Advertisment

୨୦୧୯ର ଏହି ସବୁ ଫିଲ୍ମର ରେକର୍ଡ଼ ଭାଙ୍ଗି ପାରେ ଜନ୍‌ଙ୍କ ଫିଲ୍ମ ର’

ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ଅଭିନେତା ଜନ୍ ଆବ୍ରାହମ୍‌ଙ୍କ  ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲ୍‌ଟର୍‌” ର’ (RAW) ୫ ଏପ୍ରିଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏହି ପିଲ୍ମର ଟ୍ରେଲର୍‌କୁ ସୋଶାଲ୍‌ ମିଡିଆରେ ବହୁତ ଭଲ ରେସପଣ୍ଡ୍‌ ମିଳିଛି। ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ ‍ବୋଲି ଆଶା ବାନ୍ଧିଛନ୍ତି ଏହାର ନିର୍ମାତା। ଏକ ରିପୋର୍ଟ ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ ୬ରୁ ୭.୩୦ କୋଟି  ଟଙ୍କା ରୋଜଗାର କରିପାରେ। ଏହି ଫିଲ୍ମଟି ଏକ ସସ୍‌ପେନ୍ସ ଥ୍ରୀଲର୍‌ ଡ୍ରାମା […]

୨୦୧୯ର ଏହି ସବୁ ଫିଲ୍ମର ରେକର୍ଡ଼ ଭାଙ୍ଗି ପାରେ ଜନ୍‌ଙ୍କ ଫିଲ୍ମ ର’

r11

Advertisment

ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ଅଭିନେତା ଜନ୍ ଆବ୍ରାହମ୍‌ଙ୍କ  ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲ୍‌ଟର୍‌” ର’ (RAW) ୫ ଏପ୍ରିଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏହି ପିଲ୍ମର ଟ୍ରେଲର୍‌କୁ ସୋଶାଲ୍‌ ମିଡିଆରେ ବହୁତ ଭଲ ରେସପଣ୍ଡ୍‌ ମିଳିଛି। ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବ ‍ବୋଲି ଆଶା ବାନ୍ଧିଛନ୍ତି ଏହାର ନିର୍ମାତା।
ଏକ ରିପୋର୍ଟ ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ ୬ରୁ ୭.୩୦ କୋଟି  ଟଙ୍କା ରୋଜଗାର କରିପାରେ। ଏହି ଫିଲ୍ମଟି ଏକ ସସ୍‌ପେନ୍ସ ଥ୍ରୀଲର୍‌ ଡ୍ରାମା ଏବଂ ଏକ ସତ କାହାଣୀ ଉପରେ ଆଧାରିତ।

Advertisment

ଯଦି ଆଗକୁ ଦର୍ଶକ ଫିଲ୍ମକୁ ଏହିପରି ଭଲ ପାଇଲେ ତ ଏହା ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ୍‌ ବଚ୍ଚନ ଏବଂ ତାପସି ପନ୍ନୁଙ୍କ ଫିଲ୍ମ “ବଦ୍‌ଲା”ର ରେକର୍ଡ଼ ମଧ୍ୟ ଭାଙ୍ଗିପାରେ। “ବଦଲା”ର ପ୍ରଥମ ଦିନ ରୋଜଗାର ୫  କୋଟି ୪ ଲକ୍ଷ ଥିଲା। ଏହା ସହ ଜନ୍‌ଙ୍କ ପିଲ୍ମ ର’ ଯଦି ୭  କୋଟି ରୋଜଗାର କରିଦିଏ ତାହାଲେ ଫିଲ୍ମଟି ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଫିଲ୍ମ “ସୋନ୍‌ଚିଡିଆ” (୧   କୋଟି ୨୦ ଲକ୍ଷ), “ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା” (୨ କୋଟି ୯୦ ଲକ୍ଷ), “ଠାକ୍‌ରେ”( ୨ କୋଟି ୭୫ ଲକ୍ଷ) ଏବଂ “ଦ ଆକ୍ସିଡେନ୍‌ଟାଲ୍‌ ପ୍ରାଇମ୍‌ମିନିଷ୍ଟର” (୩ କୋଟି ୫୦ ଲକ୍ଷ)ର ରେକର୍ଡ ଭାଙ୍ଗିପାରେ।

publive-image

ଜନ୍‌ଙ୍କ ଏହି ଫିଲ୍ମ ୧୯୭୧ ମସିହାରେ ହୋଇଥିବା ପାକିସ୍ଥାନ ଯୁଦ୍ଧ ପୂର୍ବର  କାହାଣୀ ଉପରେ ଆଧାରିତ। ଏହି ପିଲ୍ମ ସହ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ “ପିଏମ୍‌ ନରେନ୍ଦ୍ର ମୋଦି” ମଧ୍ୟ ରିଲିଜ୍‌ ହେବାକୁ ଯାଉଛି। ଏବେ କିନ୍ତୁ ଏହି ଫିଲ୍ମର ରିଲିଜ୍‌ ତାରିଖ ଆଗକୁ ଘୁଞ୍ଚାଇ ଦିଆଯାଇଛି। ବକ୍ସ ଅଫିସ୍‌ରେ ଏହି ଦୁଇଟି ଫିଲ୍ମ ମଧ୍ୟରେ ଭଲ ପ୍ରତିଯୋଗିତା ଦେଖିବାକୁ ମିଳିବ।

Advertisment

ତେବେ ଜନ୍‌ଙ୍କ ପୂର୍ବ ଫିଲ୍ମ ଉପରେ ନଜର ପକାଇବା ଯଦି ଜନ୍‌ ଲଗାତାର ଦେଶଭକ୍ତି ଉପରେ ଆଧାରିତ ଥିବା ଫିଲ୍ମ କରିଆସୁଛନ୍ତି। ଆଉ ଏହା ଭିତରେ ସେ ତାଙ୍କର ଏକ ଅଲଗା ଛବି ମଧ୍ୟ ପ୍ରସ୍ତୁତ କରି ସାରିଛନ୍ତି। ଯାହାର ଫାଇଦା ତାଙ୍କୁ ଏହି ଫିଲ୍ମରେ ମିଳିପାରେ। ଫିଲ୍ମଟି ମଧ୍ୟ  ସେହି ସମୟରେ ରିଲିଜ୍‌ ହେଉଛି ଯେଉଁ ସମୟରେ କି ଦେଶ ଭକ୍ତିର ମାହୋଲ୍‌ ରହିଛି। ତେବେ ବାକି ଏହି ଫିଲ୍ମଟି ତାର କାହାଣୀ ଉପରେ ନିର୍ଭର କରେ ଯେ, ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe