Advertisment

ବରୁଣଙ୍କ ସହ ଆଉ ଏକ ଫିଲ୍ମ କରିବେ ରେମୋ

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ କୋରିଓଗ୍ରାଫର୍‌ ରେମୋ ଡି’ସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ଏବେ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ୫ ଦିନରେ ପାଖାପାଖି ୪୬ କୋଟି ଟଙ୍କା ଆୟ କରିସାରିଲାଣି। ଆଗକୁ ବି ଏହାର ଧମାକେଦାର୍‌ ପ୍ରଦର୍ଶନ ଜାରି ରହିବାର ସମ୍ଭାବନା ଥିବା ବେଳେ ରେମୋ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ କରିବାକୁ ଯୋଜନା କଲେଣି। ଏଥିରେ ବି ସେ ବରୁଣ ଧବନଙ୍କୁ […]

ଅଦ୍ୟତନ ହୋଇଛି
ବରୁଣଙ୍କ ସହ ଆଉ ଏକ ଫିଲ୍ମ କରିବେ ରେମୋ

remo-barun

Advertisment

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ କୋରିଓଗ୍ରାଫର୍‌ ରେମୋ ଡି’ସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ଏବେ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହୋଇଥିବା ବେଳେ ୫ ଦିନରେ ପାଖାପାଖି ୪୬ କୋଟି ଟଙ୍କା ଆୟ କରିସାରିଲାଣି। ଆଗକୁ ବି ଏହାର ଧମାକେଦାର୍‌ ପ୍ରଦର୍ଶନ ଜାରି ରହିବାର ସମ୍ଭାବନା ଥିବା ବେଳେ ରେମୋ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ କରିବାକୁ ଯୋଜନା କଲେଣି। ଏଥିରେ ବି ସେ ବରୁଣ ଧବନଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

https://twitter.com/taran_adarsh/status/1220006859878227969?s=20

‘ଏବିସିଡି ୨’ ଓ ’ଷ୍ଟ୍ରୀଟ୍ ଡ୍ୟାନ୍ସର’ରେ ବରୁଣଙ୍କ ଦମ୍‌ଦାର୍ ଅଭିନୟ ଦେଖିବା ପରେ ରେମୋ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ତେଣୁ ସେ ବରୁଣଙ୍କୁ ନେଇ ଆଉ ଏକ ନୃତ୍ୟ ଭିତ୍ତିକ ଫିଲ୍ମ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଫିଲ୍ମରେ ବରୁଣ ଏମିତି ଏକ ଚରିତ୍ରରେ ଅଭିନୟ କରିବେ ଯିଏ ପ୍ରଥମେ ନୃତ୍ୟକୁ ଘୃଣା କରୁଥିବେ। କିନ୍ତୁ ପରବର୍ତ୍ତୀ ସମୟରେ ସେ କିପରି ନିଜ ଝିଅ ପାଇଁ ଡ୍ୟାନ୍ସ ଶିଖିବେ, ତାହା ହିଁ ହେବ ଫିଲ୍ମର କାହାଣୀ।

ଏହି ଫିଲ୍ମରେ ରେମୋ ପ୍ରଥମେ ସଲ୍‌ମାନ୍‌ଙ୍କୁ ନେବାକୁ ଚାହୁଁଥିଲେ। ହେଲେ ସଲ୍‌ମାନ୍‌ ମନା କରି ଦେଇଥିଲେ। ତେବେ ସେ ରେମୋଙ୍କ ଆଉ ଏକ ଫିଲ୍ମ ‘ରେସ୍‌ ୩’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

Advertisment

https://www.instagram.com/tv/B6NV1vdhzds/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଷ୍ଟ୍ରୀଟ୍ ଡ୍ୟାନ୍ସର 3D’ ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ୟାନ୍ସ ଲଢ଼େଇକୁ ନେଇ ତିଆରି ହୋଇଛି। ୭୦ରୁ ୮୦ କୋଟି ବଜେଟ୍‌ରେ ଏହି ଫିଲ୍ମ ତିଆରି ହୋଇଛି। ଭୂଷଣ କୁମାର ଓ କୃଷ୍ଣ କୁମାର୍ ଏହାର ପ୍ରଯୋଜନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe