Advertisment

ସାମ୍ନାକୁ ଆସିଲା 'ନାଗୀନ୍‌ ୪'ରେ ରଶ୍ମିଙ୍କ ଲୁକ୍‌ !

ମୁମ୍ବାଇ: ଏକ୍‌ତା କରପୁଙ୍କ ହିଟ୍‌ ସୁପରନ୍ୟାଚୁରାଲ୍‌ ନାଗିନ୍‌ ସିରିଜ୍‌ର ସବୁ ପାର୍ଟ ପରି ‘ନାଗୀନ୍‌ ୪’ ମଧ୍ୟ ଜବରଦସ୍ତ ହିଟ୍‌ ହୋଇଛି। ଏଥିରେ ନିର୍ମାତା ନୂଆନୂଆ ଷ୍ଟାରଙ୍କୁ ଏଣ୍ଟ୍ରି ଦେଇ ଶୋ’ର କାହାଣୀକୁ ଆହୁରି ମଜାଦାର କରୁଛନ୍ତି। ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ ଏହି ଶୋ’ରେ ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ତଥା ଟେଲି ଷ୍ଟାର୍‌ ରଶ୍ମି ଦେଶାଇଙ୍କ ‌ଏଣ୍ଟ୍ରି ହୋଇଛି। ଏପରିକି ସିରିଏଲରୁ ରଶ୍ମିଙ୍କ ପ୍ରଥମ ଲୁକ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। […]

author-image
Chinmayee Roy
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା 'ନାଗୀନ୍‌ ୪'ରେ ରଶ୍ମିଙ୍କ ଲୁକ୍‌ !

rashmi

ମୁମ୍ବାଇ: ଏକ୍‌ତା କରପୁଙ୍କ ହିଟ୍‌ ସୁପରନ୍ୟାଚୁରାଲ୍‌ ନାଗିନ୍‌ ସିରିଜ୍‌ର ସବୁ ପାର୍ଟ ପରି ‘ନାଗୀନ୍‌ ୪’ ମଧ୍ୟ ଜବରଦସ୍ତ ହିଟ୍‌ ହୋଇଛି। ଏଥିରେ ନିର୍ମାତା ନୂଆନୂଆ ଷ୍ଟାରଙ୍କୁ ଏଣ୍ଟ୍ରି ଦେଇ ଶୋ’ର କାହାଣୀକୁ ଆହୁରି ମଜାଦାର କରୁଛନ୍ତି। ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ ଏହି ଶୋ’ରେ ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ତଥା ଟେଲି ଷ୍ଟାର୍‌ ରଶ୍ମି ଦେଶାଇଙ୍କ ‌ଏଣ୍ଟ୍ରି ହୋଇଛି। ଏପରିକି ସିରିଏଲରୁ ରଶ୍ମିଙ୍କ ପ୍ରଥମ ଲୁକ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ତାଙ୍କର ଏକ ଭିଡିଓ ଓ ଫଟୋ ଭାଇରାଲ୍‌ ହେଉଛି। ଆଉ କୁହାଯାଉଛି ଯେ ଏହା ‘ନାଗୀନ୍‌ ୪’ର ଶୁଟିଂ ବେଳର ଦୃଶ୍ୟ।  ତେବେ ଅବଶ୍ୟ ଏ ପର୍ଯ୍ୟନ୍ତ ଏକ୍‌ତା କି ରଶ୍ମି ଏ ନେଇ କୌଣସି ଘୋଷଣା କରିନାହାନ୍ତି।

Advertisment

https://www.instagram.com/p/B9hdlQoBgwj/?utm_source=ig_web_copy_link

ଅନ୍ୟପକ୍ଷରେ ରଶ୍ମିଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କୁହାଯାଉଛି, ସେ ଶୋ’ରେ ନୟନତାରା (ଜସ୍ମିନ୍‌ ଭସିନ୍)ଙ୍କୁ ରିପ୍ଲେସ୍‌ କରିବେ। ତେବେ ସେ ନୟନତାରା ହୋଇ ଆସୁଛନ୍ତି କି କୌଣସି ନୂଆ କ୍ୟାରେକ୍ଟର ହୋଇ ଏଣ୍ଟ୍ରି କରୁଛନ୍ତି, ତାହା ଆଗାମୀ ଏପିସୋଡ୍‌ ଦେଖିଲେ ହିଁ ଜଣାପଡ଼ିବ।

https://www.instagram.com/p/B9gRMMfhjDy/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ସିରିଏଲ୍‌ରୁ ହିରୋଇନ୍ ବୃନ୍ଦାଙ୍କ ମାଆ ବା ପ୍ରଥମ ନାଗୀନ୍‌ ମାନ୍ୟତା (ସାୟନ୍ତନୀ ଘୋଷ)ଙ୍କ କ୍ୟାରେକ୍ଟରକୁ ଶେଷ କରିଦିଆଯାଇଛି। ଫଳରେ ସେ ଶୋ’ରୁ ବିଦାୟ ନେଇଯାଇଛନ୍ତି।

Advertisment