Sharda Sinha
ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ପଦ୍ମ ଭୂଷଣ ବିଜେତା ଶାରଦା ସିହ୍ନା ଆଉ ନାହାନ୍ତି। ଆଜି ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଲୋକଗୀତ ଗାୟିବା ଭାବେ ଖ୍ୟାତି ଅର୍ଜନ କରିଥିବା ଶାରଦା କର୍କଟ ରୋଗରେ ପୀଡ଼ିତ ଥିଲେ। ଏଥିଯୋଗୁ ସୃଷ୍ଟି ହୋଇଥିବା ଅସୁସ୍ଥତା ଯୋଗୁ ତାଙ୍କ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଅକ୍ଟୋବର ୨୫ରୁ ହସ୍ପିଟାଲର ଅଙ୍କୋଲୋଜୀ ବିଭାଗରେ ସେ ଚିକିତ୍ସିତ ହେଉଥିଲେ। ଡାକ୍ତରୀ ଟିମର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।
୨୦୧୭ରେ ଶାରଦା ବୋନ ମ୍ୟାରୋ ଜନିତ କର୍କଟରେ ପୀଡ଼ିତ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ଅକ୍ଟୋବର ୨୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଭେଣ୍ଟିଲେଟରରେ ଥିଲେ।
ବିହାରର ଜଣେ ସୁଖ୍ୟାତନାମା ସଂଗୀତଜ୍ଞ ଭାବେ ପୂରା ଦେଶରେ ଶାରଦା ପରିଚିତ ଥିଲେ। ସେ ମୈଥାଲି, ଭୋଜପୁରୀ ଓ ମଗାହି ଭାଷାରେ ଗୀତ ଗାଇଛନ୍ତି। ଛଟ ପୂଜା ପାଇଁ ସେ ଗାଇଥିବା ଗୀତ ଆଜି ବି ଘରେଘରେ ବାଜିଥାଏ।
ସପ୍ତାହ ତଳେ ଶାରଦା ତାଙ୍କ ସ୍ୱାମୀ ବ୍ରଜ କିଶୋର ସିହ୍ନାଙ୍କୁ ହରାଇଥିଲେ। ବ୍ରଜ କିଶୋର ଘରେ ପଡ଼ି ଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଆଖି ବୁଜିଥିଲେ। ଚଳିତ ବର୍ଷ ବ୍ରଜ ଓ ଶାରଦା ନିଜର ୫୪ତମ ବିବାହ ବାର୍ଷିକୀ ପାଳନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1730826684.jpg)