Advertisment

ସଲ୍‌ମାନ୍‌ଙ୍କ ଫିଲ୍ମକୁ ନା’ କରନ୍ତି ନାହିଁ ତବୁ, ଖାସ୍‌ ଏଇଥି ପାଇଁ

ମୁମ୍ବାଇ: ଅଭିନେତ୍ରୀ ତବୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲ୍‌ମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କେଉଁଠି ଦମ୍‌ଦାର ଭୂମିକାରେ ତ ପୁଣି କେଉଁଠି କ୍ଷୁଦ୍ର। କୋଉଠି ନା କୋଉଠି ଭାଇଜାନ୍‌ଙ୍କ ଫିଲ୍ମରେ ଆପଣ ତାଙ୍କୁ ନିଶ୍ଚୟ ଦେଖିଥିବେ। ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ସକାଶେ ଏ ପର୍ଯ୍ୟନ୍ତ ଏ ବଣ୍ଡିଂ ବଜାଏ ରହିଛି। ଖାସ୍‌ ସେଇଥି ପାଇଁ ଆଗକୁ ଆସୁଥିବା ସଲ୍‌ମାନ୍ ଖାନ୍‌ଙ୍କ ଫିଲ୍ମ  ‘ଭାରତ’ରେ କେମିଓ ତଥା ଅତିଥି କଳାକାର ଭାବେ ନଜର ଆସିବେ […]

ସଲ୍‌ମାନ୍‌ଙ୍କ ଫିଲ୍ମକୁ ନା’ କରନ୍ତି ନାହିଁ ତବୁ, ଖାସ୍‌ ଏଇଥି ପାଇଁ

c555

Advertisment

ମୁମ୍ବାଇ: ଅଭିନେତ୍ରୀ ତବୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲ୍‌ମାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କେଉଁଠି ଦମ୍‌ଦାର ଭୂମିକାରେ ତ ପୁଣି କେଉଁଠି କ୍ଷୁଦ୍ର। କୋଉଠି ନା କୋଉଠି ଭାଇଜାନ୍‌ଙ୍କ ଫିଲ୍ମରେ ଆପଣ ତାଙ୍କୁ ନିଶ୍ଚୟ ଦେଖିଥିବେ। ଉଭୟଙ୍କ ଭିତରେ ଉତ୍ତମ ବୁଝାମଣା ସକାଶେ ଏ ପର୍ଯ୍ୟନ୍ତ ଏ ବଣ୍ଡିଂ ବଜାଏ ରହିଛି। ଖାସ୍‌ ସେଇଥି ପାଇଁ ଆଗକୁ ଆସୁଥିବା ସଲ୍‌ମାନ୍ ଖାନ୍‌ଙ୍କ ଫିଲ୍ମ  ‘ଭାରତ’ରେ କେମିଓ ତଥା ଅତିଥି କଳାକାର ଭାବେ ନଜର ଆସିବେ ତବୁ।

Advertisment

ଚରିତ୍ରଟି ଛୋଟିଆ ହେଲେ ମଧ୍ୟ ଏହା ପାଇବା ପରେ ସେ ଭାରି ଖୁସି ଅଛନ୍ତି ବୋଲି କୁହନ୍ତି।

ତବୁଙ୍କ କହିବା ଅନୁଯାୟୀ, ଏହି ଫିଲ୍ମରେ ତାଙ୍କ ଚରିତ୍ର ଛୋଟ ହୋଇପାରେ କିନ୍ତୁ ଷ୍ଟୋରୀ ଲାଇନ୍‌ ହିସାବରେ ଚରିତ୍ରର ଖୁବ୍‌ ଗୁରୁତ୍ୱ ରହିଛି। ସେ ଏହାକୁ ନେଇ ଖୁବ୍‌ ଉତ୍ସାହିତ।

Advertisment

ଖାଲି ସେତିକି ନୁହେଁ ସଲ୍‌ମାନ୍‌ ଅଫର କରିଥିବା କୌଣସି ଫିଲ୍ମକୁ ସେ କେବେ ମନା କରନ୍ତି ନାହିଁ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି।

ସଲ୍ଲୁଙ୍କୁ ଫିଲ୍ମରେ ଏଣ୍ଟ୍ରି କରିବା ପୂର୍ବରୁ ତବୁ ତାଙ୍କୁ ଜାଣିଥିଲେ। ସଲ୍‌ମାନ୍‌ ଓ ତାଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ଭଲ। ଆଉ ସଲ୍‌ମାନ୍‌ ତାଙ୍କ ପାଖକୁ ଯେତେବେଳେ ବି କୌଣସି ଚରିତ୍ରରେ ଅଭିନୟ କରିବାକୁ ଅଫର ନେଇ ଆସନ୍ତି ତାଙ୍କୁ ଜଣାଥାଏ ସେ ଚରିତ୍ରର ଗୁରୁତ୍ୱ ଥିବ। ତେଣୁ ତବୁ ତାଙ୍କୁ କେବେ ନା କରିପାରନ୍ତି ନାହିଁ।

ନିକଟରେ ରିଲିଜ୍‌ ହୋଇଥିବା ତବୁଙ୍କୁ ଫିଲ୍ମ ‘ଅନ୍ଧାଧୁନ୍‌’ର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି।  ଏହି ଥ୍ରିଲର ଫିଲ୍ମରେ ତାଙ୍କ ସହ ଆୟୁଷ୍ମାନ୍‌ ଖୁରାନା ଲିଡ୍‌ ଚରିତ୍ରରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe