Advertisment

ବାହାଘରର ୧୯ ବର୍ଷ ପରେ କାହିଁକି ଅଲଗା ହେଲେ ଅରବାଜ୍ ଓ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟେଷ୍ଟ ଗର୍ଲ ମଲାଇକା ଅରୋରାଙ୍କର ଆଜି ଜନ୍ମ ଦିନ। ସେ ଆଜି ୪୬ ବର୍ଷର ହୋଇଯାଇଛନ୍ତି। ନିଜ ଜନ୍ମଦିନକୁ ସେ ବେଶ୍‌ ଧୂମ୍‌ଧାମ୍‌ରେ ପାଳିଛନ୍ତି। ଯେଉଁଥିରେ ତାଙ୍କ ବୟପ୍ରେଣ୍ଡ ଅର୍ଜୁନ୍‌ କପୁର୍, କରିନା କପୁର, କରିଶ୍ମା କପୁର, ଶିଳ୍ପା ଶେଟ୍ଟୀ, ଅର୍ଜୁନ ରାମପାଲ, ଅନନ୍ୟା ପାଣ୍ଡେ, ତାରା ସୁତାରିଆଙ୍କ ସମେତ ଆହୁରି ଅନେକ ସେଲେବ୍ରିଟି ସାମିଲ୍ ହୋଇଥିଲେ। ନିଜ ବ’ଡେ ପାର୍ଟିରେ ମଲାଇକା ଏକ ଗୋଲ୍ଡେନ୍‌ କଲର୍‌ର ସ୍ପାର୍କିଲିଂ ଶର୍ଟ ଡ୍ରେସ୍‌ ପିନ୍ଧିଥିଲେ ଯେଉଁଥିରେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବାହାଘରର ୧୯ ବର୍ଷ ପରେ କାହିଁକି ଅଲଗା ହେଲେ ଅରବାଜ୍ ଓ ମଲାଇକା

malaika-arbaaz

ମୁମ୍ବାଇ: ବଲିଉଡ୍‌ର ଫିଟେଷ୍ଟ ଗର୍ଲ ମଲାଇକା ଅରୋରାଙ୍କର ଆଜି ଜନ୍ମ ଦିନ। ସେ ଆଜି ୪୬ ବର୍ଷର ହୋଇଯାଇଛନ୍ତି। ନିଜ ଜନ୍ମଦିନକୁ ସେ ବେଶ୍‌ ଧୂମ୍‌ଧାମ୍‌ରେ ପାଳିଛନ୍ତି। ଯେଉଁଥିରେ ତାଙ୍କ ବୟପ୍ରେଣ୍ଡ ଅର୍ଜୁନ୍‌ କପୁର୍, କରିନା କପୁର, କରିଶ୍ମା କପୁର, ଶିଳ୍ପା ଶେଟ୍ଟୀ, ଅର୍ଜୁନ ରାମପାଲ, ଅନନ୍ୟା ପାଣ୍ଡେ, ତାରା ସୁତାରିଆଙ୍କ ସମେତ ଆହୁରି ଅନେକ ସେଲେବ୍ରିଟି ସାମିଲ୍ ହୋଇଥିଲେ। ନିଜ ବ’ଡେ ପାର୍ଟିରେ ମଲାଇକା ଏକ ଗୋଲ୍ଡେନ୍‌ କଲର୍‌ର ସ୍ପାର୍କିଲିଂ ଶର୍ଟ ଡ୍ରେସ୍‌ ପିନ୍ଧିଥିଲେ ଯେଉଁଥିରେ ସେ ବେଶ୍ ହଟ୍‌ ଆଣ୍ଟ ବୋଲ୍ଡ ଲାଗୁଥିଲେ। ମଲାଇକା ୩ ବର୍ଷ ହେବ ନିଜ ସ୍ୱାମୀ ଅରବାଜ୍‌ ଖାନ୍‌ଙ୍କଠୁ ଅଲଗା ହୋଇଯାଇଛନ୍ତି। ଫ୍ୟାନମାନେ ଆଜି ବି ବଲିଉଡର ସବୁଠୁ ସଫଳ ବିବାହିତ ଯୋଡ଼ି କୁହାଯାଉଥିବା ଏହି ସେଲିବ୍ରେଟି କ’ଣ ପାଇଁ ପରସ୍ପରଠାରୁ ଅଲଗା ହେଲେ ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ତେବେ ଆସନ୍ତୁ ଜାଣିବା ଅରବାଜ୍‌ ଓ ମଲାଇକାଙ୍କ ଅଲଗା ହେବା ପଛର କାରଣ କ’ଣ?

