Advertisment

Rasmika-Vijay Wedding: ଚର୍ଚ୍ଚାରେ ବିଜୟ-ରଶ୍ମିକାଙ୍କ ଜୁଏଲାରୀ, ସେସବୁ ସୁନାର ଓଜନ ଓ ମୂଲ୍ୟ କେତେ?

ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡାଙ୍କ ବିବାହ ସରିବା ପରେ ବି ସେମାନେ ପିନ୍ଧିଥିବା ଥମୁନି ସୁନାକୁ ନେଇ ଆଲୋଚନା । ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କେତେ ସୁନା ପିନ୍ଧିଥିଲେ ରଶ୍ମିକା ମନ୍ଦାନା? ଏହାର ଓଜନ କେତେ, ମୂଲ୍ୟ କେତେ ହେବ?

rasmika
Advertisment

ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ପିନ୍ଧିଥିବା କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଦେଖି ସମସ୍ତଙ୍କ ଆଖି ଲାଖିଗଲା ।  ମୁଣ୍ଡରୁ ପାଦ ଯାଏ ଛାଇ ଯାଇଥିଲା ସୁନା ହିଁ ସୁନାଦୁଇ ଜଣଙ୍କ ଦେହସାରା ସତେ ଯେମିତି ସୁନାର ଛାଉଣୀ ହୋଇଥିଲା । ବିବାହ ସରିବା ପରେ ବି ସେମାନେ ପିନ୍ଧିଥିବା ଥମୁନି ସୁନାକୁ ନେଇ ଆଲୋଚନା । ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କେତେ ସୁନା ପିନ୍ଧିଥିଲେ ରଶ୍ମିକା ମନ୍ଦାନା? ଏହାର ଓଜନ କେତେ, ମୂଲ୍ୟ କେତେ ହେବ? କେଉଁଠି ହୋଇଥିଲା ଡିଜାଇନ୍?ଏନେଇ ଯଦିଓ ନବଦମ୍ପତିଙ୍କ ପକ୍ଷରୁ କିଛି ଖୁଲାସା ହୋଇନାହିଁ, କିନ୍ତୁ ଜାତୀୟ ଗଣମାଧ୍ୟମରେ ସୁନା ଅଳଙ୍କାରର ଆକଳନ ମୁତାବକ କିଛି ତଥ୍ୟ ପ୍ରକାଶ ପାଇଛି । ଆସନ୍ତୁ ତାଉପରେ ନଜର ପକାଇବା ।

Advertisment

ଉଭୟ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ପିନ୍ଧିଥିବା ସୁନା(Gold) ଓ ହୀରା ଅଳଙ୍କାରର ମୂଲ୍ୟ 5ରୁ 7 କୋଟି ଟଙ୍କା ହେବ ବୋଲି କୁହାଯାଉଛି। ରଶ୍ମିକା ପିନ୍ଧିଥିବା ଚୋକର ନେକଲେସ୍, ଲମ୍ବା ଚେନ୍, ଅଣ୍ଟା ବିଛା, ମଙ୍ଗଳସୂତ୍ର, ଚୁଡ଼ି ଏବଂ କାନଫୁଲ ସବୁର ଓଜନ ମିଶିଲେ ପାଖାପାଖି ଦେଢ କିଲୋରୁ 2 କିଲୋ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି ।

ସେହିପରି ବିଜୟ ଦେବରକୋଣ୍ଡା ପିନ୍ଧିଥିଲେ ପାରମ୍ପରିକ ଷ୍ଟାଇଲରେ ଡିଜାଇନ ହୋଇଥିବା ମୋଟା ବ୍ରେସଲେଟ୍, ଟେମ୍ପଲ ନେକଲେସ୍ ଓ ହୀରା ମୁଦି । ଏସବୁର ଓଜନ 500 ଗ୍ରାମରୁ ଅଧିକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ପିନ୍ଧିଥିବା ଅଳଙ୍କାରର ମୂଲ୍ୟ ହେବ 5ରୁ 7 କୋଟି ଟଙ୍କା । ବର୍ତ୍ତମାନ ସୁନା କେଜି ପିଛା ବଜାର ମୂଲ୍ୟ 75ରୁ 80ଲକ୍ଷ ରହୁଛି । ଯାହାକି କ୍ୟାରେଟ୍ ହିସାବରେ ଏହି ରେଟ୍ ଭିନ୍ନ ଭିନ୍ନ ରହୁଛି । ଆଉ ବର୍ତ୍ତମାନର ବର୍ଦ୍ଧିତ ସୁନାଦର ଭିତରେ ବି ବରକନ୍ୟାଙ୍କ ଏମିତି ସୁନାବେଶ ଏବେ ବେଶ ଚର୍ଚ୍ଚାରେ ରହିଛି ।

Advertisment
Gold
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe