Advertisment

ସିଦ୍ଧାର୍ଥଙ୍କୁ ନେଇ ରଶ୍ମିଙ୍କ ବଡ଼ ଖୁଲାସା

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରେ ସିଦ୍ଧାର୍ଥ ଶୁକ୍ଳା ଓ ରଶ୍ମି ଦେଶାଇଙ୍କ ମଧ୍ୟରେ ଶତ୍ରୁତା ଦେଖିବାକୁ ମିଳୁଛି। ଦୁହେଁ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଶୋ’ର ପ୍ରଥମ ଦିନରେ ହିଁ ଦୁହିଁଙ୍କର ଝଗଡ଼ା ହୋଇଯାଇଥିଲା। ଏହି ଦୁଇଜଣ ପୂର୍ବରୁ ହିଟ୍‌ ସିରିଏଲ ‘ଦିଲ୍‌ ସେ ଦିଲ୍‌ ତକ୍’ରେ ଏକାଠି କାମ କରୁଥିଲେ। ସେତେବେଳେ ବି ଦୁହିଁଙ୍କ ଝଗଡ଼ା ଖବର ସାମ୍ନାକୁ ଆସିଥିଲା। ତେବେ ‘ବିଗ୍‌ ବସ୍‌’ରେ ସିଦ୍ଧାର୍ଥଙ୍କୁ ନେଇ ରଶ୍ମି ଏକ ବଡ଼ ଖୁଲାସା କରିଛନ୍ତି। ରଶ୍ମି […]

ଅଦ୍ୟତନ ହୋଇଛି
ସିଦ୍ଧାର୍ଥଙ୍କୁ ନେଇ ରଶ୍ମିଙ୍କ ବଡ଼ ଖୁଲାସା

Bigg-Boss

Advertisment

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରେ ସିଦ୍ଧାର୍ଥ ଶୁକ୍ଳା ଓ ରଶ୍ମି ଦେଶାଇଙ୍କ ମଧ୍ୟରେ ଶତ୍ରୁତା ଦେଖିବାକୁ ମିଳୁଛି। ଦୁହେଁ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଶୋ’ର ପ୍ରଥମ ଦିନରେ ହିଁ ଦୁହିଁଙ୍କର ଝଗଡ଼ା ହୋଇଯାଇଥିଲା। ଏହି ଦୁଇଜଣ ପୂର୍ବରୁ ହିଟ୍‌ ସିରିଏଲ ‘ଦିଲ୍‌ ସେ ଦିଲ୍‌ ତକ୍’ରେ ଏକାଠି କାମ କରୁଥିଲେ। ସେତେବେଳେ ବି ଦୁହିଁଙ୍କ ଝଗଡ଼ା ଖବର ସାମ୍ନାକୁ ଆସିଥିଲା। ତେବେ ‘ବିଗ୍‌ ବସ୍‌’ରେ ସିଦ୍ଧାର୍ଥଙ୍କୁ ନେଇ ରଶ୍ମି ଏକ ବଡ଼ ଖୁଲାସା କରିଛନ୍ତି।

Advertisment

ରଶ୍ମି କହିଛନ୍ତି ଯେ ‘ଦିଲ୍‌ ସେ ଦିଲ୍‌ ତକ୍‌’ ଧାରାବାହିକରୁ ତାଙ୍କୁ କାଢ଼ି ଦିଆଯାଉ ବୋଲି ସିଦ୍ଧାର୍ଥ ଚାହୁଁଥିଲେ। ସେ ଆହୁରି କହିଛନ୍ତି ଯେ ଉକ୍ତ ଧାରାବାହିକର ନିର୍ମାତା ସିଦ୍ଧାର୍ଥଙ୍କ କାମରେ ଖୁସି ନଥିଲେ। ସେଥିପାଇଁ ସେମାନେ ତାଙ୍କୁ କାଢ଼ି ଦେଲେ। ଅବଶ୍ୟ ଏହାପରେ ସେ ନିଜେ ବି ଶୋ’ ଛାଡ଼ିଦେଲେ। ଫଳରେ ସିରିଏଲ୍‌ଟି ବନ୍ଦ ହୋଇଗଲା।

publive-imageସୂଚନାଯୋଗ୍ୟ,  ଶୋ’ରେ ସିଦ୍ଧାର୍ଥ ଏବେ ସମସ୍ତଙ୍କ ଟାର୍ଗେଟ୍‌ରେ ଅଛନ୍ତି। କେବଳ ରଶ୍ମି ନୁହନ୍ତି, ଦେବୋଲିନାଙ୍କ ସହିତ ବି ତାଙ୍କର ଆଉ ଭଲ ପଡ଼ୁନି। ପୂର୍ବରୁ ଦେବୋଲିନାଙ୍କ ସହିତ ତାଙ୍କର ଭଲ ବନ୍ଧୁତା ଥିଲା। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି। ଏପରିକି ସିଦ୍ଧାର୍ଥ ଘରକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଥିବା ଦେବୋଲିନା ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe