Advertisment

ରଣବୀରଙ୍କୁ ଦେଖି ମଜା ଉଡ଼ାଇଲେ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ବି ଚର୍ଚ୍ଚିତ। ଏହା ସହିତ ଅଜବ ଅଜବ ହରକତକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହନ୍ତି। ସେ ପ୍ରାୟ ସମୟରେ ଅଜବ ଅଜବ  ଡ୍ରେସ୍ ପିନ୍ଧନ୍ତି। ଏଥିପାଇଁ ବହୁ ଲୋକ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍‌ ମଧ୍ୟ କରନ୍ତି। ହେଲେ ତାଙ୍କୁ କିଛି ଫରକ ପଡ଼େନି। ସେ ଯାହା ଇଚ୍ଛା କରନ୍ତି, ତାହା କରନ୍ତି। ଏବେ […]

author-image
Chinmayee Roy
ରଣବୀରଙ୍କୁ ଦେଖି ମଜା ଉଡ଼ାଇଲେ

ranveer

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ବି ଚର୍ଚ୍ଚିତ। ଏହା ସହିତ ଅଜବ ଅଜବ ହରକତକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହନ୍ତି। ସେ ପ୍ରାୟ ସମୟରେ ଅଜବ ଅଜବ  ଡ୍ରେସ୍ ପିନ୍ଧନ୍ତି। ଏଥିପାଇଁ ବହୁ ଲୋକ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍‌ ମଧ୍ୟ କରନ୍ତି। ହେଲେ ତାଙ୍କୁ କିଛି ଫରକ ପଡ଼େନି। ସେ ଯାହା ଇଚ୍ଛା କରନ୍ତି, ତାହା କରନ୍ତି। ଏବେ ପୁଣି ସେମିତି ଏକ ଅଜବ କଥା ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି। ତେବେ ଏଥର ଡ୍ରେସିଂ ସେନ୍ସ ପାଇଁ ନୁହେଁ, ସେ କରିଥିବା ଅଜବ ପ୍ରକାରର ରାମ୍ପ୍ ୱାକ୍ ପାଇଁ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

Advertisment

ନିକଟରେ ରଣବୀର ନିଜ ପିଲାବେଳର ବନ୍ଧୁ ସିମୋନ ଖଂବାଟାଙ୍କ ଫ୍ୟାଶନ୍‌ ଶୋ’ରେ ସାମିଲ ହୋଇଥିଲେ। ଆଉ ସେଠି ସେ ଯେଉଁ ପ୍ରକାରର ରାମ୍ପ ‌ୱାକ୍ କରିଥିଲେ, ତାକୁ ଦେଖି ଦର୍ଶକ ହସି ହସି ବେଦମ୍‌ ହୋଇଯାଇଥିଲେ। ସୋଶାଲ୍ ମିଡିଆରେ ଅନେକ ୟୁଜର୍‌ ରଣବୀରଙ୍କ ଏହି ହରକତ୍‌ର ମଜା ଉଡ଼ାଉଛନ୍ତି।

https://www.instagram.com/p/B3zda6Ynnq7/?utm_source=ig_web_copy_link

ସିମୋନ ହେଉଛନ୍ତି ଜଣେ ବ୍ରାଇଡାଲ୍‌ ଡିଜାଇନର୍‌ ଓ ରଣବୀରଙ୍କ ପିଲାବେଳର ସାଙ୍ଗ। ଅନେକ ଦିନ ହେବ ରଣବୀର ଫିଲ୍ମ ଶୁଟିଂରେ ବ୍ୟସ୍ତ ରହୁଥିବାରୁ ତାଙ୍କୁ ଭେଟି ପାରୁ ନଥିଲେ। ତେବେ ମୁମ୍ବାଇରେ ସିମୋନଙ୍କ ଫ୍ୟାଶନ୍‌ ଶୋ’ ହେଉଥିବା ଜାଣିବା ପରେ ସେ ସର୍‌ପ୍ରାଇଜ୍ ଦେବାକୁ ସେଠାରେ ପହଞ୍ଚି ଯାଇଥିଲେ। କେବଳ ପହଞ୍ଚି ନଥିଲେ, ସେ ସେଠାରେ ରାମ୍ପ ୱାକ୍ ମଧ୍ୟ କରିଥିଲେ, ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି। ସୋଶାଲ୍ ମିଡିଆରେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ୍‌ କରୁଛନ୍ତି। କିଛି ୟୁଜର ତାଙ୍କୁ ଜୋକର୍, କାର୍ଟୁନ୍‌ ଓ ପାଗଳ ଆଦି କହୁଥିବା ବେଳେ ଆଉ କିଛି ତାଙ୍କୁ ଓଭରଆକ୍ଟିଂର ଦୋକାନ କହୁଛନ୍ତି।

Advertisment

https://www.instagram.com/tv/B3z5xyEndps/?utm_source=ig_web_copy_link