Advertisment

ବଲିଉଡରେ ଏଣ୍ଟ୍ରି କରିବେ ରଶ୍ମୀକା!

ମୁମ୍ବାଇ: ଟଲିଉଡ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ ତଥା ନ୍ୟାସନାଲ କ୍ରସ ରଶ୍ମୀକା ମନ୍ଦନା। କର୍ଣ୍ଣଟ୍ରକ କ୍ରସ ରଶ୍ମୀକା ତାମିଲ, ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଜାଦୁରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେବା ପରେ ଏବେ ସେ ବଲିଉଡରେ ପାଦ ଦେବା ପାଇଁ ମନ ବଳାଇଛନ୍ତି। ଖୁବଶୀଘ୍ର ରାପର ବଦାଶାହା ଏବଂ ରଶ୍ମୀକା ମନ୍ଦନାଙ୍କ ଯୋଡି […]

ବଲିଉଡରେ ଏଣ୍ଟ୍ରି କରିବେ ରଶ୍ମୀକା!

rashmika-mandana

Advertisment

ମୁମ୍ବାଇ: ଟଲିଉଡ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ ତଥା ନ୍ୟାସନାଲ କ୍ରସ ରଶ୍ମୀକା ମନ୍ଦନା। କର୍ଣ୍ଣଟ୍ରକ କ୍ରସ ରଶ୍ମୀକା ତାମିଲ, ତେଲୁଗୁ ଏବଂ କନ୍ନଡ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ଜାଦୁରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେବା ପରେ ଏବେ ସେ ବଲିଉଡରେ ପାଦ ଦେବା ପାଇଁ ମନ ବଳାଇଛନ୍ତି।

Advertisment

ଖୁବଶୀଘ୍ର ରାପର ବଦାଶାହା ଏବଂ ରଶ୍ମୀକା ମନ୍ଦନାଙ୍କ ଯୋଡି ଦେଖିବାକୁ ମିଳିବ। ମିଡିଆ ରିପୋର୍ଟ ମୁତାବକ, ୟଶରାଜ ବ୍ୟାନରରେ ତିଆରି ହେବାକୁ ଥିବା ଏକ ମ୍ୟୁଜିକ ଭିଡିଓରେ ବାଦଶାହା ଏବଂ ରଶ୍ମୀକା ଏକାଠି ନଜର ଆସିବ।  କେବଳ ସେତିକି ନୁହଁ ନିକଟରେ ରଶ୍ମୀକା ଏହି ମ୍ୟୁଜିକ ଭିଡିଓ ପାଇଁ ଚଣ୍ଡିଗଡରେ ପହଞ୍ଚି ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି।publive-image

ମଜାକଥା ହେଉଛି ଯେ ରଶ୍ମୀକାଙ୍କୁ ପ୍ରଥମ କରି ଏକ ହିନ୍ଦୀ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ। ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି। ସୁପରହିଟ ରାପର ବାଦଶାହା ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି। ସେ ପ୍ରଥମ କରି ସାଉଥ ସୁନ୍ଦରୀଙ୍କ ସହ ମ୍ୟଜିକ ଭିଡିଓରେ ରାପ୍ କରିବା ସହ ଅଭିନୟ କରିବେ। ଏଥିପାଇଁ ସେ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ରଶ୍ମୀକା ମନ୍ଦନା ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକା ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଅର୍ଜୁନ ରେଡ୍ଡି ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ‘ଗୀତା ଗୋବିନ୍ଦମ’ ଏବଂ ‘ଡିଅର କାମରେଡ’ ଭଳି ଫିଲ୍ମରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ଆଗକୁ ଷ୍ଟାଇଲିଷ୍ଟ ଷ୍ଟାର ଆଲୁ ଅର୍ଜୁନଙ୍କ ସହ ଫିଲ୍ମ ‘ପୁଷ୍ପା’ରେ ରଶ୍ମୀକା ନଜର ଆସିବେ।

Bollywood Rashmika Mandana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe