Advertisment

କରୋନାରେ ଚାଲିଗଲା ଫ୍ୟାନ୍‌ଙ୍କ ଜୀବନ, ଟ୍ୱିଟ୍ କରି ରଶ୍ମି କ’ଣ ଲେଖିଲେ ପଢ଼ନ୍ତୁ

ମୁମ୍ବାଇ: ସାରା ବିଶ୍ୱରେ ମୁଣ୍ଡ ନେଉଛି କରୋନା ଭାଇରସ୍। ଭାରତରେ ଏହି ଭାଇରସ୍ ୧୯୯ ଜଣଙ୍କ ଜୀବନ ନେଇଥିବା ବେଳେ ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣରେ ଟେଲିଭିଜନ୍ ଅଭିନେତ୍ରୀ ତଥା ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ରଶ୍ମି ଦେଶାଇଙ୍କ ଜଣେ ଫ୍ୟାନଙ୍କର ମଧ୍ୟ ଦେହାନ୍ତ ହୋଇଛି। ଆଉ ଏହାକୁ ନେଇ ଭାରି ଦୁଃଖିତ ଅଛନ୍ତି ରଶ୍ମି। Life is strange Life is tough Not fair 😡😭Feeling helpless & […]

ଅଦ୍ୟତନ ହୋଇଛି
କରୋନାରେ ଚାଲିଗଲା ଫ୍ୟାନ୍‌ଙ୍କ ଜୀବନ, ଟ୍ୱିଟ୍ କରି ରଶ୍ମି କ’ଣ ଲେଖିଲେ ପଢ଼ନ୍ତୁ

rashmi

Advertisment

ମୁମ୍ବାଇ: ସାରା ବିଶ୍ୱରେ ମୁଣ୍ଡ ନେଉଛି କରୋନା ଭାଇରସ୍। ଭାରତରେ ଏହି ଭାଇରସ୍ ୧୯୯ ଜଣଙ୍କ ଜୀବନ ନେଇଥିବା ବେଳେ ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣରେ ଟେଲିଭିଜନ୍ ଅଭିନେତ୍ରୀ ତଥା ‘ବିଗ୍ ବସ୍ ୧୩’ର ପ୍ରତିଯୋଗୀ ରଶ୍ମି ଦେଶାଇଙ୍କ ଜଣେ ଫ୍ୟାନଙ୍କର ମଧ୍ୟ ଦେହାନ୍ତ ହୋଇଛି। ଆଉ ଏହାକୁ ନେଇ ଭାରି ଦୁଃଖିତ ଅଛନ୍ତି ରଶ୍ମି।

Advertisment

https://twitter.com/TheRashamiDesai/status/1248303021630480384?s=20

ଏ ଖବର ପାଇବା ପରେ ରଶ୍ମି ଦୁଇଟି ଟ୍ୱିଟ୍ କରି ତାଙ୍କର ଉକ୍ତ ଫ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଥମ ଟ୍ୱିଟରେ ସେ ଲେଖିଛନ୍ତି, ‘ଜୀବନ ବଡ଼ ଅଜବ, ଜୀବନ ବହୁତ କଷ୍ଟସାଧ୍ୟ। ଏହା ଠିକ୍ ନୁହେଁ। ମୁଁ ନିଜକୁ ବହୁତ ଅସହାୟ ମନେ କରୁଛି। ମୋ ତରଫରୁ ଆପଣଙ୍କ ପରିବାରକୁ ମୋର ବହୁତ ଭଲପାଇବା। ସେମାନଙ୍କୁ ଶକ୍ତି ମିଳୁ। ପ୍ରାର୍ଥନା କରୁଛି ଏହି ଭାଇରସ୍ ଆଉ କାହାର ଜୀବନ ନନେଉ।’

https://twitter.com/TheRashamiDesai/status/1248304038262652928?s=20

ସୂଚନାଯୋଗ୍ୟ, ରଶ୍ମୀଙ୍କ ଫ୍ୟାନ୍ ତାଙ୍କ ଶେଷ ଟ୍ୱିଟରେ ଲେଖିଥିଲେ ଯେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯଦି ସେ ନ ବଞ୍ଚି ପାରନ୍ତି, ତେବେ ଦୟାକରି କେହି ଜଣେ ରଶ୍ମିଙ୍କୁ କହିଦେବେ ଯେ ସେ କେବଳ ତାଙ୍କ ପାଇଁ ଟ୍ୱିଟରରେ ଯୋଗ ଦେଇଥିଲେ। ଜଣାଇଦେବାକୁ ଚାହୁଁ ଯେ ଏହି ଫ୍ୟାନ୍ ଜଣଙ୍କ ରଶ୍ମିଙ୍କୁ ‘ବିଗ୍ ବସ୍ ୧୩’ରେ ସପୋର୍ଟ କରିବା ପାଇଁ ଟ୍ୱିଟରରେ ଆକାଉଣ୍ଟ ଖୋଲିଥିଲେ` ସେ ତାଙ୍କୁ ଶେଷ ପର୍ଯ୍ୟନ୍ତ ସପୋର୍ଟ କରିଥିଲେ। ଏହି ଭଳି କିଛି ବଡ଼ ପ୍ରଶଂସକଙ୍କ ଯୋଗୁ ରଶ୍ମି ଗ୍ରାଣ୍ଡ୍ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ |

Advertisment

https://www.instagram.com/tv/B8i1UL5AFVZ/?utm_source=ig_web_copy_link

ରଶ୍ମିଙ୍କ ‘ବିଗ୍‌ ବସ୍‌’ ଯାତ୍ରା ବେଶ୍‌ ଭଲ ଥିଲା। ଶୋ’ର ଆରମ୍ଭରୁ ହିଁ ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ। ସେ ବେଶ୍ ଭଲ ପ୍ରଦର୍ଶନ କରୁଥିଲେ। ଶୋ’ରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ଲୁଚାଇବା ଚେଷ୍ଟା କରିଥିଲେ। ତଥାପି ଅନେକ କଥା ସାମ୍ନାକୁ ଆସିଥିଲା। ସେହିପରି ଶୋ’ରେ ଏମିତି କିଛି ଘଟିଥିଲା ଯାହା ତାଙ୍କ ଜୀବନରେ ଝଡ଼ ସୃଷ୍ଟି କରିଦେଇଥିଲା। ତେବେ ଏହା ସତ୍ତ୍ୱେ ସେ ହାର୍ ମାନି ନଥିଲେ କି ଗେମ୍‌ ଛାଡ଼ି ନଥିଲେ। ଅନ୍ୟ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇ ସେ ଫିନାଲେ ପର୍ଯ୍ୟନ୍ତ ପହଞ୍ଚିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe