Advertisment

ମଲିଉଡରେ 'ମି ଠୁ' ଝଡ଼, ବିଧାୟକ ମୁକେଶଙ୍କ ବିରୋଧରେ ଦୁଷ୍କର୍ମ ମାମଲା

କେରଳ ମାରାଦୁ ପୁଲିସ ଷ୍ଟେସନରେ ଅଭିନେତ୍ରୀ ମୀନୁ ମୁନେର ତାଙ୍କ ନାଁରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Actor-MLA Mukesh

Actor-MLA Mukesh

Advertisment

କେରଳ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଚାଲିଥିବା 'ମି ଠୁ' ଝଡ଼ ମଧ୍ୟରେ ଜଣେ ବିଧାୟକଙ୍କ ବିରୁଦ୍ଧରେ ଆସିଛି ଦୁଷ୍କର୍ମ ମାମଲା। କେରଳ ମାରାଦୁ ପୁଲିସ ଷ୍ଟେସନରେ ଅଭିନେତ୍ରୀ ମୀନୁ ମୁନେର ତାଙ୍କ ନାଁରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ହୋଇଥିବା ବିଧାୟକ ମଧ୍ୟ ଜଣେ ଅଭିନେତା, ତାଙ୍କ ନାମ ଏମ୍ ମୁକେଶ। ସେ ଶାସକ ସିପିଆଇଏମର ଜଣେ ବିଧାୟକ। ସାଥୀ କଳାକାର ମୀନୁ ମୁନେର ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିଧାୟକ ମୁକେଶଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ମାମଲା ଜାମିନ ବିହୀନ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମୀନୁ ମୁନେର ମଧ୍ୟ ଅଭିନେତା ଜୟସୂର୍ଯ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ବର୍ତ୍ତମାନ ସୁଦ୍ଧା ମାଲୟାଲମ ସିନେ ଜଗତର କଳାକାରଙ୍କ ବିରୁଦ୍ଧରେ 24ରୁ ଊର୍ଦ୍ଧ୍ୱ ଯୌନ ନିର୍ଯାତନା ମାମଲା ଦାଖଲ ହେଲାଣି। ଏହି ଅଭିଯୋଗରେ ବିଧାୟକ ତଥା ଅଭିନେତା ମୁକେଶ, ଅଭିନେତା ଜୟସୂର୍ଯ୍ୟ, ସିଦ୍ଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତ ବାଳକୃଷ୍ଣନଙ୍କ ନାଁ ରହିଛି। 

Advertisment

ସେପଟେ ଏସବୁ ଅଭିଯୋଗ ମଧ୍ୟରେ ମଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (AMMA) ଭୁଶୁଡ଼ି ପଡ଼ିଛି। ମଙ୍ଗଳବାର ସଭାପତି ମୋହନଲାଲ ଏବଂ କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ। ଆସନ୍ତା ଦୁଇ ମାସ ମଧ୍ୟରେ ନୂଆ ସଂଘ ପାଇଁ ନିର୍ବାଚନ ହେବ। 

Malayalam Actor Mukesh Mollywood Metoo Kerala Sexual Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe