sana-dad
ମୁମ୍ବାଇ: ବିଗ୍ ବସ୍ ୧୩ର ପ୍ରତିଯୋଗୀ ଶେହନାଜ ଗିଲ୍ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏବେ କୌଣସି ନୂଆ ଶୋ’ କି ମ୍ୟୁଜିକ୍ ଭିଡିଓକୁ ନେଇ ନୁହେଁ। ବାସ୍ତବରେ ଶେହନାଜଙ୍କ ପିତା ସାନ୍ତୋଖ ସିଂହ ସୁଖ ବିବାଦ ଘେରକୁ ଆସିଛନ୍ତି। ଜଣେ ମହିଳା ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି।
ଶେହନାଜ ପିତାଙ୍କ ବିରୋଧରେ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପଞ୍ଜାବସ୍ଥିତ ଜଲନ୍ଧର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା କେତେଦୂର ସତ ତାହା ପୁଲିସ୍ ତଦନ୍ତ କଲା ପରେ ହିଁ ଜଣାପଡ଼ିବ। ଅନ୍ୟପଟେ ଲକଡାଉନ ଯୋଗୁ ଶେହନାଜ ଏବଂ ତାଙ୍କ ଭାଇ ଶାହାବାଜ ମୁମ୍ବାଇରେ ଫସି ରହିଛନ୍ତି। କିଛି ଦିନ ପୂର୍ବରୁ ଶେହନାଜଙ୍କ ଜେଜେମା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପିତା ସୋଶାଲ୍ ମିଡିଆରେ ସୂଚନା ଦେଇଥିଲେ। ହେଲେ ଶେହନାଜ ତାଙ୍କ ପାଖକୁ ଯାଇପାରିନଥିଲେ। ତେବେ ବର୍ତ୍ତମାନ ପୁଣିଥରେ ତାଙ୍କ ପରିବାର ଅସୁବିଧାରେ ପଡ଼ିଛି ହେଲେ ସେ ଯାଇପାରୁନାହାଁନ୍ତି।/odisha-reporter/media/post_attachments/wp-content/uploads/2020/05/sana-1.jpg)
ସୂଚନାଯୋଗ୍ୟ, ‘ବିଗ୍ ବସ୍ ୧୩’ରେ ଶେହନାଜ୍ ତୃତୀୟ ହୋଇଥିଲେ। ବିଜେତା ନ ହୋଇ ବି ସେ ସାରା ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ। ସେ ବିଗ୍ ବସ୍ ଘରେ ଥିବାବେଳେ ତାଙ୍କ ପିତା ଫ୍ୟାମିଲି ୱିକ୍ରେ ତାଙ୍କୁ ଭେଟିବାକୁ ଆସିଥିଲେ। ଶୋ’ରେ ଶାହନାଜ୍ ମଧ୍ୟ ତାଙ୍କ ପିତାଙ୍କୁ ନେଇ ଅନେକ ଥର ପରିହାସ କରିଥିଲେ। ଏଥିପାଇଁ ବିଜେତା ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ତାଙ୍କ ଉପରେ ବହୁତ ରାଗିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/sana-dad.jpg)