କିଛି ଦିନ ପୂର୍ବରୁ ରଣବୀରଙ୍କୁ ବାରମ୍ବାର ସଞ୍ଜୟ ଲୀଲା ଭଂଶାଲୀଙ୍କ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା। ସେତେବେଳଠାରୁ ଚର୍ଚ୍ଚା ହେଉଥିଲା ଯେ ଭଂଶାଲୀ ଓ ରଣବୀର ନିଶ୍ଚିତ ଆଗକୁ କୌଣସି ଫିଲ୍ମ କରିବେ। ଆଉ ଏବେ ଭଂଶାଲୀଙ୍କ ଏହି ଫିଲ୍ମ ଘୋଷଣା ପରେ ସେହି ଚର୍ଚ୍ଚା ସତ ପାଲଟି ଯାଇଛି। ସୂଚନାଯୋଗ୍ୟ, ‘ଗୋଲିୟୋଁ କୀ ରାସ୍‌ଲୀଲା ରାମ୍‌ଲୀଲା’, ‘ପଦ୍ମାବତ’, ଓ ‘ବାଜିରାଓ ମସ୍ତାନୀ’ ଫିଲ୍ମରେ ଭଂଶାଲୀ ଓ ରଣବୀର ଏକାଠି କାମ କରିଛନ୍ତି। ଦୁହିଁଙ୍କ ଫିଲ୍ମକୁ ଦର୍ଶକ ବି ବେଶ୍ ପସନ୍ଦ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe