Advertisment

ରିଚା ଚଢ଼ାଙ୍କୁ ମିଳିଲା ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାର ୨୦୨୦ରେ ସମ୍ମାନିତ କରାଯାଇଛି।  ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ  ନଭେମ୍ବର ୭ରେ ତାଙ୍କୁ ଏହି ବଡ଼ ସମ୍ମାନ ମିଳିଛି। ଏହି ପୁରସ୍କାର ବିତରଣ ଉତ୍ସବରେ କେବଳ ୨୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।   View this post on Instagram   A post shared by Richa Chadha (@therichachadha) ରାଜ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ […]

author-image
Chinmayee Roy
ଅଦ୍ୟତନ ହୋଇଛି
ରିଚା ଚଢ଼ାଙ୍କୁ  ମିଳିଲା ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାର

Richa

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ଭାରତ ରତ୍ନ ଡାକ୍ତର. ଆମ୍ବେଦକର ପୁରସ୍କାର ୨୦୨୦ରେ ସମ୍ମାନିତ କରାଯାଇଛି।  ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ  ନଭେମ୍ବର ୭ରେ ତାଙ୍କୁ ଏହି ବଡ଼ ସମ୍ମାନ ମିଳିଛି। ଏହି ପୁରସ୍କାର ବିତରଣ ଉତ୍ସବରେ କେବଳ ୨୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।

Advertisment

ରାଜ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରି ରିଚାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛଥିଲେ। କୋଭିଡ କାରଣରୁ, ଏହି କାର୍ଯ୍ୟ ପାଇଁ କେବଳ ୨୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ପୁରସ୍କାର ପାଇ ରିଚା ବହୁତ ଗର୍ବିତ। ସେ କହିଛନ୍ତି, 'ମୁଁ ବହୁତ ଖୁସି ଏବଂ ଏହି ସମ୍ମାନ ସବୁବେଳେ ମୋ ହୃଦୟର ଅତି ନିକଟତର ରହିବ। ଜଣେ ଅଭିନେତା, ଯାହାର କେହି ଗଡଫାଦର ନାହିଁ, ତାଙ୍କ ପାଇଁ ପ୍ରତ୍ୟେକ ସଫଳତା ମୂଲ୍ୟବାନ ଏବଂ ପରିଶ୍ରମର ଫଳ ହୋଇଥାଏ। ଏହି ପୁରସ୍କାର ମୋ ସ୍ୱପ୍ନରେ ବାରମ୍ବାର ମୋର ବିଶ୍ୱାସକୁ ଜଗାଉଛି।’

Advertisment

ସେ ଆହୁରି ମଧ୍ୟ କହିଛନ୍ତି, 'ଜଣେ କଳାକାରଙ୍କ କାର୍ଯ୍ୟ କେବଳ ମନୋରଞ୍ଜନ କରିବା ନୁହେଁ। ସମାଜକୁ ଉନ୍ନତ ଭାବେ ଗଢ଼ିବା ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ। ଏହି ବିଜୟ ପାଇଁ ମୁଁ କୃତଜ୍ଞ ଏବଂ ଭବିଷ୍ୟତରେ ଏହା ମୋତେ ଆହୁରି ଭଲ ଭଲ ପ୍ରୋଜେକ୍ଟ କରିବାକୁ ଉତ୍ସାହିତ କରିବ।'

ସୂଚନାଯୋଗ୍ୟ, ରିଚା ଚଢ଼ା ୨୦୦୮ ମସିହାରେ ‘ଓଏ ଲକି ଲକି ଓଏ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ, ଏଥିରେ ମୁଖ୍ୟ ଭୂମିକାରେ ଅଭୟ ଦେଓଲ ଅଭିନୟ କରିଥିଲେ। ପରେ ୨୦୧୨ରେ ଫିଲ୍ମ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’ରେ ମିଳିଥିଲା ବିଗ୍‌ ବ୍ରେକ୍। ଏହାପରେ ସେ ‘ମସାନ’, ‘ସରବଜିତ୍’, ‘ଲଭ୍ ସୋନିଆ’ ଏବଂ ‘ସେକ୍ସନ୍ ୩୭୫’ ପରି ବହୁତ ବଲିଉଡ୍‌ ଫିଲ୍ମରେ କାମ କରିଆସୁଛନ୍ତି। ତାଙ୍କର ଶେଷ ଫିଲ୍ମ ଥିଲା ‘ପଙ୍ଗା’। ଏଥିରେ ମୁଖ୍ୟ ଭୂମିକାରେ କଙ୍ଗନା ରାନାୱତ୍‌ ଅଭିନୟ କରିଥିଲେ। ରିଚା ଅଭିନେତା ଅଲି ଫଜଲଙ୍କ ସହ ବିବାହ କରିବେ। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ ଏବଂ ଚଳିତ ବର୍ଷ ଏପ୍ରିଲରେ ବିବାହ ହେବାର ଥିଲା। ହେଲେ କରୋନା କଟରଣା ଯୋଗୁ ବାହାଘର ଘୁଞ୍ଚାଇ ଦିଆଯାଇଛି।