Advertisment

ଗୀତ ଗାଇ ଫସିଗଲେ ହନି ସିଂହ

ଚଣ୍ଡିଗଡ଼: ବିଭିନ୍ନ ସମୟରେ ସେଲେବ୍ରିଟି ମାନଙ୍କ ଆଚରଣ ଓ ଉଚାରଣ ସେମାନଙ୍କୁ ଅସୁବିଧାରେ ପକାଇଥାଏ। ସେଭଳି ବେଳେ ବେଳେ ଫିଲ୍ମର ସଂଳାପ ଅବା ଗୀତରେ ବ୍ୟବହୃତ କିଛି ଶବ୍ଦ ପାଇଁ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଗାୟକମାନେ ସମସ୍ୟାରେ ପଡ଼ି ଯାଆନ୍ତି। ଏବେ ଏମିତି କିଛି ଘଟିଛି ଗାୟକ ହନି ସିଂହଙ୍କ କ୍ଷେତ୍ରରେ। ହନି ତାଙ୍କର ଏକ ନୂଆ ଗୀତରେ ମହିଳାଙ୍କ ପ୍ରତି ଅଶ୍ଲୀଳ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ନାଁରେ ଥାନାରେ ମାମଲା […]

ଅଦ୍ୟତନ ହୋଇଛି
ଗୀତ ଗାଇ ଫସିଗଲେ ହନି ସିଂହ

h11

Advertisment

ଚଣ୍ଡିଗଡ଼: ବିଭିନ୍ନ ସମୟରେ ସେଲେବ୍ରିଟି ମାନଙ୍କ ଆଚରଣ ଓ ଉଚାରଣ ସେମାନଙ୍କୁ ଅସୁବିଧାରେ ପକାଇଥାଏ। ସେଭଳି ବେଳେ ବେଳେ ଫିଲ୍ମର ସଂଳାପ ଅବା ଗୀତରେ ବ୍ୟବହୃତ କିଛି ଶବ୍ଦ ପାଇଁ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ଗାୟକମାନେ ସମସ୍ୟାରେ ପଡ଼ି ଯାଆନ୍ତି। ଏବେ ଏମିତି କିଛି ଘଟିଛି ଗାୟକ ହନି ସିଂହଙ୍କ କ୍ଷେତ୍ରରେ।

Advertisment

ହନି ତାଙ୍କର ଏକ ନୂଆ ଗୀତରେ ମହିଳାଙ୍କ ପ୍ରତି ଅଶ୍ଲୀଳ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି। ତାଙ୍କ ସହିତ ଟି-ସିରିଜ୍‌ର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ନାଁରେ ବି ପଞ୍ଜାବ ପୁଲିସ୍ ମାମଲା ରୁଜୁ କରିଛି। ପଞ୍ଜାବର ମୋହାଲି ଜିଲ୍ଲାର ମଟୌର୍‌ ଥାନାରେ ଏହି ମାମଲା ରୁଜୁ ହୋଇଛି।

publive-image

ପଞ୍ଜାବ ରାଜ୍ୟ ମହିଳା କମିଶନ୍‌ଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଛି। କମିଶନ୍ କହିଛନ୍ତି,  ହନି ସିଂହ ତାଙ୍କ ନୂଆ ଗୀତରେ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦର ପ୍ରୟୋଗ କରିଛନ୍ତି। ଗୀତରେ ଥିବା ଆପତ୍ତିଜନକ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯିବା ଦରକାର।

Advertisment

ଏହା ପୂର୍ବରୁ ମହିଳା କମିଶନ୍‌ ରାଜ୍ୟ ଗୃହ ସଚିବଙ୍କୁ ଏ ବିଷୟରେ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe