ବରୁଣଙ୍କ ସହ ଆଉ ଏକ ଫିଲ୍ମ କରିବେ ରେମୋ
ମୁମ୍ବାଇ: ବଲିଉଡ୍ର ଷ୍ଟାର୍ କୋରିଓଗ୍ରାଫର୍ ରେମୋ ଡି’ସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟ୍ରୀଟ୍ ଡ୍ୟାନ୍ସର୍ 3D’ ଏବେ ବକ୍ସ ଅଫିସ୍ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ୫ ଦିନରେ ପାଖାପାଖି ୪୬ କୋଟି ଟଙ୍କା ଆୟ କରିସାରିଲାଣି। ଆଗକୁ ବି ଏହାର ଧମାକେଦାର୍ ପ୍ରଦର୍ଶନ ଜାରି ରହିବାର ସମ୍ଭାବନା ଥିବା ବେଳେ ରେମୋ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ କରିବାକୁ ଯୋଜନା କଲେଣି। ଏଥିରେ ବି ସେ ବରୁଣ ଧବନଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
#OneWordReview…#StreetDancer3D: DELIGHTFUL.
Rating: ⭐️⭐️⭐️⭐️
Will dance its way into your hearts… Remo gets it right… Aces: Choreography. Drama. Music. Emotions… #Varun, #Shraddha, #PrabhuDheva sparkle… Yet another #BoxOffice winner of 2020. #StreetDancer3DReview pic.twitter.com/ggbGbXtxuU— taran adarsh (@taran_adarsh) January 22, 2020
‘ଏବିସିଡି ୨’ ଓ ’ଷ୍ଟ୍ରୀଟ୍ ଡ୍ୟାନ୍ସର’ରେ ବରୁଣଙ୍କ ଦମ୍ଦାର୍ ଅଭିନୟ ଦେଖିବା ପରେ ରେମୋ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ତେଣୁ ସେ ବରୁଣଙ୍କୁ ନେଇ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମରେ ବରୁଣ ଏମିତି ଏକ ଚରିତ୍ରରେ ଅଭିନୟ କରିବେ ଯିଏ ପ୍ରଥମେ ନୃତ୍ୟକୁ ଘୃଣା କରୁଥିବେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କିପରି ନିଜ ଝିଅ ପାଇଁ ଡ୍ୟାନ୍ସ ଶିଖିବେ, ତାହା ହିଁ ହେବ ଫିଲ୍ମର କାହାଣୀ।
ଏହି ଫିଲ୍ମରେ ରେମୋ ପ୍ରଥମେ ସଲ୍ମାନ୍ଙ୍କୁ ନେବାକୁ ଚାହୁଁଥିଲେ। ହେଲେ ସଲ୍ମାନ୍ ମନା କରି ଦେଇଥିଲେ। ତେବେ ସେ ରେମୋଙ୍କ ଆଉ ଏକ ଫିଲ୍ମ ‘ରେସ୍ ୩’ରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ।
ସୂଚନାଯୋଗ୍ୟ, ‘ଷ୍ଟ୍ରୀଟ୍ ଡ୍ୟାନ୍ସର 3D’ ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ୟାନ୍ସ ଲଢ଼େଇକୁ ନେଇ ତିଆରି ହୋଇଛି। ୭୦ରୁ ୮୦ କୋଟି ବଜେଟ୍ରେ ଏହି ଫିଲ୍ମ ତିଆରି ହୋଇଛି। ଭୂଷଣ କୁମାର ଓ କୃଷ୍ଣ କୁମାର୍ ଏହାର ପ୍ରଯୋଜନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।