Advertisment

"ଖୁବ୍ ଆଘାତ ଦେଇଛି..." ଭାଇରାଲ୍ ଡିପଫେକ୍ ଭିଡିଓ ଉପରେ ପ୍ରତିକ୍ରିୟା ରଖିଲେ ରଶ୍ମିକା

"ସ୍କୁଲ୍ କି କଲେଜରେ ପଢିବା ସମୟରେ ଯଦି ମୋ ସହ ଏପରି ହୋଇଥାନ୍ତା..."

author-image
Debibandita Barick
ଅଦ୍ୟତନ ହୋଇଛି
Rashmika Mandanna

Rashmika Mandanna

ଡିପଫେକ୍ ଭିଡିଓ ଭାଇରାଲକୁ ନେଇ ପ୍ରତିକ୍ରିୟା ରଖିଲେ ରଶ୍ମିକା ମନ୍ଦନା। ଦୁଃଖ ପ୍ରକାଶ କରିବା ସହ ଟେକ୍ନୋଲୋଜିର ଭୁଲ୍ ବ୍ୟବହାର ଉପରେ ଚିନ୍ତାପ୍ରକଟ କରିଛନ୍ତି। ଏଥିସହ ତାଙ୍କୁ ସମର୍ଥନ କରିଥିବା ପ୍ରିୟଜନ, ବନ୍ଧୁ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ରଶ୍ମିକା।

Advertisment

ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ କରି ରଶ୍ମିକା କହିଛନ୍ତି, "ଶେଆର୍ କରିବାକୁ କଷ୍ଟ ଲାଗୁଥିଲେ ବି ମୋତେ ନେଇ ଡିପଫେକରେ ପୋଷ୍ଟ କରାଯାଇଥିବା ଭିଡିଓ ଉପରେ ଆଲୋଚନା କରିବାକୁ ପଡିବ। ଯେଉଁପରି ଭାବେ ଟେକ୍ନୋଲୋଜିର ଦୂରୁପୋଯୋଗ କରାଯାଉଛି, ତାହା କେବଳ ମୋ ପାଇଁ ନୁହେଁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ।"

Advertisment

ରଶ୍ମିକା ଆହୁରି କହିଛନ୍ତି, "ଯଦି ସ୍କୁଲ କି କଲେଜରେ ପଢୁଥିବା ବେଳେ ମୋ ସହ ଏପରି ଘଟିଥାନ୍ତା ତେବେ ମୁଁ କିପରି ଏହାକୁ ସାମ୍ନା କରିଥାନ୍ତି ଭାବିବା ମୋ ପାଇଁ କଷ୍ଟକର। ଏହିପରି ପରିଚୟ ଚୋରି ଦ୍ୱାରା ଆମ ମଧ୍ୟରୁ ଆଉ କେହି ପ୍ରଭାବିତ ହେବା ପୂର୍ବରୁ ଆମକୁ ତତ୍ପରତା ସହିତ ଏହାର ସମାଧାନ କରିବାକୁ ପଡିବ।"

ରଶ୍ମିକା ଆହୁରି ଲେଖିଛନ୍ତି, "ଆଜି, ଜଣେ ମହିଳା ଭାବରେ ଏବଂ ଜଣେ ଅଭିନେତ୍ରୀ ଭାବରେ, ମୁଁ ମୋର ପରିବାର, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କ ପାଇଁ କୃତଜ୍ଞ, ଯେଉଁମାନେ ମୋର ସୁରକ୍ଷା ଏବଂ ସମର୍ଥନ ପାଇଁ ଚିନ୍ତା କରିଛନ୍ତି।" 

ପ୍ରକାଶ ଥାଉ କି ନିକଟରେ ରଶ୍ମିକାଙ୍କର ଏକ ଏଆଇ ଏଡିଟେଡ୍ ଭିଡିଓ ଭାଇରାଲ୍ ହୋଇଥିଲା। ଆର୍ଟିଫିସିଆର୍ ଇଣ୍ଟେଲିଜେନ୍ସର ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏହି ଭିଡିଓ ଏଡିଟ୍ କରାଯାଇଥିଲା। ରଶ୍ମିକାଙ୍କ ଚେହେରା ଥିବା ଏହି ଭିଡିଓ ପ୍ରକୃତରେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ମହିଳା ଜାରା ପଟେଲ ସୁଟ୍ କରିଥିଲେ। ତାଙ୍କ ଚେହେରାରେ ରଶ୍ମିକାଙ୍କ ଫଟୋ ଏଡିଟ୍ କରାଯାଇ ପୋଷ୍ଟ କରାଯାଇଥିଲା।

କିନ୍ତୁ ଭିଡିଓଟି ଏପରି ଥିଲା ଯେ, ଯାହା ରଶ୍ମିକାଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିବା ପରି। ଏହି ଭିଡିଓ ଭାଇରାଲ୍ ହେବା ପରେ ସାମ୍ବାଦିକଙ୍କ ସମେତ ଅମିତାଭ ବଚ୍ଚନ ଏବଂ ବରିଷ୍ଠ ବ୍ୟକ୍ତି ଟେକ୍ନୋଲୋଜିର ଦୂର୍ବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଥିଲେ। 

Artificial Intelligence AI Deepfake Video Rashmika Mandanna Rashmika Mandanna Viral Video