Remo
ମୁମ୍ବାଇ: ବଲିଉଡର ନିର୍ଦ୍ଦେଶକ ତଥା ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି'ସୁଜା ଏବେ ପୁରାପୁରି ଫିଟ୍ ଅଛନ୍ତି। ସେ ଗତ କିଛି ଦିନ ହେବ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜ ହେବା ପରେ ସେ ପୁଣି ଆରମ୍ଭ କରିଦେଇଛନ୍ତି ତାଙ୍କ ୱର୍କଆଉଟ। ଜିମ୍ରେ ତାଙ୍କ ୱର୍କଆଉଟ ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ସୁସ୍ଥ ହେବା ପରେ ଜିମ୍ରେ ବ୍ୟାୟାମ ଆରମ୍ଭ କରିଦେଇଛନ୍ତି ରେମୋ ଡିସୁଜା। ଏହାର ଏକ ଭଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓରେ ସେ ଜିମ୍ରେ ୱର୍କଆଉଟ କରୁଥିବା ଦେଖିବାକୁ ମିଳିଛି। ସେ ଦୁଇ ହାତରେ ଡମ୍ବଲ୍ସ ଧରି ବାଇସେପ୍ର ଏକ୍ସରସାଇଜ କରୁଛନ୍ତି। ରେମୋ ଭିଡିଓର କ୍ୟାପସନରେ ଲେଖିଛନ୍ତି, 'କମ୍ବ୍ୟାକ୍ ସର୍ବଦା ସେଟ୍ବ୍ୟାକ୍ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ।' ରେମୋଙ୍କ ଏହି ଭିଡିଓକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଯାଏ ଏହି ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ଗତ ମାସରେ ହାର୍ଟ ଆଟାକ ଯୋଗୁଁ ରେମୋଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ପରେ ସେ ନିକଟରେ ହିଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ପୁରାପୁରି ସୁସ୍ଥ ଅଛନ୍ତି।
ସୂଚନାଯୋଗ୍ୟ ଯେ, ରେମୋ ବଲିଉଡ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅନେକ ବଡ ବଡ ଫିଲ୍ମରେ କୋରିଓଗ୍ରାଫି ମଧ୍ୟ କରିସାରିଛନ୍ତି । ଫିଲ୍ମ 'ଦିଲ୍ ପେ ମତ୍ ଲେ ୟାର୍'ରୁ କୋରିଓଗ୍ରାଫି ଆରମ୍ଭ କରିଥିବା ରେମୋ 'ଫ୍ଲାଇଂ ଜାଟ୍', 'ରେସ୍-୩', 'ଫାଲତୁ','ଏବିସିଡି', 'ଏବିସିଡି-୨','ଷ୍ଟ୍ରିଟ ଡ୍ୟାନ୍ସର' ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/Remo-1.jpg)