Advertisment

ଘରକୁ ଫେରିଲେ ରେମୋ

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା। ହସ୍ପିଟାଲରୁ ଛୁଟି ମିଳିବା ପରେ ସେ ଘରକୁ ଫେରିଛନ୍ତି । ହୃଦଘାତ କାରଣରୁ ସେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ପୂର୍ବାପେକ୍ଷା ସେ ସୁସ୍ଥ ଅଛନ୍ତି । ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର କରିଛନ୍ତି । ଏଥିରେ ତାଙ୍କୁ […]

ଅଦ୍ୟତନ ହୋଇଛି
ଘରକୁ ଫେରିଲେ ରେମୋ

remo-dsuja

Advertisment

ମୁମ୍ବାଇ: ସୁସ୍ଥ ହେଲେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା। ହସ୍ପିଟାଲରୁ ଛୁଟି ମିଳିବା ପରେ ସେ ଘରକୁ ଫେରିଛନ୍ତି । ହୃଦଘାତ କାରଣରୁ ସେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ପୂର୍ବାପେକ୍ଷା ସେ ସୁସ୍ଥ ଅଛନ୍ତି । ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ।

Advertisment

ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର କରିଛନ୍ତି । ଏଥିରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିବା ପରେ ଅନେକ ଗୁଡିଏ ବେଲୁନ ସହ ସ୍ୱାଗତ କରାଯାଇଛି। ଏଥିସହ ବ୍ୟାକଗ୍ରାଉଣ୍ଡ ଗଣପତି ବାପାଙ୍କ ଗୀତ ମଧ୍ୟ ଶୁଣିବାକୁ ମିଳିଛି। ହସ୍ପିଟାଲରୁ ଡିସଚାର୍ଜ ପରେ ବେଶ ଖୁସି ଅଛନ୍ତି ରେମୋ। ସେ ନାଚି ନାଚି ସମସ୍ତ ଶୁଭାକାଂକ୍ଷିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସୋଶାଲ ମିଡିଆରେ ରେମୋଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ରେମୋଙ୍କୁ ଫିଟ ଆଣ୍ଡ ଫାଇନ ଦେଖିବା ପାଇଁ ଚାହୁଁଛନ୍ତି ।


ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ରେମୋଙ୍କୁ ହାର୍ଟ ଆଟାକ ହୋଇଥିଲା। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାପରେ ରେମୋଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲେର ଜଣଙ୍କ ପରେ ଜଣେ ବି-ଟାଉନ ସେଲିବ୍ରିଟି ପହଞ୍ଚିଥିଲେ। କୋରିଓଗ୍ରାଫର ଧର୍ମେଶଙ୍କ ଠାରୁ ଆରମ୍ଭ କରି ନବ ବିବାହିତ ପୁନିତ ପାଠକ ଏବଂ ତାଙ୍କ ପତ୍ନୀ, ଅହମଦ ଖାନ, ଆମିର ଅଲ୍ଲି, ରାହୁଲ ଦେବ ଏବଂ ସଲମାନ ୟୁସୁଫ ଖାନ ତାଙ୍କୁ ହସ୍ପିଟାଲରେ ସାକ୍ଷାତ କରିଥିଲେ।

Advertisment
Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe