ଗର୍ଲଫ୍ରେଣ୍ଡଙ୍କ ସହ ଧାନ ରୋଉଛନ୍ତି ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଆଜିକାଲି ତାଙ୍କ ଫାର୍ମ ହାଉସ୍‌ରେ ଧାନ ଗଛ ଲଗାଉଛନ୍ତି। ଯାହାର ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡ଼ିଓରେ ସଲମାନ୍‌ ଖାନ୍‌ଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ୟୁଲିଆ ମଧ୍ୟ କ୍ଷେତରେ କାମ କରୁଥିବାର ନଜର ଆସିଛନ୍ତି। ୪୪ସେକେଣ୍ଡର ଏହି ଭିଡ଼ିଓରେ ସଲମାନ୍‌ କିଛି ଲୋକଙ୍କ ସହ ଧାନ ଗଛ ଲଗାଉଥିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଗୋଟେ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

ଏହା ପୂର୍ବରୁ  ଜୁଲାଇ ୧୯ରେ ସଲମାନ ଖାନ ଏକ ଭିଡିଓ ଶେଆର କରିଥିଲେ, ଯେଉଁଥିରେ ସେ ତାଙ୍କ ପାଲଭେନ ସ୍ଥିତ ଚାଷ ଜମିରେ ଟ୍ରାକ୍ଟରରେ ହଳ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସଲମାନ୍‌ଙ୍କୁ ଏକ ପିଙ୍କ ଶାର୍ଟ ଏବଂ ହାଫ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି।

ତେବେ ସୋଶାଲ୍‌ ମିଡିଆରେ ସଲ୍‌ମାନଙ୍କ ଏହି ଭିଡିଓ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ସଲମାନ୍‌ଙ୍କୁ ଦେଖି ଲୋକମାନେ ଚାଷ କରିବାକୁ ନେଇ ପ୍ରେରିତ ହେବେ ବୋଲି ଲେଖିଥିବା ବେଳେ ଆଉ କିଛି ଲୋକ ଏହା କେବଳ ଲୋକ ଦେଖାଣିଆ କାମ ବୋଲି କମେଣ୍ଟ କରିଛନ୍ତି।

ସୂଚନାଯୋଗ୍ୟ, କେବଳ ସଲମାନ୍‌ ଖାନ୍‌ ନୁହନ୍ତି ଲକ୍‌ଡାଉନ୍‌ରେ ଶୁଟିଂ ବନ୍ଦ ରହିଥିବାରୁ ପ୍ରାୟ କଳାକାର ଘରେ ପଉଲ ନହେଲେ ପରିବାର ଗଛ ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକି ମଧ୍ୟ ତାଙ୍ଗ ଗାଁ ବିଲରେ କାମ କରୁଥିବାର ଭିଡ଼ିଓ ଶେଆର କରିଥିଲେ।

 

 

ଆହୁରି ପଢ଼ନ୍ତୁ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

‘ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ସର୍ବଦା ଅଭିନେତ୍ରୀଙ୍କ ଆଧିପତ୍ୟ ରହିଆସିଛି’

ଡ୍ରଗ୍ସ ଲିଙ୍କ୍‌: ଖାଲି ବଲିଉଡ୍ ନୁହେଁ, ଏନ୍‌ସିବି ରାଡାର୍‌ରେ ଅଛନ୍ତି ଟେଲି କଳାକାର

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ

ପୁନମଙ୍କ ସ୍ୱାମୀଙ୍କୁ ବାନ୍ଧିଲା ପୁଲିସ୍