Advertisment

କରୋନା ଭୟରେ ଟ୍ରେନ ପୋଛୁଛନ୍ତି ରବିନା

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଭୟ ଓ ସତର୍କତା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିବା ବେଳେ ଅନେକ ରାଜ୍ୟରେ ଲକ୍ ଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଗଲାଣି। ଏହାରି ଭିତରେ 90 ଦଶକର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଟ୍ରେନ ଭିତରେ ରହି ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି। ମୁହଁରେ ମାସ୍କ ପିନ୍ଧି ହାତରେ ପୋଛା କପଡ଼ା ଖଣ୍ଡେ ଧରି ରବିନା ଟ୍ରେନ ସିଟ୍ […]

ଅଦ୍ୟତନ ହୋଇଛି
କରୋନା ଭୟରେ ଟ୍ରେନ ପୋଛୁଛନ୍ତି ରବିନା

Raveena Tandon

Advertisment

ମୁମ୍ବାଇ: କରୋନା ଭୂତାଣୁକୁ ନେଇ ଭୟ ଓ ସତର୍କତା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଥିବା ବେଳେ ଅନେକ ରାଜ୍ୟରେ ଲକ୍ ଡାଉନ୍ ପାଇଁ ନିର୍ଦ୍ଦେଶ ଦିଆଗଲାଣି। ଏହାରି ଭିତରେ 90 ଦଶକର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଟ୍ରେନ ଭିତରେ ରହି ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି। ମୁହଁରେ ମାସ୍କ ପିନ୍ଧି ହାତରେ ପୋଛା କପଡ଼ା ଖଣ୍ଡେ ଧରି ରବିନା ଟ୍ରେନ ସିଟ୍ ସଫା କରୁଛନ୍ତି।

Advertisment

https://www.instagram.com/p/B985OcknNK6/?utm_source=ig_web_copy_link

କରୋନା ଭୂତାଣୁ ଡରରେ ସମସ୍ତଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘରେ ରହିବାକୁ ଏବଂ ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ କୁହାଯାଇଛି। ଏନେଇ ରବିନା ଲୋକଙ୍କୁ ସଚେତନ କରିବା ପାଇଁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରେନ ଭିତରେ ରହି ସିଟ୍ ସଫା କରୁଥିବା ଦେଖିବାକୁ ମିଳିଛି। ହୁଏତ ରବିନାଙ୍କୁ ଜୀବନରେ ପ୍ରଥମ ଥର ଏଭଳି କାମ କରିବାକୁ ପଡ଼ିଛି। କିନ୍ତୁ ଏହା ଆଜିର ପରିସ୍ଥିତିରେ ନିହାତି ଆବଶ୍ୟକ।

https://www.instagram.com/p/B986TwbnvF3/?utm_source=ig_web_copy_link

ଭିଡିଓଟି ଶେୟାର କରି ରବିନା ଲେଖିଛନ୍ତି, "ଟ୍ରେନ ଚାଲିବା ପୂର୍ବରୁ ଓଦା କପଡ଼ା ଏବଂ ସାନିଟାଇଜରରେ ସିଟକୁ ସଫା କରୁଛି, ଯାହା ଦ୍ୱାରା ଆମେ ସହଜ ଅନୁଭବ କରିପାରିବୁ। ସନ୍ତାପ କରିବା ଅପେକ୍ଷା ସୁରକ୍ଷିତ ରହିବା ଭଲ। ଅତ୍ୟାବଶ୍ୟକ ହେଲେ ହିଁ ଯାତ୍ରା କରନ୍ତୁ ଏବଂ ଯେପରି ନିଜେ ନିଜର ଏବଂ ଆଖ ପାଖର ଲୋକଙ୍କ ପାଇଁ ସାବଧାନତା ଏବଂ ସତର୍କତା ପ୍ରତି ସର୍ବପ୍ରଥମେ ଧ୍ୟାନ ରଖନ୍ତୁ।"

Advertisment

https://www.instagram.com/p/B9lU9NSn5bw/?utm_source=ig_web_copy_link

ସୂଚନା ଥାଉ କି,  ସାରା ଦୁନିଆ ଏବେ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରାଣପଣେ ଚେଷ୍ଟା ଚଲାଇଛି। ଏଣୁ ଭାରତରେ ମଧ୍ୟ ଏନେଇ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏଣୁ ସମସ୍ତ ପ୍ରକାର ଜନସମାଗମକୁ ବନ୍ଦ କରାଯାଇଛି। ଏଥିପାଇଁ ବି-ଟାଉନର ସମସ୍ତ ଶୁଟିଂ ଓ ରିଲିଜକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖିଦିଆଯାଇଛି। ଏଣୁ ସବୁ ସେଲିବ୍ରିଟିମାନେ ଘରେ ରହି ସତର୍କତା ଏବଂ ସ୍ୱଚ୍ଛତା ପାଳନ କରୁଛନ୍ତି। ଅନ୍ୟପଟେ ବଲିଉଡ୍ ଗାୟିତା କନିକା କପୁର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe