Advertisment

ପ୍ରପୋଜ କରିବା ବେଳେ ନାକ କାମୁଡି ଦୌଡିଥିଲା ପ୍ରେମିକା

ମୁମ୍ୱାଇ: ହିନ୍ଦୀ ସିନେମା ଜଗତର ଅଲ୍‌ଟାଇମ୍‌ ଫେବରାଇଟ୍‌ ଖଳନାୟକ ରାଜା ମୁରାଦଙ୍କର ଆଜି ଜନ୍ମଦିନ। ୨୩ ନଭେମ୍ୱର ୧୯୫୦ରେ ଉତ୍ତର ପ୍ରଦେଶର ରାମପୁରରେ ଜନ୍ମ ନେଇଥିଲେ ରାଜା । ନିଜର ନିଖୁଣ ଅଭିନୟ ପାଇଁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ୨୫୦ରୁ ଅଧିକ ଫିଲ୍ମ କରିଥିବା ମୁରାଦଙ୍କୁ ରଣବୀର୍‌ ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ଜଲାଉଦ୍ଦୀନ୍‌ ଖିଲ୍‌ଜି ରୂପରେ ଦେଖିବାକୁ ମିଳିଥିଲା। ୧୯୬୫ ମସିହାରେ ଗୋଆରୁ ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ। […]

ପ୍ରପୋଜ କରିବା ବେଳେ ନାକ କାମୁଡି ଦୌଡିଥିଲା ପ୍ରେମିକା

hhh

Advertisment

ମୁମ୍ୱାଇ: ହିନ୍ଦୀ ସିନେମା ଜଗତର ଅଲ୍‌ଟାଇମ୍‌ ଫେବରାଇଟ୍‌ ଖଳନାୟକ ରାଜା ମୁରାଦଙ୍କର ଆଜି ଜନ୍ମଦିନ। ୨୩ ନଭେମ୍ୱର ୧୯୫୦ରେ ଉତ୍ତର ପ୍ରଦେଶର ରାମପୁରରେ ଜନ୍ମ ନେଇଥିଲେ ରାଜା ।

Advertisment

ନିଜର ନିଖୁଣ ଅଭିନୟ ପାଇଁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ୨୫୦ରୁ ଅଧିକ ଫିଲ୍ମ କରିଥିବା ମୁରାଦଙ୍କୁ ରଣବୀର୍‌ ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ଜଲାଉଦ୍ଦୀନ୍‌ ଖିଲ୍‌ଜି ରୂପରେ ଦେଖିବାକୁ ମିଳିଥିଲା।

୧୯୬୫ ମସିହାରେ ଗୋଆରୁ ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ। ରାଜା ମୁରାଦ ଅନେକ ଫିଲ୍ମରେ ଅଭିନେତ୍ରୀଙ୍କ ଉପରେ ଅତ୍ୟାଚାର କରୁଥିବା ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ରାଜାଙ୍କ ଅସଲ ଜୀବନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

Advertisment

ପରଦା ଉପରେ ଅଭିନେତ୍ରୀଙ୍କ ଉପରେ ଅତ୍ୟାଚାର କରୁଥିବା ରାଜା, ଜଣେ ଝିଅକୁ ମନ କଥା କହି ହଟହଟା ହୋଇଥିଲେ। ପ୍ରକୃତରେ ରାଜା ତାଙ୍କ ଘର ପାଖରେ ରହୁଥିବା ଗୋଟିଏ ଝିଅକୁ ପସନ୍ଦ କରୁଥିଲେ। ଯିବା ଆସିବା ସମୟରେ ଝିଅଟିକୁ ଦେଖି ମନେ ମନେ ସେ ଭଲ ପାଇ ବସିଥିଲେ। କିନ୍ତୁ ମନ କଥା କହିବା ପାଇଁ ସାହସ ଜୁଟାଇ ପାରୁ ନ ଥିଲେ। ଏଥିପାଇଁ ମୁରାଦଙ୍କ ସାଙ୍ଗମାନେ ତାଙ୍କୁ ଚିଡ଼ାଇବାକୁ ଆରମ୍ଭ କଲେ। ରାଜା ମୁରାଦ ସାହସ ଜୁଟାଇ ଝିଅଟିକୁ ଦିନେ ପ୍ରପୋଜ କରିବେ ବୋଲି ଚିନ୍ତା କଲେ।

କିନ୍ତୁ ଝିଅଟି ତାଙ୍କ ପାଖକୁ ଆସିବା ମାତ୍ରେ ସେ ଡରି ଯାଇଥିଲେ । ଡରରେ ସେ ପ୍ରପୋଜ୍‌ କରିବା ବଦଳରେ ଝିଅଟିର ଗାଲକୁ ଏକ କିସ୍‌ କରି ଦେଇଥିଲେ। ଏହା ପରେ ଝିଅଟି ଖୁବ୍‌ ରାଗି ଯାଇ ରାଜା ମୁରାଦଙ୍କ ନାକକୁ କାମୁଡି ଦୌଡ଼ି ପଳାଇଥିଲା।

ଫିଲ୍ମରେ ଅଭିନେତ୍ରୀଙ୍କୁ କନ୍ଦାଉ ଥିବା ରାଜାଙ୍କ ନାକ କଟିବା ପରେ ସେ ଖୁବ୍ କାନ୍ଦିଥିଲେ। ଏହି ଘଟଣା ରାଜା ମୁରାଦଙ୍କ ସହିତ ସ୍କୁଲ ସମୟରେ ଘଟିଥିଲା।

ଏହି ଘଟଣା ପରେ ରାଜା ଆଉ ପ୍ରେମ କରି ନାହାନ୍ତି। ଶମିନା ମୁରାଦଙ୍କୁ ବିବାହ କରିବା ପରେ ଦୁଇ ଛୁଆଙ୍କୁ ନେଇ ତାଙ୍କ ସଂସାର ରଥ ସୁରୁଖୁରୁରେ ଗଡୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe