salman
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଆଜିକାଲି ତାଙ୍କ ଫାର୍ମ ହାଉସ୍ରେ ଧାନ ଗଛ ଲଗାଉଛନ୍ତି। ଯାହାର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡ଼ିଓରେ ସଲମାନ୍ ଖାନ୍ଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ୟୁଲିଆ ମଧ୍ୟ କ୍ଷେତରେ କାମ କରୁଥିବାର ନଜର ଆସିଛନ୍ତି। ୪୪ସେକେଣ୍ଡର ଏହି ଭିଡ଼ିଓରେ ସଲମାନ୍ କିଛି ଲୋକଙ୍କ ସହ ଧାନ ଗଛ ଲଗାଉଥିବାର ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ଗୋଟେ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।
ଏହା ପୂର୍ବରୁ ଜୁଲାଇ ୧୯ରେ ସଲମାନ ଖାନ ଏକ ଭିଡିଓ ଶେଆର କରିଥିଲେ, ଯେଉଁଥିରେ ସେ ତାଙ୍କ ପାଲଭେନ ସ୍ଥିତ ଚାଷ ଜମିରେ ଟ୍ରାକ୍ଟରରେ ହଳ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ସଲମାନ୍ଙ୍କୁ ଏକ ପିଙ୍କ ଶାର୍ଟ ଏବଂ ହାଫ ପ୍ୟାଣ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି।
ତେବେ ସୋଶାଲ୍ ମିଡିଆରେ ସଲ୍ମାନଙ୍କ ଏହି ଭିଡିଓ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ସଲମାନ୍ଙ୍କୁ ଦେଖି ଲୋକମାନେ ଚାଷ କରିବାକୁ ନେଇ ପ୍ରେରିତ ହେବେ ବୋଲି ଲେଖିଥିବା ବେଳେ ଆଉ କିଛି ଲୋକ ଏହା କେବଳ ଲୋକ ଦେଖାଣିଆ କାମ ବୋଲି କମେଣ୍ଟ କରିଛନ୍ତି।
ସୂଚନାଯୋଗ୍ୟ, କେବଳ ସଲମାନ୍ ଖାନ୍ ନୁହନ୍ତି ଲକ୍ଡାଉନ୍ରେ ଶୁଟିଂ ବନ୍ଦ ରହିଥିବାରୁ ପ୍ରାୟ କଳାକାର ଘରେ ପଉଲ ନହେଲେ ପରିବାର ଗଛ ଲଗାଇଛନ୍ତି। ଲକ୍ଡାଉନ୍ ସମୟରେ ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକି ମଧ୍ୟ ତାଙ୍ଗ ଗାଁ ବିଲରେ କାମ କରୁଥିବାର ଭିଡ଼ିଓ ଶେଆର କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/salman.jpg)