ମୁମ୍ୱାଇ: ରିଲିଜ୍ ହେଲା ଅପକମିଂ ବଲିଉଡ୍ ମୁଭି ‘ତମାସା’ର ମଚ୍ ଆୱେଟେଡ୍ ସଙ୍ଗ୍। ‘ଅଗର ତୁମ୍ ସାଥ୍ ହୋ’ ଗୀତ ଜରିଆରେ ବହୁଦିନ ପରେ କମବ୍ୟାକ୍ କରିଛନ୍ତି ଅଲକା ୟାଗ୍ନିକ୍। ‘ତମାସା’ର ବାକି ଗୀତଠାରୁ ଏହା ଟିକେ ଅଲଗା । କାରଣ ବହୁଦିନ ପରେ ଅଲକା ୟାଗ୍ନିଙ୍କ ମଖମଲୀ ଭଏସ୍ ଶୁଣିବାକୁ ମିଳିବ।
ତେବେ ଏହି ଗୀତରେ ରଣବୀର ଓ ଦୀପିକାଙ୍କ ଲଭ୍ ଇମୋଶନ ଦେଖିବାକୁ ମିଳିବ। ‘ୟେ ଜୱାନି ହୈ ଦିୱାନି’ ପରେ ପୁଣିଥରେ ପରଦାରେ ଦର୍ଶକ ଦେଖିବାକୁ ପାଇବେ ରଣବୀର ଏବଂ ଦୀପିକାଙ୍କ ଲଭ୍ ଇମୋଶନ। ଆଉ ଇମୋସନକୁ କ୍ୟାମେରା ଲେନ୍ସରେ ବେଶ୍ ଭଲ ଭାବେ କ୍ୟାପଚର କରିଛନ୍ତି ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ। ପୂର୍ବରୁ ଏହି ଗୀତର ମେକିଂ ପରଦା ଉପରକୁ ଆସିସାରିଛି ଆଉ ଦର୍ଶକଙ୍କୁ ବି ଏହା ବେଶ୍ ପସନ୍ଦ ଆସିଛି। ଆଉ ଏବେ ଆସିଛି ଗୀତଟି। ଏଆର୍ ରେହମାନଙ୍କ ସୋଲଫୁଲ୍ ମ୍ୟୁଜିକ୍, ଅଲକାଙ୍କ ଭଏସ୍ ଓ ରଣବୀର ଏବଂ ଦୀପିକାଙ୍କ କେମେଷ୍ଟ୍ରୀ ଗୀତଟିକୁ ହୃଦୟସ୍ପର୍ଶୀ କରିଛି। ଇମତିଆଜ୍ ଅଲ୍ଲୀ ନିର୍ଦ୍ଦେଶିତ ଫିଲ୍ମ ‘ତମାସା’ ନଭେମ୍ୱର ୨୭ରେ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।