Advertisment

https://www.instagram.com/p/B38yEwRBC0U/?utm_source=ig_web_copy_link

https://www.instagram.com/p/B38w672h46l/?utm_source=ig_web_copy_link

https://www.instagram.com/p/B38wugsBiuI/?utm_source=ig_web_copy_link

ଅରବାଜ ଓ ମଲାଇକାଙ୍କର ପ୍ରଥମ ଦେଖା ୧୯୯୩ରେ ଏକ କଫି ଆଡ୍‌ ଶୁଟ୍‌ରେ ହୋଇଥିଲା। ଏହି ଆଡ୍‌ ବହୁତ ବୋଲ୍ଡ ଥିଲା, ଯାହାକୁ ନେଇ ବିବାଦ ମଧ୍ୟ ହୋଇଥିଲା। ଏହି ଶୁଟ୍‌ ସମୟରେ ମଲାଇକା ଓ ଅରବାଜ୍‌ ପରସ୍ପରକୁ ଭଲପାଇବସିଥିଲେ। ଏମାନେ ପରସ୍ପରକୁ ୫ ବର୍ଷ ଡେଟ୍‌ କରିବା ପରେ ୧୯୯୮ରେ ଡିସେମ୍ବର ୧୨ରେ ବାହା ହୋଇଥିଲେ। ବାହାଘରର ୧୯ ବର୍ଷ ପରେ ଏହି କପଲ୍‌ ୨୦୧୭ରେ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

https://www.instagram.com/p/B38won8BMrl/?utm_source=ig_web_copy_link

https://www.instagram.com/p/B38sDkPhn7j/?utm_source=ig_web_copy_link

ଏହାପରେ ଖବର ଆସିଲା ଯେ ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କର ସମ୍ପର୍କ ହେତୁ ତାଙ୍କ ବାହାଘର ଭାଙ୍ଗିଗଲା। କେହେ କେହି ଏହା ମଧ୍ୟ କହୁଥିଲେ ଯେ ଅରବାଜ୍‌ଙ୍କ ବୁଡ଼ୁଥିବା କ୍ୟାରିୟର୍‌ ଯୋଗୁ ମଲାଇକା ତାଙ୍କୁ ଛାଡ଼ିଦେଲେ। କିନ୍ତୁ ଏକ ସାକ୍ଷାତ୍‌କାରରେ ଅରବାଜ୍ କହିଥିଲେ ଯେ ମଲାଇକାଙ୍କୁ ଜୁଆ ଖେଳର ନିଶା ଲାଗିଯାଇଥିଲା। ଯାହାଫଳରେ ସେମାନଙ୍କର  ସମ୍ପର୍କ ଖରାପ ହୋଇଥିଲା। ଏହା ପରେ ପରେ ମଲାଇକା କରିନାଙ୍କ ରେଡିଓ ଶୋ’ ‘ହ୍ୱାଟ ୱିମେନ ୱାଣ୍ଟ’ରେ ନିଜେ ମନକଥାର ଖୁଲାସା କରିଥିଲେ।

Advertisment

malaika-arbaazମଲାଇକା କହିଥିଲେ, ‘ଏତେ ବର୍ଷର ସମ୍ପର୍କକୁ ଭାଙ୍ଗିବା ଏତେ ସହଜ ନ ଥିଲା। ଏହା ସତ ଯେ, ପୁରୁଷଙ୍କ ପାଇଁ ତଲାକ ପରେ ଆଗକୁ ବଢ଼ିବା ସହଜ। ହେଲେ ମୋ ଭଳି ମଣିଷ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ଖୁସି। କାରଣ ଯେତେବେଳେ ଏକ ଦମ୍ପତି ଏକାଠି ରହି ମଧ୍ୟ ଖୁସି ରହିପାରନ୍ତି ନାହିଁ ଏହାର ପ୍ରଭାବ ପିଲାମାନଙ୍କ ଉପରେ ପଡ଼େ।’ ମଲାଇକା ଆହୁରି କହିଥିଲେ ଯେ ତଲାକର ପୂର୍ବଦିନ ରାତିରେ ତାଙ୍କ ପୂରା ପରିବାର ଏହି ନିଷ୍ପତ୍ତିକୁ ନେଇ ସେ ଶତ ପ୍ରତିଶତ ନିଶ୍ଚିତ ଅଛନ୍ତି କି ନାହିଁ ପଚାରିଥିଲେ। ମଲାଇକାଙ୍କର ଉତ୍ତର ଶୁଣିବା ପରେ ମଧ୍ୟ ସେମାନେ ତାଙ୍କୁ ସାହାସ ଓ ସପୋର୍ଟ ଦେଇଥିଲେ। କେହି ବି ତାଙ୍କୁ ଏକ ଖରାପ ରିଲେଶନ୍‌ସିପ୍‌ରେ ରହିବାକୁ ଉପଦେଶ ଦେଇ ନଥିଲେ।

ଦୁହିଁଙ୍କର ଅରହାନ୍‌ ନାମକ ଏକ ପୁଅ ଅଛି। ତେବେ ଅରବାଜଙ୍କଠୁ ଅଲଗା ହେବା ପରେ ମଲାଇକାଙ୍କର ନାଁ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ସହ ଯୋଡ଼ା ଯାଉଛି। ଅନେକ ଜାଗାରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ସେହିପରି ଅରବାଜଙ୍କୁ ମଧ୍ୟ ତାଙ୍କ ନୂଆ ଗର୍ଲଫ୍ରେଣ୍ଡ ଜର୍ଜିଆ ଏଣ୍ଡ୍ରିୟାନିଙ୍କ ସହ ଦେଖିବାକୁ ମିଳୁଛି। ଚର୍ଚ୍ଚା ହେଉଛି ଯେ ଚଳିତ ବର୍ଷ ମଲାଇକା-ଅର୍ଜୁନ୍‌ ଓ ଅରବାଜ-ଜର୍ଜିଆ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।