Advertisment

ପିଠିରେ ରଣବୀରଙ୍କ ନାଁର ଟାଟୁ

ମୁମ୍ବାଇ: ଅଭିନୟ ବଳରେ ବଲିଉଡ୍‌ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ରଣବୀର ସିଂହ ।  ୨୦୧୦ରେ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍‌’ରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଏହି ଅଭିନେତା ଆଜି ବଲିଉଡ୍‌ରେ ରାଜ୍‌ କରୁଛନ୍ତି। ତାଙ୍କର ଅନେକ ଫ୍ୟାନ୍ ଅଛନ୍ତି। ରଣବୀରଙ୍କ ପରି ତାଙ୍କ ଫ୍ୟାନ୍‌ ମାନେ ମଧ୍ୟ ବେଶ୍ ଦିୱାନା ଓ ଏନର୍ଜେଟିକ୍ । ନିକଟରେ ତାଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଭେଟ୍ଟିଥିଲେ ଓ ଏହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। […]

ଅଦ୍ୟତନ ହୋଇଛି
ପିଠିରେ ରଣବୀରଙ୍କ ନାଁର ଟାଟୁ

ranveer

Advertisment

ମୁମ୍ବାଇ: ଅଭିନୟ ବଳରେ ବଲିଉଡ୍‌ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ରଣବୀର ସିଂହ ।  ୨୦୧୦ରେ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ୍‌’ରୁ କ୍ୟାରିୟର୍‌ ଆରମ୍ଭ କରିଥିବା ଏହି ଅଭିନେତା ଆଜି ବଲିଉଡ୍‌ରେ ରାଜ୍‌ କରୁଛନ୍ତି। ତାଙ୍କର ଅନେକ ଫ୍ୟାନ୍ ଅଛନ୍ତି। ରଣବୀରଙ୍କ ପରି ତାଙ୍କ ଫ୍ୟାନ୍‌ ମାନେ ମଧ୍ୟ ବେଶ୍ ଦିୱାନା ଓ ଏନର୍ଜେଟିକ୍ । ନିକଟରେ ତାଙ୍କର ଜଣେ ଫ୍ୟାନ୍‌ ତାଙ୍କୁ ଭେଟ୍ଟିଥିଲେ ଓ ଏହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏହି ବ୍ୟକ୍ତି ଜଣଙ୍କୁ ରଣବୀରଙ୍କ ସବୁଠୁ ବଡ଼ ଫ୍ୟାନ୍‌ ବୋଲି ମଧ୍ୟ କୁହାଯାଉଛି।

Advertisment

https://www.instagram.com/p/B7L-OYVBRiV/?utm_source=ig_web_copy_link

ରଣବୀର ନିକଟରେ ଦୀପିକାଙ୍କ ଫିଲ୍ମ ‘ଛପାକ୍‌’ର ସ୍କ୍ରିନିଂରେ ପହଞ୍ଚିଥିଲେ। ମୁମ୍ବାଇରେ କେବଳ ଷ୍ଟାରମାନଙ୍କ ପାଇଁ ହୋଇଥିବା ଏହି ସ୍ପେଶାଲ୍‌ ସ୍କ୍ରିନିଂରୁ ବାହାରି ଗଲା ବେଳେ ରଣବୀରଙ୍କୁ ତାଙ୍କର ବହୁତ ଫ୍ୟାନ୍ ଅପେକ୍ଷା କରି ରହିଥିଲେ। ରଣବୀରଙ୍କୁ ଦେଖି ସେମାନେ ଖୁବ୍ ଜୋରରେ ପାଟି କରିଥିଲେ। ତେବେ ଏହା ଭିତରେ ଜଣଙ୍କ ଉପରେ ରଣବୀରଙ୍କ ନଜର ପଡ଼ିଥିଲା ଓ ସେ ତାଙ୍କ ପାଖକୁ ଯାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ। ସେହି ବ୍ୟକ୍ତିଙ୍କ ପିଠିରେ ରଣବୀରଙ୍କ ନାଁର ଟାଟୁ ହୋଇଥିଲା। ଏହା ଦେଖି ରଣବୀର ବହୁତ ଖୁସି ହୋଇଯାଇଥିଲେ। ସେ ତାଙ୍କ ସହ ଫଟୋ ଉଠାଇବା ସହିତ ଉପସ୍ଥିତ ଫଟୋଗ୍ରାଫରମାନଙ୍କୁ ତାଙ୍କ ପିଠିରେ ଥିବା ଟାଟୁର ଫଟୋ ଉଠାଇବାକୁ ବି କହିଥିଲେ। ସେହି ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।  ଏଥିରେ ଅନ୍ୟ ଫ୍ୟାନ୍‌ମାନଙ୍କର ବି ଲାଇକ୍‌ ଓ କମେଣ୍ଟ ଆସୁଛି।

https://www.instagram.com/p/B7GgWMPHFsx/?utm_source=ig_web_copy_link

ସୂଚନାଯୋଗ୍ୟ, ରଣବୀର ଖୁବ୍‌ଶୀଘ୍ର  ଫିଲ୍ମ ‘୮୩’ରେ ନଜର ଆସିବେ। ଏହି ଫିଲ୍ମରେ ସେ ମହାନ୍ କ୍ରିକେଟର ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍‌ ଦେବ୍‌ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଭାରତ ଜିତିଥିବା ପ୍ରଥମ ୱାର୍ଲଡକପ୍‌ର କାହାଣୀ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କବୀର ଖାନ୍‌।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe