ଭୁବନେଶ୍ୱର: ‘ଯୋଉଠି ତୁ ସେଇଠି ମୁଁ’ ୨୦୧୬ର ପ୍ରଥମ ରିଲିଜ ସିନେମାର ଆଖ୍ୟା ପାଇଛି। ଏହା ଏକାସଙ୍ଗରେ ଦୁଇଟି ଭାଷାରେ ପରଦାକୁ ଆସିଛି। ଭୋଜପୁରୀ ଭାଷାରେ ଏହି ସିନେମାର ନାଁ ‘ହମକା ଇସ୍କ ହୁଆ ହେ ୟାରେଁ’ ରଖାଯାଇଛି। ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୪୫ଟି ହଲରେ ରିଲିଜ୍ ହୋଇଛି। ଏଥିରେ ଲିଡ୍ ରୋଲରେ ଅଛନ୍ତି ୟଶ ମିଶ୍ର ଏବଂ ଅଞ୍ଜଳି ମିଶ୍ର। ଉଭୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ ମଧ୍ୟ କରିଛନ୍ତି। ‘ଯୋଉଠି ତୁ ସେଇଠି ମୁଁ’ରେ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ବୈଦ୍ୟନାଥ ଦାସ। ବଲିଉଡର ବହୁ ନାମୀଦାମୀ ସିଙ୍ଗରଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳୁଛି ଏହି ସିନେମାରେ। ‘ଯୋଉଠି ତୁ ସେଇଠି ମୁଁ’ର ଗୀତ ଲେଖିଛନ୍ତି ସ୍ୱର୍ଗତ ନିଜାମ ଏବଂ ବିଜୟ ମଲ୍ଲ। ସାବିତ୍ରୀ ପିକ୍ଚର୍ସ ବ୍ୟାନରର ଏହି ସିନେମାର ଅନ୍ୟ ଭୂମିକାରେ ଶ୍ରୀତମ ଦାସ, ଅନରା, ହରି, ପିଣ୍ଟୁ ନନ୍ଦ ଓ ସରୋଜ ଦାସଙ୍କୁ ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।