Advertisment

‘ବିଗ୍‌ ବସ୍‌’ ଦେଲା ବଡ଼ ଝଟ୍‌କା

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରୁ ଗତକାଲି ତିନି ଜଣ ପ୍ରତିଯୋଗୀଙ୍କୁ ବାହାର କରି ଦିଆଯାଇଛି। ସେମାନେ ହେଲେ ଶେଫାଳି ବାଗା, ରଶ୍ମି ଦେଶାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟ। ବିଶେଷ କରି ରଶ୍ମି ଓ ଦେବୋଲିନାଙ୍କ ଏଲିମିନେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟେଲିଭିଜନ୍‌ ଦୁନିଆର ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ବିବି’ ଘରୁ ଏତେ ଶୀଘ୍ର ବାହାରିଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ରଶ୍ମି ଓ […]

author-image
Chinmayee Roy
ଅଦ୍ୟତନ ହୋଇଛି
‘ବିଗ୍‌ ବସ୍‌’ ଦେଲା ବଡ଼ ଝଟ୍‌କା

bigboss

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ରୁ ଗତକାଲି ତିନି ଜଣ ପ୍ରତିଯୋଗୀଙ୍କୁ ବାହାର କରି ଦିଆଯାଇଛି। ସେମାନେ ହେଲେ ଶେଫାଳି ବାଗା, ରଶ୍ମି ଦେଶାଇ ଓ ଦେବୋଲିନା ଭଟ୍ଟାଚାର୍ଯ୍ୟ। ବିଶେଷ କରି ରଶ୍ମି ଓ ଦେବୋଲିନାଙ୍କ ଏଲିମିନେସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଟେଲିଭିଜନ୍‌ ଦୁନିଆର ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ବିବି’ ଘରୁ ଏତେ ଶୀଘ୍ର ବାହାରିଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଏପରିକି ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ରଶ୍ମି ଓ ଦେବୋଲିନାଙ୍କର ଫ୍ୟାନ୍‌ ସଂଖ୍ୟା ବହୁତ ଅଧିକ। ତା’ସହିତ ଦୁହେଁ ଘରର ଅନ୍ୟତମ ଦମଦାର୍‌ ପ୍ରତିଯୋଗୀ ମଧ୍ୟ ଥିଲେ। ଆଉ ଏସବୁ ସତ୍ତ୍ୱେ ସେମାନଙ୍କୁ ‘ବିବି’ ଘରୁ ବାହାର କରି ଦିଆଯାଇଛି।

https://www.instagram.com/p/B4WutXMIju3/?utm_source=ig_web_copy_link

ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ରଶ୍ମି ଓ ଦେବୋଲିନା ‘ବିଗ୍‌ ବସ୍‌’ ଘରୁ ବାହାରକୁ ଯାଇ ନାହାନ୍ତି। ସେମାନଙ୍କୁ ଏକ ସିକ୍ରେଟ୍‌ ରୁମ୍‌ରେ ରଖାଯାଇଛି। ସେଠାରେ ରହି ସେମାନେ ଘରର ଅନ୍ୟ ସଦସ୍ୟଙ୍କ ଉପରେ ନଜର ରଖିବେ। ହେଲେ ଏହି କଥାରେ କେତେ ସତ୍ୟତା ଅଛି, ତାହା ଆଗାମୀ ଏପିସୋଡ୍‌ରେ ହିଁ ଜଣାପଡ଼ିବ।

Advertisment

https://twitter.com/biggboss_critic/status/1190651026644164615

ଏହି ତିନି ଜଣ ‘ବିବି’ ଘରୁ ବାହାରିବା ପରେ ଏବେ ଆଉ ୬ ଜଣ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି ନେବେ। ସେମାନେ ହେଉଛନ୍ତି- ଭୋଜପୁରୀ ଅଭିନେତା କେଶରୀ ଲାଲ୍‌ ଯାଦବ, ‘କାଣ୍ଟା ଲଗା’ ଫେମ୍ ଶେଫାଳି ଜରିୱାଲା, ତହସିନ୍ ପୁନାୱାଲା, ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା, ବିକାଶ ପାଠକ ଓ ମଡେଲ୍ ତଥା ରଶ୍ମି ଦେଶାଇଙ୍କ କଥିତ ବୟଫ୍ରେଣ୍ଡ ଅରହାନ୍ ଖାନ୍।