Advertisment

ରିଲିଜ୍ ହେଲା ‘ହମାରୀ ଅଧୁରୀ କାହାନୀ’ର ଟ୍ରେଲର

ମୁମ୍ବାଇ: ବିଦ୍ୟା ବାଲାନଙ୍କ ଅପକମିଂ ମୁଭି ‘ହମାରୀ ଅଧୁରୀ କହାନୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଦ୍ୟା। ତାଙ୍କ ସହିତ ଏଥିରେ ଅଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ରାଜକୁମାର ରାଓ ଓ ଇମ୍ରାନ ହାସମୀ। ଏ ଦୁହଁଙ୍କୁ ଏ ଚଳଚ୍ଚିତ୍ରରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ମହେଶ ଭଟ୍ଟ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ। ବିବାହ ପରେ ପ୍ରେମ ଓ ପ୍ରତାରଣାର ଶିକାର […]

ରିଲିଜ୍ ହେଲା ‘ହମାରୀ ଅଧୁରୀ କାହାନୀ’ର ଟ୍ରେଲର

vidyaemraan

Advertisment

ମୁମ୍ବାଇ: ବିଦ୍ୟା ବାଲାନଙ୍କ ଅପକମିଂ ମୁଭି ‘ହମାରୀ ଅଧୁରୀ କହାନୀ’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଦ୍ୟା। ତାଙ୍କ ସହିତ ଏଥିରେ ଅଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ରାଜକୁମାର ରାଓ ଓ ଇମ୍ରାନ ହାସମୀ। ଏ ଦୁହଁଙ୍କୁ ଏ ଚଳଚ୍ଚିତ୍ରରେ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ମହେଶ ଭଟ୍ଟ ଏହି ଫିଲ୍ମର ପ୍ରଯୋଜକ ରହିଥିବା ବେଳେ ନିର୍ଦେଶନା ଦେଇଛନ୍ତି ମୋହିତ ସୁରୀ।

Advertisment

ବିବାହ ପରେ ପ୍ରେମ ଓ ପ୍ରତାରଣାର ଶିକାର ହୋଇଥିବା ଜଣେ ମହିଳାଙ୍କ କାହାଣୀ ଉପରେ ଫିଲ୍ମଟି ଅଧାରିତ । ରାଜକୁମାର ରାଓ ଏଥିରେ ବିଦ୍ୟା ବାଲାନଙ୍କ ସ୍ୱାମୀ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ବିଦ୍ୟା ଘରୋଇ ହିଂସାର ଶିକାର ହେଉଛନ୍ତି। ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ ତାଙ୍କ ଜୀବନରେ ପ୍ରବେଶ କରନ୍ତି ଇମ୍ରାନ ହାସମୀ। ଆଉ ଏକ ନୂଆ ଲଭ୍ ଷ୍ଟୋରୀ ଆରମ୍ଭ ହୁଏ। ଏହି ଭଳି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ‘ହମାରୀ ଅଧୁରୀ କାହାନୀ’। ଆଉ ‘ହମାରୀ ଅଧୁରୀ କାହାନୀ’ର ପୂରା କାହାଣୀ ଜାଣିବା ପାଇଁ ଦର୍ଶକଙ୍କୁ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଜୁନ୍ ୧୨ ତାରିଖରେ ଏହା ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe