Advertisment

ଚାଲିଗଲେ ଅଭିନେତା ରତନ ଚୋପ୍ରା

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ରତନ ଚୋପ୍ରାଙ୍କର ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ପଞ୍ଜାବର ମଲେରକୋଟଲାରେ ତାଙ୍କର ପରଲୋକ ହୋଇଥିବା ନେଇ ଝିଅ ଅନିତା ଚୋପ୍ରା ସୂଚନା ଦେଇଛନ୍ତି। ରତନ ବହୁଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଅନିତାଙ୍କ କହିବା ଅନୁସାରେ ୧୦ ଦିନ ତଳେ ସେ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର, ଅକ୍ଷୟ କୁମାର ଓ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ କେଉଁଆଡୁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଚାଲିଗଲେ ଅଭିନେତା ରତନ ଚୋପ୍ରା

ratan

ମୁମ୍ୱାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ରତନ ଚୋପ୍ରାଙ୍କର ଦେହାନ୍ତ ହୋଇଯାଇଛି। ଶୁକ୍ରବାର ଦିନ ପଞ୍ଜାବର ମଲେରକୋଟଲାରେ ତାଙ୍କର ପରଲୋକ ହୋଇଥିବା ନେଇ ଝିଅ ଅନିତା ଚୋପ୍ରା ସୂଚନା ଦେଇଛନ୍ତି। ରତନ ବହୁଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। କିନ୍ତୁ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ଅନିତାଙ୍କ କହିବା ଅନୁସାରେ ୧୦ ଦିନ ତଳେ ସେ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର, ଅକ୍ଷୟ କୁମାର ଓ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ କେଉଁଆଡୁ କୌଣସି ସାହାଯ୍ୟ ମିଳି ନଥିଲା। publive-image

ସୂଚନାଯୋଗ୍ୟ, ରତନ ଚୋପ୍ରା ଅବିବାହିତ ଥିଲେ ଏବଂ ସ୍କୁଲ ଓ କିଛି ଇନଷ୍ଟିଟ୍ୟୁଟ୍‌ରେ ପିଲାଙ୍କୁ ଇଂରାଜୀ ପଢ଼ାଉଥିଲେ। ତାଙ୍କର ପ୍ରକୃତ ନାମ ଅବଦୁଲ୍‌ ଜବ୍ବର ଖାନ୍‌। ସେ ଅନିତା ନାମରେ ଜଣେ ଝିଅକୁ ପୋଷ୍ୟ କନ୍ୟା ଭାବରେ ଗ୍ରହଣ କରିଥିଲେ। ଏହିବର୍ଷ ଜାନୁଆରୀରେ ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ।

Advertisment

୧୯୭୨ରେ ହୋଇଥିବା ଫିଲ୍ମ ‘ମୋମ୍‌ କି ଗୁଡ଼ିୟା’ରେ ରତନ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ‘ଲୋଫର୍‌’, ‘ଆୟା ସାବନ୍ ଝୁମ୍‌’ ଓ ‘ଜୁଗ୍‌ନୁ’ ପରି ଫିଲ୍ମରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା। କିନ୍ତୁ ତାଙ୍କ ଜେଜେମା’ ଅଭିନୟକୁ ନାପସନ୍ଦ କରୁଥିବାରୁ ସେ ଏସବୁ ଫିଲ୍ମ କରିବାକୁ ମନା କରିଦେଇଥିଲେ। ଏଥିପାଇଁ ସେ ବଲିଉଡ୍‌ରୁ ଦୂରେଇ ରହି ଶିକ୍ଷକତା କରୁଥିଲେ।