ରିଲିଜ୍‌ ହେଲା‘ବାର୍‌ ବାର୍‌ ଦେଖୋ’ ଓ ‘ଫ୍ରିକ୍କି ଅଲ୍ଲୀ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି କାଟ୍ରିନା କୈଫ୍‌ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ବାର୍‌ ବାର୍‌ ଦେଖୋ’ ରିଲିଜ୍‌ ହୋଇଛି। ଏହି ଆକ୍ସନ ରୋମାଣ୍ଟିକ୍‌ ଡ୍ରାମାରେ ଦୁହିଁଙ୍କ ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମରେ ରହିଛି ୬ଟି ମନଛୁଆଁ ଗୀତ। ନିତ୍ୟ ମେହରା ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।  ଏହି ଫିଲ୍ମ ମାଧ୍ୟମରେ ନିତ୍ୟ ଡେବ୍ୟୁ କରିଛନ୍ତି। ସେହିପରି ଆଜି ଆଉ ଏକ ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଛି। ସୋହେଲ୍‌ ଖାନ୍‌ ପ୍ରଯୋଜିତ ଓ […]

friday

Rakesh Mallick
  • Published: Friday, 09 September 2016
  • , Updated: 09 September 2016, 12:17 PM IST

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି କାଟ୍ରିନା କୈଫ୍‌ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ବାର୍‌ ବାର୍‌ ଦେଖୋ’ ରିଲିଜ୍‌ ହୋଇଛି। ଏହି ଆକ୍ସନ ରୋମାଣ୍ଟିକ୍‌ ଡ୍ରାମାରେ ଦୁହିଁଙ୍କ ସମ୍ପର୍କକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମରେ ରହିଛି ୬ଟି ମନଛୁଆଁ ଗୀତ। ନିତ୍ୟ ମେହରା ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି।  ଏହି ଫିଲ୍ମ ମାଧ୍ୟମରେ ନିତ୍ୟ ଡେବ୍ୟୁ କରିଛନ୍ତି।

ସେହିପରି ଆଜି ଆଉ ଏକ ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଛି। ସୋହେଲ୍‌ ଖାନ୍‌ ପ୍ରଯୋଜିତ ଓ ନୱାଜୁଦ୍ଦିନ୍‌ ସିଦ୍ଦିକଙ୍କ ଅଭିନୀତ କମେଡି ଫିଲ୍ମ ‘ଫ୍ରିକ୍କି ଅଲ୍ଲୀ ’ ରିଲିଜ୍‌ ହେଉଛି। ଏହି ଫିଲ୍ମରେ ଅରବାଜ୍‌ ଖାଁ ଓ ଆମି ଜାକସନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ‘ଫ୍ରିକ୍କି ଅଲ୍ଲୀ’ ପାଇଁ ପୂର୍ବରୁ ସଲମାନ୍‌ ଖୁବ୍‌ ପ୍ରଚାର କରିଛନ୍ତି। ଫିଲ୍ମର ସିରିୟସ୍‌ କମେଡି ସାଙ୍ଗକୁ ଗୀତ ବି ରହିଛି।  ସାଜିଦ୍‌ ୱାଜିଦ୍‌ ‘ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Related story