ଜାମିନ ଆବେଦନ ବେଳେ ରିଆଙ୍କ ବିସ୍ଫୋରକ ବୟାନ: ଦୋଷ ସ୍ୱୀକାର ପାଇଁ ମୋତେ ଚାପ ପକାଯାଇଛି

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ନିଜ ଜାମିନ୍ ଆବେଦନର ବିସ୍ଫୋରକ ବୟାନ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜାମିନ୍ ଆବେଦନରେ ରିଆ କହିଛନ୍ତି ଯେ ତାଙ୍କୁ ଚାପ ପ୍ରୟୋଗ କରି ନିଜ ଭୁଲ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଛି। ବିଚାର ବିଭାଗୀୟ ହେପାଜତରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁଶାନ୍ତ ସିଂହଙ୍କ ଏହି ଗର୍ଲଫ୍ରେଣ୍ଡ କହିଛନ୍ତି ଯେ ଏହା ଭିତରେ ତାଙ୍କୁ ହତ୍ୟା ଓ ବଳାତ୍କାର ଭଳି ଧମକ ଆସୁଛି ଏବଂ ଗତ ତିନିଟି ଜେରା ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରିଛି।

ଏହି ଆବେଦନରେ ରିଆ ଆହୁରି ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସେ କୌଣସି ଅପରାଧ କରିନାହାନ୍ତି ଏବଂ ତାଙ୍କୁ ସଂପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ଏକ ମିଥ୍ୟା ମାମଲାର ଫସାଇ ଦିଆଯାଇଛି। ଏପରିକି ବିଚାର ବିଭାଗୀୟ ହେପାଜତରେ ତାଙ୍କୁ ମାନସିକ ଚାପ ପ୍ରୟୋଗ କରି ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଛି। ସେପ୍ଟେମ୍ବର ଆଠ ତାରିଖରେ କରିଥିବା ନିଜ ଜାମିନ ପାଇଁ ଆେବଦନରେ ଏହି ଅଠେଇଶ ବର୍ଷୀୟ ଅଭିନେତ୍ରୀଙ୍କ କହିଛନ୍ତି ଯେ, ଏହି ମାମଲାରେ ବିନା ନୋଟିସରେ ଓ ଅନ୍ୟାୟଭାବେ ତାଙ୍କୁ ଗିରଫ କରାଯାଇଛି। ଏପରିକି ଜେରା ସମୟରେ କୌଣସି ମହିଳା ଅଫିସର ସେଠାରେ ନଥିଲେ କି ଦୀର୍ଘ ଆଠ ଘଣ୍ଟା କାଳ ପୁରୁଷ ଅଫିସରମାନେ ଜେରା କରୁଥିବାବେଳେ ଆଇନଗତ ସହୟତା ନେବାକୁ ତାଙ୍କୁ କୌଣସି ସୁଯୋଗ ଦିଆଯାଇ ନଥିଲା।

ସୂଚନାଯୋଗ୍ୟ, ଡ୍ରଗସ ଲିଙ୍କ ମାମଲାରେ ସୋମବାର ଗିରଫ ହେବା ପରେ ରିଆଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ବୁଧବାର ରିଆଙ୍କୁ ମୁମ୍ବାଇର ଏକମାତ୍ର ମହିଳା ଜେଲକୁ ସେପ୍ଟେମ୍ବର ବାଇଶ ତାରିଖ ଯାଏ ପଠାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ସାଂଗଠିନକ ପରିବର୍ତ୍ତନକୁ ନେଇ ବିଜେପିରେ ଅସନ୍ତୋଷ, ଦଳ ଛାଡ଼ିବେ ରାହୁଲ୍!

ମିଡିଆର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କଲା ମୁମ୍ୱାଇ ପୁଲିସ

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

ମିଠା ଦୋକାନୀଙ୍କୁ ଏକ୍ସପାଏରୀ ତାରିଖ କହିବାକୁ ହେବ

ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆାଣିଲେ ନର୍ସ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା