ସଲ୍ମାନ୍ ଭାଙ୍ଗିଦେଲେ ରଶ୍ମିଙ୍କ ହୃଦୟ
ମୁମ୍ବାଇ: ‘ବିଗ୍ବସ୍-୧୩’ରେ ଏବେ ଚାଲିଛି ହାଇଭୋଲ୍ଟେଜ୍ ଡ୍ରାମା। ଆଉ ଏବେ ଯହା ଘଟିଛି ତାହା ପୂରା ସୋଶାଲ୍ ମିଡିଆ ଓ ବିଗ୍ବସ୍ ହାଉସ୍କୁ ଦୋହଲାଇଦେଇଛି। ଗତକାଲି ‘ୱିକେଣ୍ଡ କା ବାର୍’ ଏପିସୋଡ୍ରେ ସଲ୍ମାନ୍ ସମସ୍ତଙ୍କ ସାମ୍ନାରେ ଅରହାନ୍ଙ୍କ ଅସଲ ମୁଖା ଖୋଲିଥିଲେ। ଯାହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଶେଷ କରି ରଶ୍ମି ଦେଶାଇଙ୍କୁ ଏକ ବଡ଼ ଝଟକା ଲାଗିଥିଲା।
ଅରହାନ୍ ଖାନ୍ କିଛିଦିନ ତଳେ ବିବି-ହାଉସ୍ରେ ୱାଇଲ୍ଡ କାର୍ଡ଼ଭାବେ ରି-ଏଣ୍ଟ୍ରି କରିବାବେଳେ ରଶ୍ମିଙ୍କୁ ମୁଦି ଦେଇ ପ୍ରପୋଜ୍ କରିଥିଲେ। ଏହାପରେ ରଶ୍ମି ମଧ୍ୟ ହଁ କହିଦେଇଥିଲେ। କିନ୍ତୁ ଗତ ଏପିସୋଡ୍ରେ ସଲ୍ମାନ୍ ଅରହାନ୍ଙ୍କ ମିଛର ପର୍ଦ୍ଦାଫାସ୍ କରିଥିଲେ। ସଲ୍ମାନ୍ ରଶ୍ମିଙ୍କୁ କହିଥିଲେ ଯେ ଆରହାନ୍ ପୂର୍ବରୁ ବିବାହିତ ଓ ତାଙ୍କର ଏକ ପିଲା ମଧ୍ୟ ଅଛି। ଏସବୁ ଶୁଣିବା ପରେ ଅରହାନ୍ଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରୁଥିବା ରଶ୍ମି ଭାଙ୍ଗିପଡ଼ିଥିଲେ। ରଶ୍ମିଙ୍କୁ ଅନେକ କାନ୍ଦିବା ଓ ଭାଙ୍ଗିପଡ଼ିଥିବା ଦେଖି ସଲ୍ମାନ୍ ନିଜେ ଘର ଭିତରକୁ ଯିବେ ଓ ତାଙ୍କୁ ସମ୍ଭାଳିବା ସହ ବୁଝାଇବେ ମଧ୍ୟ। ଏସବୁ ଆଜିର ଏପିସୋଡ୍ରେ ଦେଖିବାକୁ ମିଳିବ।
ରଶ୍ମିଙ୍କର ଏଭଳି ବ୍ରେକ୍ଡାଉନ୍ ଦେଖି ତାଙ୍କ ଫ୍ୟାନ୍ମାନେ ବେଶ୍ ଦୁଃଖୀ ଅଛନ୍ତି। ସୋସାଲ୍ ମିଡିଆରେ ଏବେ ରଶ୍ମିଙ୍କ ସପୋର୍ଟରେ #StayStrongRashamiDesai ଟ୍ରେଣ୍ଡ୍ କରୁଛି। ଏଥିସହ ଫ୍ୟାନ୍ମାନେ ସଲ୍ମାନ୍ ଅରହାନ୍ଙ୍କ ପର୍ଦ୍ଦାଫାସ୍ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।
Thank you @BeingSalmanKhan for whatever you did today.
This was very important and needed to be addressed ASAP.
I really hope Rashami doesn't come into this idiot's sweet talks now and closes his chapter.#RashamiDesai you deserve BETTER.#StayStrongRashami #BB13 #BiggBoss13— Bhumika ✷ (@bhumika__maru) December 7, 2019
Today I understand why Salman always used to bash and guide Rashami. Cause he told woh unko hi samjhate hai jo samajhne layak hai. And today he was no a host he was a brother who cared for a girl whom he has known since many years ans trying to save her life.#StayStrongRashami
— Rashami for BB13 💞 (@rashamiholic) December 7, 2019
Her father passed away when she was young, leaving only her mom & her
Started working at 15 to earn
Married/got divorced
Had a miscarriage
Saw bankruptcy
Loved again & gets to know that Arhaan is lyingHave some shame for a day atleast@TheRashamiDesai #StayStrongRashami #BB13
— . (@ivibhatweedy) December 7, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।