Advertisment

ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ରଣବୀର ସିଂହଙ୍କର ଜନ୍ମଦିନ। ଆଜି ସେ ନିଜର 35 ତମ ଜନ୍ମଦିନ ପାଳନ କରୁଛନ୍ତି। ରଣବୀର ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। କହିବାକୁ ଗଲେ ଏବେ ସେ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତୁଛନ୍ତି। ଅନ୍ୟ ଷ୍ଟାରଙ୍କ ପରି ରଣବୀରଙ୍କ ଜନ୍ମଦିନକୁ ମଧ୍ୟ ଫ୍ୟାନ୍‌ମାନେ ବେଶ୍ ଧୁମ୍‌ଧାମ୍‌ରେ […]

ଅଦ୍ୟତନ ହୋଇଛି
ରଣବୀରଙ୍କ ଜନ୍ମଦିନରେ ଏକ ବିଦ୍ୟାଳୟକୁ ଫ୍ୟାନ୍ ଦେବେ କମ୍ପ୍ୟୁଟର

ranveer-singh

Advertisment

ମୁମ୍ବାଇ: ଆଜି ହେଉଛି ବଲିଉଡ୍‌ର ମୋଷ୍ଟ ଭର୍ସାଟାଇଲ୍ ଆକ୍ଟର ରଣବୀର ସିଂହଙ୍କର ଜନ୍ମଦିନ। ଆଜି ସେ ନିଜର 35 ତମ ଜନ୍ମଦିନ ପାଳନ କରୁଛନ୍ତି। ରଣବୀର ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। କହିବାକୁ ଗଲେ ଏବେ ସେ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟ ଜିତୁଛନ୍ତି। ଅନ୍ୟ ଷ୍ଟାରଙ୍କ ପରି ରଣବୀରଙ୍କ ଜନ୍ମଦିନକୁ ମଧ୍ୟ ଫ୍ୟାନ୍‌ମାନେ ବେଶ୍ ଧୁମ୍‌ଧାମ୍‌ରେ ପାଳିଥାନ୍ତି। ବିଶେଷ କରି ତାଙ୍କର ଏକ ଫ୍ୟାନ୍ କ୍ଲବ ଅଛି, ଯିଏ ପ୍ରତିବର୍ଷ ଏହି ଦିନରେ ଅଭାବୀ ଲୋକମାନଙ୍କୁ ସାହାଯ୍ୟ କରିଥାଏ। ରଣବୀରଙ୍କ ଏହି ଫ୍ୟାନ୍ କ୍ଲବ୍ ଏଥର ଏକ ବିଦ୍ୟାଳୟକୁ କମ୍ପ୍ୟୁଟର ଦାନ କରିବ।

Advertisment

publive-imageଏହି କ୍ଲବ ୨୦୧୫ରୁ ସକ୍ରିୟ ଅଛି। ଏହାର ସଦସ୍ୟମାନେ ନିଜ ପ୍ରିୟ ଷ୍ଟାରଙ୍କ ନାମରେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟ କରିଥାନ୍ତି। ନିକଟରେ ଏମାନେ 'ରଣବୀର ଗ୍ରାମ ପ୍ରୋଗ୍ରାମ' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଏଥର ରଣବୀରଙ୍କ ଜନ୍ମଦିନରେ ଏମାନେ ଇନ୍ଦୋର ମଧ୍ୟପ୍ରଦେଶ ନିକଟସ୍ଥ ସିକନ୍ଦରୀ ଗ୍ରାମର ଏକ ବିଦ୍ୟାଳୟକୁ କମ୍ପ୍ୟୁଟର ଦେବେ।

ranveer

ସିକନ୍ଦରୀ ଗାଁର ଏହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ରଣବୀରଙ୍କ ଫ୍ୟାନ୍ କ୍ଲବ୍ ଏହି ବିଦ୍ୟାଳୟକୁ ଏକ ବେସିକ୍‌ କମ୍ପ୍ୟୁଟର ପାଇଁ ୧୫ ହଜାର ଟଙ୍କା, ବିଦ୍ୟାଳୟର କାନ୍ଥରେ ଚିତ୍ର ଆଙ୍କିବା ପାଇଁ ୧୦ ହଜାର ଟଙ୍କା ଏବଂ ପିଲାମାନଙ୍କ ଇନ୍‌ଡୋର୍ ଗେମ୍ ପାଇଁ ପାଞ୍ଚ ହଜାର ଟଙ୍କା ଦେବ।

Advertisment

ଏହି କ୍ଲବର ଜଣେ ସଦସ୍ୟଙ୍କ ଅନୁଯାୟୀ ଏଥର ସେମାନେ ସେହି ଗ୍ରାମୀଣ ପିଲାମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାରୁ ବଞ୍ଚିତ ହେଉଛନ୍ତି।

ranveer_singh-HDଏହି ଫ୍ୟାନ୍‌ କ୍ଲବ୍ ପ୍ରତିବର୍ଷ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରେ। ଗତ ବର୍ଷ ଏହି ଫ୍ୟାନ୍ କ୍ଲବ୍ ଆକୋଲି ନାମକ ଏକ ଛୋଟ ଗାଁରେ ଲାଇଟ୍ ବ୍ୟବସ୍ଥା କରିଥିଲା। ଏହି ଗାଁର ଗ୍ରାମବାସୀ ବର୍ଷ ବର୍ଷ ଧରି କିରୋସିନି ଲ୍ୟାମ୍ପ ବ୍ୟବହାର କରୁଥିଲେ। ତେବେ କ୍ଲବର ସଦସ୍ୟମାନେ ସେଠାରେ ପାଞ୍ଚଟି ସୋଲାର୍‌ ଷ୍ଟ୍ରିଟ୍ ଲାଇଟ୍ ଏବଂ ପ୍ରତ୍ୟେକ ଘରେ ହାଉସ୍ ଲାଇଟ୍ ଲଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe