/odisha-reporter/media/post_attachments/uploads/2015/09/cg.png)
cg
ମୁମ୍ବାଇ: ମଧୁର ଭଣ୍ଡାରକରଙ୍କ ଅପକମିଂ ଫିଲ୍ମ କ୍ୟାଲେଣ୍ଡର ଗାର୍ଲସର ଏକ ଗୀତ ରିଲିଜ ହୋଇଛି। ଛୋଟ ସହରର ଯୁବତୀଙ୍କ ଗ୍ଲାମର ୱାର୍ଲଡରେ ବଡ ନାଁ କରିବାର ସ୍ୱପ୍ନକୁ ନେଇ ରହିଛି ଫିଲ୍ମର କାହାଣୀ। ଗ୍ଲାମର ୱାର୍ଲଡର ସଫଳତା, ବିଫଳତା, ପ୍ରେମ ଓ ପ୍ରତାରଣାର ଚିତ୍ର ଦେଖିବାକୁ ମିଳିବ କ୍ୟାଲେଣ୍ଡର ଗାର୍ଲସରେ। ଫିଲ୍ମର ଏହି ନମ୍ୱରରେ ରହିଛି ଟିପିକାଲ୍ ମଧୁର ଭଣ୍ଡାରକର ଟଚ୍। ଗୀତରେ ମାନବିକ ସମ୍ୱେଦନର ବିଭିନ୍ନ ରଙ୍ଗକୁ ଉପସ୍ଥାପନ କରାଯାଇଛି। ଆଉ ଏହାକୁ ବେଶ୍ ସୁନ୍ଦର ଭାବେ ଗାଇଛନ୍ତି ଅରିଜିତ୍ ସିଂହ। ମ୍ୟୁଜିକ୍ କମ୍ପୋଜିସନ୍ ବେଶ୍ ଭଲ ହୋଇଛି, ତେବେ ଲିରିକ୍ସରେ ସେତେଟା ନୂଆପଣ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
